ପୁଣି ଥରେ ବନ୍ଦ ହେଲା ‘କାର’ଖାନା… ଭେଣ୍ଡିଂ ଜୋନ୍‌କୁ ସିଲ୍ କରିଦେଲା ବିଏମ୍‌ସି, କ’ଣ କରିବେ ଭାଉଜ… Car Khana

ପୁଣି ଥରେ ବନ୍ଦ ହେଲା କାରଖାନା ! ଗତ କିଛି ଦିନ ଧରି କାର ଖାନାକୁ ନେଇ ଚର୍ଚା ଲାଗି ରହିଛି । 2 ଭାଉଜଙ୍କୁ ନେଇ ଚର୍ଚାରେ ଥିବା କାର ଖାନାରେ ଲୋକ ମାନଙ୍କୁ ସୁଲଭ ଦରରେ ସୁସ୍ଵାଦୁ ଖାଦ୍ୟ ଯୋଗାଇ ଦିଆଯାଇଥାଏ । ଯେବେ ଠାରୁ କାରରେ ଖାଇବା ଆଣି ଲୋକ ମାନଙ୍କୁ ରୋଡ କଡରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ସେବେ ଠାରୁ ସେମାନେ ଚର୍ଚାର ପରିସରକୁ ଚାଲି ଆସିଥିଲେ । ବ୍ୟବସାୟ ବଢିବା ସହ ରାତାରାତି ଲୋକପ୍ରିୟ ହୋଇଯାଇଥିଲେ କାରଖାନାର ଭାଉଜ ନେହା ଓ ରଶ୍ମିତା ।

ହେଲେ ଚର୍ଚା ଦିନକୁ ଦିନ ଯେତିକି ବଢିବାରେ ଲାଗିଥିଲା ସମସ୍ଯା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଥିଲା । ପ୍ରଥମେ ଆଇଜି ପାର୍କ ନିକଟସ୍ଥ ସ୍ଥାନରେ କାରରେ ଖାଇବା ଆଣି ରୋଡ ସାଇଡରେ ଲୋକଙ୍କୁ ଦିଆଯାଉଥିଲା । ଯେଉଁଥି ପାଇଁ ଏହାର ନାମ କାର ଖାନା ବୋଲି ରଖାଯାଇଥିଲା । ଲୋକଙ୍କ କହିବା ଅନୁଯାଇ ଦର ମୁତାବକ ଭଲ ଖାଦ୍ୟ ମିଳୁଥିବାରୁ ବ୍ୟବସାୟ ମଧ୍ୟ କାରଖାନାର ଭଲ ଚାଲିଥିଲା ।

ହେଲେ ବିନା ଟ୍ରେଡ ଲାଇସେନ୍ସରେ ରେ ବେପାର କରୁଥିବା ଅଭିଯୋଗରେ କାର ଖାନା ଉପରେ ବିଏମସୀ ଚଢାଉ କରିଥିଲା । ହେଲେ କାରଖାନାର ଭାଉଜ ନେହା ମ୍ୟାଡାମଙ୍କ କହିବା ମୁତାବକ ଯଦିଓ ତାଙ୍କ ପାଖରେ ଲାଇସେନ୍ସ ରହିଥିଲା । ହେଲେ ଯେଉଁ ସ୍ଥାନରେ ବେପାର କରୁଥିଲେ ସେହି ସ୍ଥାନର ଲାଇସେନ୍ସ ତାଙ୍କ ପାଖରେ ନଥିଲା । ତେବେ ଏହି ସବୁ ବାଦ ବିବାଦ ମଧ୍ୟରେ ଜାଗା ବଦଳାଇ ନୂଆ କରି ମାଷ୍ଟରକ୍ଯାନ୍ଟିନ ଛକ ନିକଟସ୍ଥ ଭେଣ୍ଡିଙ୍ଗ ଜୋନରେ ଖୋଲିଥିଲେ 2 ଯା’ ନେହା ଓ ରଶ୍ମିତା ।

ଭେଣ୍ଡିଙ୍ଗ ଜୋନକୁ ଭଡାରେ ନେଇ ବ୍ୟବସାୟ ଆରମ୍ଭ କରିଥିଲେ ନେହା ଓ ରଶ୍ମିତା । ହେଲେ ଏଥରକ ବି ସମସ୍ଯା ପିଛା ଛାଡି ନଥିଲା । କାରଣ କାର ଖାନା ଆରମ୍ଭ ହେବାର ଖୁବ କମ ଦିନ ମଧ୍ୟରେ ବନ୍ଦ କରିବାକୁ ପଡିଛି କାର ଖାନା । କାରଣ କାର ଖାନା ଭଡା ନେଇଥିବା 2 ଟି ଭେଣ୍ଡିଙ୍ଗ ଜୋନକୁ ସିଲ କରିଦେଇଛି ବିଏମସୀ । ଏଥିସହ ଭେଣ୍ଡିଙ୍ଗ ଜୋନର ମୂଳ ମାଲିକଙ୍କୁ ନୋଟିସ ମଧ୍ୟ ଜାରୀ ହୋଇଛି । ଯେ ଏହି ଭେଣ୍ଡିଙ୍ଗ ଜୋନକୁ ତାହାର ମୂଳ ମାଲିକ କାରଖାନାକୁ ଭଡାରେ ଦେଇଥିବା ବେଳେ ସେ ବିଏମସିକୁ ଭଡା ପଇଠ କରିନାହାନ୍ତି । ତେବେ ଗତ ଶନିବାର ଦିନ ଠାରୁ ଏହି କାରଣରୁ କାର ଖାନାକୁ ସିଲ କରାଯାଇଛି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇରହିଥାନ୍ତୁ ।

Leave a Reply

Your email address will not be published. Required fields are marked *