ଭୁବନେଶ୍ବରରୁ Aparajita Sarangi ଙ୍କର ବିଶାଳ ରୋଡ ସୋ’…

ଅପରାଜିତାଙ୍କର ରୋଡ ସୋ’… ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କର ଆଜି ନାମାଙ୍କନ ଭରିବା ରହିଛି । ତେବେ ଯେଉଁଥିପାଇଁ ଅପରାଜିତା ଷଡଙ୍ଗୀଙ୍କ ପାଇଁ ଏକ ବିଶାଳ ରୋଡ ସୋ’ କରାଯାଇଛି । ସେଥିପାଇଁ ବହୁତ ବାଇକ ଓ ସ୍କୁଟିର ରାଲି ବ୍ୟବସ୍ଥା କରାଯାଇ ରୋଡ ସୋ’ କରାଯାଉଛି । ଯେଉଁଥିରେ ବହୁ ସଂଖ୍ୟକ ମହିଳା ମାନେ ମଧ୍ୟ ସାମିଲ ଅଛନ୍ତି । ମହିଳା ମାନେ ବହୁ ସଂଖ୍ୟକ ଭାବେ ସ୍କୁଟି ଓ ବୁଲେଟ ଧରି ରାଲିରେ ସାମିଲ ହୋଇଛନ୍ତି ।

ବିଶେଷ କରି ମହିଳା ମାନେ ପାରମ୍ପରିକ ଭାବେ ଓଡିଶୀ ନୃତ୍ୟ ବେଶଭୁଶା ଧାରଣ କରି ରାଲିରେ ଅଛନ୍ତି । ଭୁବନେଶ୍ବରରେ ଅପରାଜିତା ଷଡଙ୍ଗୀଙ୍କ ପାଇଁ ଏକ ବିଶାଳ ତଥା ନିଆରା ରାଲିର ବ୍ୟବସ୍ଥା କରାଯାଇଛି । ଆଜି ଭୁବନେଶ୍ବରର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ଭରିବେ । ତା’ ପୂର୍ବରୁ ଗୋଟିଏ ପ୍ରକାର ରୋଡ ସୋ କରାଯାଇ ସେଠାରେ ଶକ୍ତି ପଦର୍ଶନ କରାଯାଉଛି । ଯେଉଁ ରାଲିରେ ମହିଳା ମାନେ ପାରମ୍ପରିକ ବେଶ ପୋଷାକରେ ନଜର ଆସିଛନ୍ତି ।

ଏଥିସହ ଭାରତୀୟ ଜନତା ପାର୍ଟିର ଅନେକ କର୍ମକର୍ତ୍ତା ମାନେ ମଧ୍ୟ ସାମିଲ ହୋଇ ରାଲିରେ ବାହାରିଛନ୍ତି । ସାରା ରାଜ୍ୟରୁ ଯେଉଁଠାରେ ଆଜି ପ୍ରାର୍ଥୀ ମାନଙ୍କର ନାମାଙ୍କନ ଭରିବାର ରହିଛି । ସେହି ସବୁ ସ୍ଥାନରୁ ଭିନ୍ନ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସମ୍ବଲପୁରରେ ଲୋକକଳା ପଦର୍ଶନ କରାଯାଇଛି । ଆଜି ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନଙ୍କର ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଭିମୁଖେ ବାହାରିଛି । ତେବେ ଆଗକୁ ମତଦାନ ରହିଛି । ମତଦାନ ହେବା ପୂର୍ବରୁ ନାମାଙ୍କନ ଭରିବାର ବିଧି ରହିଥାଏ ।

ଭୋଟର ମାନଙ୍କୁ ଆକୃଷ୍ଠ କରିବା ପାଇଁ ପ୍ରାର୍ଥୀ ମାନଙ୍କର ଭିନ୍ନ ଭିନ୍ନ ଢଙ୍ଗରେ ପ୍ରୟାସ ଚାଲୁ ରହିଛି । ଭୋଟର ମାନଙ୍କର ମନ ଜିତିବା ପାଇଁ ପ୍ରାର୍ଥୀ ମାନେ ଅନେକ ପ୍ରକାର ପ୍ରୟାସ ବର୍ତ୍ତମାନ ସମୟରେ ପଦର୍ଶନ କରୁଛନ୍ତି । ଭୁବନେଶ୍ବରରୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ସମେତ ତାଙ୍କର ବିଶାଳ ରାଜନୈତିକ ରାଲି କିଛି ସମୟ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ସେଠାରେ ଅପରାଜିତା ଷଡଙ୍ଗୀ ନିଜର ନାମାଙ୍କନ ଭରିବାକୁ ଯାଉଛନ୍ତି । ତେବେ ଭୁବନେଶ୍ବରରୁ ଏଭଳି କିଛି ଦୃଶ୍ୟ ସାମ୍ନାକୁ ବର୍ତ୍ତମାନ ଆସିବାରେ ଲାଗିଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *