ଆଉଥରେ ବାହା ହେଉଥିଲା ସ୍ବାମୀ.. କାନ୍ଦୁଥିଲା ସ୍ତ୍ରୀ, ପୋଲିସ ଧରି ପହଞ୍ଚିଗଲା ସ୍ତ୍ରୀ…

ବାହା ହେଉଥିଲା ସ୍ଵାମୀ, ପୋଲିସ ଧରି ପହଞ୍ଚିଗଲା ସ୍ତ୍ରୀ ! ସୂଚନା ମୁତାବିକ ସ୍ତ୍ରୀ କୁ ମାଡ ମାଡ ମାରି ସ୍ତ୍ରୀ ର ସାଥ୍ ଛାଡି ଦେଇ ଚାଲିଗଲା ସ୍ଵାମୀ । ତାପରେ ସ୍ଵାମୀ ନିଜର ନୂଆ ପ୍ରେମିକା ସହ ବାହା ହେବା ପାଇଁ ବାହାରିଥିଲା । ଏପଟେ ସ୍ତ୍ରୀ ଜଣଙ୍କ ନିଜ ସ୍ଵାମୀଙ୍କ ନାମରେ ଅଭିଯୋଗ କରିଲା । ତେବେ କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ଅନ୍ତର୍ଗତ କୋଲଙ୍କପଡା ଗ୍ରାମର ନିରଞ୍ଜନ ସାହୁଙ୍କ ସାନ ପୁଅ ହେଉଛନ୍ତି ଦେବାଶିଷ ସାହୁ । ଗତ 2015 ମସିହାରେ ସ୍ଵର୍ଣ୍ଣଲତା ସାହୁଙ୍କ ସହ ବିବାହ କରିଥିଲେ ।

ସେମାନଙ୍କର ଗତ 6 ବର୍ଷ ଧରି ଭଲ ବୈବାହିକ ସମ୍ପର୍କ ଚାଲିଥିଲା । ହେଲେ ଏହି 3 ବର୍ଷ ଧରି ତାଙ୍କ ସ୍ଵାମୀ ସେହି ଗ୍ରାମର ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଇବସିଥିଲେ । ଏପଟେ ସ୍ଵାମୀ ଜଣଙ୍କ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ସେପଟେ ନିଜ ସ୍ତ୍ରୀ କୁ ଶାରୀରିକ ନିର୍ଯାତନା ଦେଉଥିଲେ । ସ୍ତ୍ରୀ କୁ ମାଡ ମରାମରି କରୁଥିଲେ । ତାପରେ ସ୍ଵାମୀ ଜଣଙ୍କ ନିଜ ସ୍ତ୍ରୀ କୁ ଛାଡି ନିଜ ପ୍ରେମିକା ସହ ବାହା ହେବାପାଇଁ ବାହାରିଥିଲା ।

ହେଲେ ଏହି ଖବର ସ୍ତ୍ରୀ ପାଇଲା ପରେ ସଙ୍ଗେ ସଙ୍ଗେ ଥାନାକୁ ଯାଇ ସ୍ଵାମୀଙ୍କ ନାମରେ ଅଭିଯୋଗ କରିଥିଲା । ତାପରେ ପୋଲିସ ଅଭିଯୋଗ ପାଇଁ ବହୁ ଖୋଜାଖୋଜି କରି ଘଷିପୁରା ପ୍ୟାଲେସରୁ ସ୍ଵାମୀ ଦେବାଶିଷ ସହ ଓ ନୂଆ ପ୍ରେମିକାକୁ ସେଠାରେ ପାଇଥିଲା । ତାପରେ ସେଠାରୁ ଆଣି ଉଭୟକୁ ଥାନାରେ ପୋଲିସ ଅଟକ ରଖି ପଚରା ଉଚରା ଚଳାଇଛି । ତେବେ ନିଜର ସ୍ତ୍ରୀ ଥାଉ ଥାଉ ଦେବାଶିଷ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ।

ଏପଟେ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ ନିଜ ସ୍ତ୍ରୀ କୁ ପୂର୍ବ ଭଳି ଆଉ ଭଲ ପାଉନଥିଲେ । ଅପର ପକ୍ଷରେ ଘରେ ଥିବା ସ୍ତ୍ରୀ କୁ ମାଡ ମାରୁଥିଲେ । ତେବେ ସ୍ତ୍ରୀ ର ଅଭିଯୋଗ ପାଇ ପୋଲିସ ବର୍ତ୍ତମାନ ଦେବାଶିଷ ତା’ ର ନୂଆ ପ୍ରେମିକାକୁ ଥାନାରେ ଅଟକ ରଖିଦେଇଛି । ତାପରେ ପୋଲିସ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ସେମାନଙ୍କ ପଚାରିବା ସହ ତଦନ୍ତ ଜାରୀ ରଖିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *