ଏୟାର ହୋଷ୍ଟେସ୍ ହେବା ପାଇଁ ଖାଲି ସୁନ୍ଦରୀ ଝିଅ ନୁହେଁ, ସ୍ମାର୍ଟ ବି ହୋଇଥିବା ଦରକାର…Priyanshi Panda Pathak

ରେଲୱେ ଷ୍ଟେସନ, ଫ୍ଲାଇଟ ସବୁଠି ମୋ ଭଏସ ! ସୋସିଆଲ ମିଡିଆରେ ଏମିତି ଜଣେ ମହିଳାଙ୍କର ଆମେ ଭଏସ ଶୁଣିବାକୁ ପାଉ । ଯାହାଙ୍କ ଭଏସ ଆମେ ପ୍ରାୟତଃ ରେଲୱେ ଷ୍ଟେସନ କିମ୍ବା ଏୟାରପୋର୍ଟରେ ଶୁଣିବାକୁ ପାଇଥାଉ । ତେବେ ପ୍ଲାଟଫର୍ମ ମାନଙ୍କରେ ଯାହାଙ୍କ ଭଏସ ଆମେ ଶୁଣିବାକୁ ପାଇଥାଉ । ସେହି ପ୍ରିୟାନ୍ସି ପଣ୍ଡା ପାଠକ ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କର ଅନୁଭୂତିକୁ ସେ ଗଣ ମାଧ୍ୟମରେ ଶେୟାର କରିଛନ୍ତି ।

ତେବେ ପ୍ରିୟାନ୍ସିଙ୍କ କହିବା ଆଧାରରେ ମୁଁ ପ୍ରଥମେ ଓଡିଆ ସିରିଏଲ ମାନଙ୍କରେ କାମ ଆରମ୍ଭ କରିଥିଲି । କେତେ ଗୁଡିଏ ସିରିଏଲରେ କାମ କରିବା ପରେ କୋଭିଡ ସମୟ ଆସିଯାଇଥିଲା । ସେତେବେଳେ ଓଡିଆ ସିରିଏଲ ଇଣ୍ଡଷ୍ଟ୍ରି ଟିକେ ଡାଉନ ହେଇଯାଇଥିଲା । ତେଣୁ ମୁଁ ସିରିଏଲ ଲାଇନରୁ ବାହାରି ଅଲଗା ଜବ କରିବା ପାଇଁ ଇଛା କରିଥିଲି । ମୁଁ ଏୟାରହୋଷ୍ଟେସ ପାଇଁ ମଧ୍ୟ କରିଥିଲି । ମୁଁ ପ୍ରଥମେ ଭଏସ ଦେଇଥିଲି । ଟ୍ରେନିଙ୍ଗ ନେବା ପରେ ସେମାନେ ମୋତେ ସିଲେକ୍ସନ କରିଥିଲେ ।

ବହୁତ ସାରା ଇଣ୍ଟରଭିୟୁ ଦେଇସାରିବା ପରେ ମୁଁ ଯଏନ କରିଥିଲି । ଇଣ୍ଡିଆନ ରେଲୱେରେ ମୁଁ ଭଏସ ଦେଉଛି । ତେଣୁ ରେଲୱେ ଷ୍ଟେସନରେ ଯେଉଁ ଭଏସ ଶୁଣିବାକୁ ମିଳେ । ସେଇଟା ମୋ ଭଏସ । ତାପରେ ମୁଁ ରେଲୱେରେ ଯେମିତି ଭଏସ ଦିଏ । ସେହିପରି ମୋ ଭଏସରେ କହି ସୋସିଆଲ ମିଡିଆରେ ଛାଡିଥିଲି । ସେଥିରେ ଲୋକଙ୍କର ଖୁବ ସାରା ଭଲ ପାଇବା ମୋତେ ମିଳିଥିଲା । ତାହା ସହ ବହୁତ ଲୋକ ନେଗେଟିଭ କମେଣ୍ଟ ମଧ୍ୟ କରିଥିଲେ ।

ସୋସିଆଲ ମିଡିଆରେ ବହୁତ ଲୋକ କୁହନ୍ତି, ଯେ ମୁଁ ରେଲୱେ ଷ୍ଟେସନରେ ଦିଆହେଉଥିବା ଭଏସକୁ ମୁଁ କପି କରି ସୋସିଆଲ ମିଡିଆରେ ଅପଲୋଡ କରୁଛି । ହେଲେ ସେହି ସବୁ ମୋର ହିଁ ରିଅଲ ଭଏସ । ବହୁତ ଲୋକ କୁହନ୍ତି, ଯେ ଯେଉଁ ମାନେ ଏୟାରହୋଷ୍ଟେସରେ କାମ କରିବାକୁ ଚାହୁଁଥିବେ । ସେଥିପାଇଁ ସୁନ୍ଦର ଝିଅର ଦରକାର ପଡିଥାଏ । ହେଲେ କେବଳ ସୁନ୍ଦର ଝିଅ ହେଲେ ହେବ ନାହିଁ । ଝିଅ ପାଖରେ ସେମିତି ସ୍ମାର୍ଟ ଭାବରେ କଥା କହିବାର ଲୋକଙ୍କୁ କମ୍ପାନୀ ଦେବାର ଟ୍ଯାଲେନ୍ଟ ରହିଥିବା ଦରକାର । ତା’ ସହ ଝିଅ ସୁନ୍ଦର ହୋଇଥିଲେ ତେବେ ତ ବହୁତ ଭଲ କଥା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *