ଜ୍ଯୋତିଷ ଶାସ୍ତ୍ରରେ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ କିଛି ଉପାୟ କୁହାଯାଇଛି । ଏହା ସହିତ ସାମ୍ନା ବାଲାର ସ୍ଵଭାବ ବିଷୟରେ ଜାଣିବା ପାଇଁ ବିଭିନ୍ନ ପ୍ରକାରର ମାଧ୍ୟମ ବିଷୟରେ ବି କୁହାଯାଇଛି । ଯାହା ବିଷୟରେ ଯଦି ଆପଣ ଜାଣି ଯିବେ ତେବେ ସାମ୍ନାରେ ଥିବା ବ୍ୟକ୍ତି ବିଷୟରେ ଆପଣ ସହଜରେ ଜାଣି ପାରିବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ଏହା ସତ ଅଟେ କି ଆପଣଙ୍କ ଶରୀରର ସରଞ୍ଚନା ଆପଣଙ୍କ ସ୍ଵଭାବ ବିଷୟରେ ବହୁତ କିଛି କହିଥାଏ ।
କୌଣସି ବି ବ୍ୟକ୍ତିର ଗୋଡର ଆଙ୍ଗୁଠିରୁ ବି ସେହି ବ୍ୟକ୍ତିର ସ୍ଵଭାବ ବିଷୟରେ କୁହାଯାଇ ପାରିବ । ତେବେ ଚାଳନ୍ତୁ ଜାଣିବା ଆପଣଙ୍କ ଗୋଡର ଆଙ୍ଗୁଠି ଆପଣଙ୍କ ବିଷୟରେ କଣ କହିଥାଏ । ଯେଉଁ ଲୋକମାନଙ୍କର ଗୋଡର ବୁଢା ଆଙ୍ଗୁଠି ବୁଢା ଓ ବାକି ଆଙ୍ଗୁଠି ଛୋଟ ଓ ସମାନ ଥିବ ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ସବୁ କାର୍ଯ୍ୟକୁ ଶାନ୍ତିର ସହ କରିବାକୁ ପସନ୍ଦ କରନ୍ତି ।
ଏହିଭଳି ଲୋକମାନେ ବହୁତ ଧର୍ଯ୍ୟବାନ ହୋଇଥାନ୍ତି । ଜଲ୍ଦି ଜଲ୍ଦି କୌଣସି ବି କାର୍ଯ୍ୟକୁ କରନ୍ତି ନାହିଁ । ଏହି ଲୋକମାନଙ୍କୁ କୌଣସି ବାଦ ବିବାଦରେ ପଡିବାକୁ ଭଲ ଲାଗେ ନାହିଁ । ପ୍ରେମ ମାମଲାରେ ବି ଏମାନେ ବହୁତ ଗମ୍ଭୀର ହୋଇଥାନ୍ତି । ଯଦି କାହାକୁ ଭଲ ପାଆନ୍ତି ତେବେ ଜୀବନସାରା ତାର ହୋଇ ରହି ଯାଆନ୍ତି ।
ଯେଉଁ ଲୋକମାନଙ୍କର ଗୋଡର ଆଙ୍ଗୁଠି ପୁରାପୁରୀ ବଡ ରୁ ଛୋଟ କ୍ରମରେ ସମାନ ଥିବ, ସେମାନେ ଅନ୍ୟ ଲୋକମାନଙ୍କ ଉପରେ ନିଜର ପ୍ରଭାବ ଦେଖାଇବାକୁ ଚେଷ୍ଟା କରନ୍ତି । ଏମାନେ ସବୁବେଳେ ଚାହାନ୍ତି କି ସବୁ ସ୍ଥାନରେ ତାଙ୍କୁ ମାନ ସମ୍ମାନ ମିଳୁ । ଏମାନେ ଚାହାନ୍ତି ଲୋକମାନେ ତାଙ୍କୁ ମହତ୍ଵ ଦିଅନ୍ତୁ । ଏହିଭଳି ବ୍ୟକ୍ତିମାନେ ଜଲ୍ଦି ରାଗି ବି ଯାଆନ୍ତି । ଏହି ଲୋକମାନେ ନିଜର ସ୍ଵଭାବ କାରଣରୁ ନିଜ ପାର୍ଟନର ଉପରେ ବି ହାବି ରୁହନ୍ତି ।
ଯେଉଁ ଲୋକମାନଙ୍କର ଗୋଡର ମଝି ଦୁଇଟି ଆଙ୍ଗୁଠି ସମାନ ଥିବ, ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ନିଜ ପରିବାର ଲୋକମାନଙ୍କର ବହୁତ ପାଖାପାଖି ରୁହନ୍ତି । ଏମାନେ ନିଜର ଦାୟିତ୍ଵ ବି ଭଲ ଭାବରେ ତୁଲାଇ ଥାନ୍ତି । ଏମାନେ ଅନ୍ୟର କାମର ପ୍ରଶଂସା କରନ୍ତି ।
ଯେଉଁ ବ୍ୟକ୍ତିମାନଙ୍କର ଗୋଡର ଦ୍ଵିତୀୟ ଆଙ୍ଗୁଠି ସବୁଠୁ ବଡ ଥିବ ସେମାନେ ଅନ୍ୟ ଲୋକମାନଙ୍କ ଠାରୁ ବହୁତ ଭିନ୍ନ ହୋଇଥାନ୍ତି । ନିଜ କାମକୁ ବହୁତ ହିଁ ଭିନ୍ନ ଉପାୟରେ କରିବାକୁ ପସନ୍ଦ କରନ୍ତି । ଜୀବନକୁ ନେଇ ଏମାନଙ୍କ ଚିନ୍ତାଧାର ବହୁତ ହିଁ ଅଲଗା ହୋଇଥାଏ । ଏମାନେ ନିଜ ଜୀବନର ଯୋଜନା ବି ପୁରା ଭିନ୍ନ ପ୍ରକାରର କରିଥାନ୍ତି । ପରିବାର ଲୋକମାନଙ୍କ ଠାରୁ ଏମାନଙ୍କୁ ବହୁତ ହଲ ପାଇବା ମିଳିଥାଏ । ଏମାନେ ସମସ୍ତଙ୍କ ସହିତ ମିଶି ରୁହନ୍ତି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।