MP Aparajita ଙ୍କୁ Kartik Pandiyan ଙ୍କର କଡା ଜବାବ ! ପ୍ରମାଣ ସହ ବିକାଶର କଥା ବଖାଣିଲେ…

ଅପରାଜିତାଙ୍କୁ ପାଣ୍ଡିୟାନଙ୍କ କଡା ଜବାବ ! ସୂଚନା ମୁତାବିକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି ପାଇଁ ମଙ୍ଗୁ ମଠର ପୁନରୁଦ୍ଧାର ସମ୍ଭବ ହୋଇପାରିଛି । ତେବେ ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟି ଆସୁଛି । ହେଲେ ସବୁଥର ପରି ଏଥର ମଧ୍ୟ ଶାସକ ଦଳ କରିଥିବା କାର୍ଯ୍ୟକୁ ନେଇ ବିରୋଦ୍ଧି ଦଳ ସମାଲୋଚନା କରିଥିଲେ । ଶ୍ରୀମନ୍ଦିର ପ୍ରସଙ୍ଗ ଉଠାଇ ସେଠାରେ ଥିବା ତୁଙ୍ଗ ମଠ ରାଜ୍ୟ ସରକାର ଭାଙ୍ଗି ଦେଇଛନ୍ତି ବୋଲି ମଧ୍ୟ କହିଥିଲେ ।

ତେବେ ଭାରତୀୟ ଜନତା ପାର୍ଟିର ସାଂସଦ ଅପରାଜିତା ମହାନ୍ତିଙ୍କର ଏଭଳି କିଛି ଭିତ୍ତିହୀନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ଏବେ ତାଙ୍କ ଉପରେ ହିଁ ମହଙ୍ଗା ପଡିଛି । ଅପରାଜିତାଙ୍କ ପ୍ରସଙ୍ଗକୁ ନେଇ ପ୍ରମାଣ ପତ୍ର ସହ ତାଙ୍କୁ କଡା ସମାଲୋଚନା କରିଛନ୍ତି ଭିକେ ପାଣ୍ଡିୟାନ । ତେବେ କାର୍ତ୍ତିକ ପାଣ୍ଡିୟାନଙ୍କ କହିବା ଆଧାରରେ ପୂର୍ବରୁ ତୁଙ୍ଗ ମଠ ଉପରେ ଏକ ପାଇଖାନା ରହିଥିଲା । ମଠ ଚାରିପଟରେ ମାଳ ମାଳ ଚପଲ ଦୋକାନ ସହ ଅନ୍ୟାୟ ଏଭଳି ସବୁ ଜିନିଷ ମାନ ରହିଥିଲା ।

ଯାହା ମଠର ପବିତ୍ରତାକୁ ନଷ୍ଟ କରିଦେଉଥିଲା । ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି କ୍ରମେ ଏବେ ଶ୍ରୀମନ୍ଦିର ଚମକୁଛି । ଐତିହ୍ୟର ପୁନରୁଦ୍ଧାର ପରେ ଫେରିଛି ପବିତ୍ରତା । ପୁରୀ ପରିକ୍ରମା ପ୍ରକଳ୍ପ ସମୟରେ ଐତିହାସିକ ମନ୍ଦିର ଓ ମଠ ଭଙ୍ଗା ଯାଇଛି ବୋଲି ବିଜେପିର ତୁଙ୍ଗ ନେତା ମାନେ ଯେଉଁ ଅଭିଯୋଗ କରିଥିଲେ । ତାହା ଉପରେ ଉତ୍ତର ଦେବାକୁ ଯାଇ ଭିକେ ପାଣ୍ଡିୟାନ ଏକ ଭିଡିଓ ଜାରୀ କରି ସେଥିରେ ଏଭଳି କିଛି କହି ବିକାଶ ସମ୍ପର୍କରେ ସେମାନଙ୍କୁ ଜଣାଇ ଦେଇଥିଲେ ।

ଯେଉଁଥିରେ ପାଣ୍ଡିୟାନ କହିଥିଲେ । ଯେ ସାଂସଦ ଅପରାଜିତା ମ୍ୟାଡାମ ମିଛ ଅପପ୍ରଚାର କରୁଛନ୍ତି । ହେଲେ ପୁରୀର କୌଣସି ମନ୍ଦିର କି ମଠ ଭଙ୍ଗା ଯାଇଥିଲା । ବଂର ସେଠାରେ ମନ୍ଦିର ଓ ମଠର ପବିତ୍ରତା ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଯାହା ବର୍ତ୍ତମାନ ସଫଳ ହୋଇପାରିଛି । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପୁରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଭଳି ଐତିହାସିକ କାର୍ଯ୍ୟ ପାଇଁ ନେଇଥିବା ନିଷ୍ପତ୍ତି ପାଇଁ ସବୁଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟି ଆସିଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *