ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପୂର୍ବରୁ ହିଁ ଭାଙ୍ଗି ଗଲା ନୀଳଚକ୍ର, ଓଡିଶାକୁ ଆସୁଛି କି କିଛି ବିପଦ ? ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରଥଯାତ୍ରା ଆଗରୁ ଭାଙ୍ଗିଲା ନୀଳଚକ୍ର । ଭୟରେ ଗ୍ରାମବାସୀ ଆଗକୁ ଆସୁଛି ରଥଯାତ୍ରା ଆଉ ଏହିଭଳି ଭାବରେ ନୀଳଚକ୍ର ଭାଙ୍ଗିବା ନୁହେଁତ କିଛି ବିପଦ ର ସଂକେତ ? କିଛି ଲୋକ ଙ୍କ ମନରେ ଅନେକ ପ୍ରଶ୍ନ ଆଗକୁ କ’ଣ ହେବ ତାକୁ ନେଇ ବଢୁଛି ଆଶଙ୍କା । ଯଦି କୌଣସି ପ୍ରକାରର ବ୍ୟତିକ୍ରମ ଦେଖାଯାଏ ତେବେ ମନକୁ ଆନ୍ଦୋଳିତ କରିଥାଏ । ଯାହାକି କିଛି ଅଘଟଣ ଘଟିବ କି ? ବିଶେଷ କରି ଆଧ୍ୟାତ୍ମିକ ଉପରେ ଆଲୋଚନା କରାଯାଇଥାଏ ।

ତେବେ ଏହି ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି ଗୁଣୁପୁର ଜଗନ୍ନାଥ ମନ୍ଦିରର ନାଟମଣ୍ଡପ ରେ ଥିବା ନୀଳଚକ୍ର ଭାଙ୍ଗିପଡିଥିବା ଦୃଶ୍ୟରୁ । ତେବେ ପୂର୍ବ ରୁ ନୀଳଚକ୍ରର ବାନା ଉଡିଯାଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ନୀଳଚକ୍ର ଭାଙ୍ଗିବା ପୁଣି ଆଗକୁ ରଥଯାତ୍ରା ଥିବା ବେଳେ ଏହା କିଛି ଅଶୁଭ ସଙ୍କେତ ନୁହେଁ ତ ? ଏଭଳି କିଛି ଲୋକ ଙ୍କ ମନରେ ଭୟ ସୃଷ୍ଟି କରିଛି ।

କିନ୍ତୁ ନୀଳଚକ୍ର ଭାଙ୍ଗିପଡିଥିଲେ ମଧ୍ୟ ନୀତିକାନ୍ତି ରେ କୌଣସି ପ୍ରଭାବିତ ହୋଇନାହିଁ କାରଣ ଅନ୍ୟ ନୀଳଚକ୍ର ବଡ ଥିବା ହେତୁ ନୀତି ଚାଲୁ ରହିଅଛି । ଅଷ୍ଟ ଧାତୁ ରେ ନିର୍ମିତ ନୀଳଚକ୍ର ତିତିଲି, ଫନି ଭଳି ବାତ୍ୟା କୁ ସାମ୍ନା କରିଥିବା ବେଳେ ସାମାନ୍ୟ ପବନରେ ନୀଳଚକ୍ର ଭାଙ୍ଗିପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଅଛି । ତେବେ ଗୁଣୁପୁରୁ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ନୀଳଚକ୍ର ଅଥବା ପତିତ ପବନ ବାନା ଯାହା କି ପତିତ ମାନଙ୍କ ପାଇଁ ରହିଅଛି ତେବେ ଆଗକୁ ରଥଯାତ୍ରା ହେବାକୁ ଥିବା ବେଳେ ଏହିଭଳି ଘଟଣା ଶୁଭଙ୍କର ନୁହେଁ ବୋଲି ଆଦିତ୍ୟବାହିନୀ ର ରାଜ୍ୟ ଉପସଭାପତି ଶ୍ରୀ ତିରୁପତି ମହାନ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ନାଟ ମଣ୍ଡପ ରେ ଯେଉଁ ନୀଳଚକ୍ର ଲାଗିଛି ତାହା ଭାଙ୍ଗିଛି, ତାହା ଯେହେତୁ ୨୫ ବର୍ଷ ହେଲା ସ୍ଥାପନ ହୋଇଥିଲା ଏବଂ ଜୋରରେ ପତାକା ଲାଗିଥିବାରୁ ସେ ପତାକା ଲାଗି ତାହା ଭାଙ୍ଗି ଯାଇଅଛି । ତେବେ ପ୍ରଶାସନ ମଧ୍ୟ ଏ ବିଷୟ ଅନୁଧ୍ୟାନ କରିଛନ୍ତି ।

ଏବଂ ଯଥା ଶୀଘ୍ର ତାହାକୁ ରିପେୟର କରି ପୁନର୍ବାର ସ୍ଥାପନ କରାଯିବ । ମାତ୍ର କୌଣସି ମନ୍ଦିର ଖଣ୍ଡିତ ହେବା ଏହି ଅଞ୍ଚଳ ନିମନ୍ତେ ଶୁଭଙ୍କର ନୁହେଁ । ୨୫ ବର୍ଷ ପୂର୍ବେ ମନ୍ଦିର ପ୍ରତିଷ୍ଠା ସମୟରେ ଏହି ନୀଳଚକ୍ର ସ୍ଥାପନ କରାଯାଇଥିଲା । ଏହି ଘଟଣା କୁ ନେଇ ଆଜି ସ୍ଥାନୀୟ ତହସିଲଦାର ଏବଂ ମନ୍ଦିର ଉନ୍ନୟନ କମିଟି ଏହି ସମ୍ପର୍କରେ ଆଲୋଚନା କରିଅଛନ୍ତି ।

ଆସନ୍ତା ସ୍ନାନ ପୂର୍ଣ୍ଣିମା ଦିନ ଏହି ନୀଳଚକ୍ର କୁ ପୁନ୍ନର୍ବାର ସ୍ଥାପନ କରାଯିବ  ନିମନ୍ତେ ନିଷ୍ପତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *