ନିର୍ବାଚନ ଲଢିବାକୁ ସବୁ ଟଙ୍କା ଦେଇଦେଲେ କୁନି ଝିଅ ! ହଁ ଆଜ୍ଞା ନିର୍ବାଚନୀ ରାଲି ଚାଲିଥିଲା । ଯେଉଁ ରାଲିରେ କଙ୍ଗ୍ରେଶର ଅନେକ ସମର୍ଥକ ସବୁ ସାମିଲ ହୋଇ ଏକ ବିଶାଳ ଗାଡି ରାଲି ଗାଁ ରାସ୍ତାରେ ଯାଉଥିଲା । ତେବେ ସେହି ରାଲି ମଝିରେ ହଟାତ କଙ୍ଗ୍ରେଶର ବିଧାୟକ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକଙ୍କ ସେଠାରେ ଛିଡା ହୋଇ ରହିଥିବା କୁନି ଝିଅକୁ ଦେଖି ପାଖକୁ ଡ଼ାକିଥିଲେ । ତାପରେ କୁନି ଝିଅଟି ନିଜ ହାତରେ ଧରି ରହିଥିବା ଜିନିଷଟିକୁ କଙ୍ଗ୍ରେଶ ପ୍ରାର୍ଥୀଙ୍କ ହାତକୁ ବଢାଇ ଦେଇଥିଲା ।
ଯାହାକୁ ଦେଖି ଦେବାଶିଷ ପଟ୍ଟନାୟକ ଏହା ମଧ୍ୟରେ କଣ ଅଛି ବୋଲି ପଚାରି ବୁଝିଥିଲେ । ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ । ଯେ ଦିବ୍ୟାନ୍ଶି ପ୍ରଧାନ ନାମକ ଏକ କୁନି ଝିଅ ନିଜର ସଞ୍ଚୟ କରି ରଖିଥିବା ଟଙ୍କାକୁ କୁମ୍ପି ମଧ୍ୟରେ ରଖିଥିଲା । ଯେଉଁ ଟଙ୍କା ଥିବା ଥିବା କୁମ୍ପିକୁ କୁନି ଝିଅଟି କଙ୍ଗ୍ରେଶ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକଙ୍କୁ ଦେଇଥିଲା । ଆଉ ତାଙ୍କୁ କହିଥିଲା । ଯେ ଏ ହେଉଛି ମୋ ସଞ୍ଚୟ କରି ରଖିଥିବା ଟଙ୍କା । ଆପଣ ଏହି ଟଙ୍କାକୁ ସବୁ ଗରିବ ଲୋକଙ୍କ କାର୍ଯ୍ୟରେ ଲଗାଇ ତାଙ୍କୁ ସାହାଜ୍ଯ କରିବ ।
ତେବେ ଏଭଳି ଏକ ନିଆରା କାମ କରି କୁନି ଝିଅ ଦିବ୍ୟାନ୍ଶି ପ୍ରଧାନ ବର୍ତ୍ତମାନ ଚର୍ଚାରେ ରହିଛି । ତେବେ କୁନି ଝିଅଟି କହିଛି । ଯେ ମୋତେ ସେହି ହାତ ଚିହ୍ନଟି ଭଲ ଲାଗିଥାଏ । ତେଣୁ ଆମ ଏଠି ଯେଉଁ ଅଙ୍କଲ ହାତ ଚିହ୍ନରେ ଠିଆ ହୋଇଛନ୍ତି । ମୁଁ ତାଙ୍କୁ ମୋ ସଞ୍ଚିତ ଧନ ଦେବି। ସେ ତାଙ୍କ କାମରେ ଲଗାଇବେ । କଟକ ଜିଲ୍ଲା ବାଙ୍କି ଅନ୍ତର୍ଗତ ବଅଁରା ଗ୍ରାମର ତୋଫାନ ପ୍ରଧାନଙ୍କ ଝିଅ ହେଉଛନ୍ତି ଦିବ୍ୟାନ୍ଶି ପ୍ରଧାନ । ସେ ଦିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି ।
ତାଙ୍କର ବୟସ ହେଉଛି ମାତ୍ର 8 ବର୍ଷ । ହେଲେ ଏତେ ଅଳ୍ପ ବର୍ଷ ବୟସର କୁନି ଝିଅଟେ ହୋଇ ମଧ୍ୟ ଏଭଳି ନିଜର ସଞ୍ଚିତ କରିଥିବା ଟଙ୍କାକୁ ଲୋକଙ୍କ ସେବାରେ ଲଗାଇବାର ମନୋବୃତ୍ତି ଦେଖି ସମସ୍ତେ କୁନି ଝିଅଟେ ଉପରେ ଖୁସି ହୋଇଯାଉଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।