“ମୁଁ ଟିକେ ବେଶୀ ଫୁଲେଇ ବୋଲି ଲୋକଙ୍କ ନଜର ଲାଗିଯାଉଛି… ଆଉ ମୋ ଦେହ ଖରାପ ହେଉଛି” Sonakshi

ମୁଁ ଟିକେ ଅଧିକ ଫୁଲେଈ ବୋଲି ଲୋକଙ୍କ ନଜର ମୋ ଉପରେ ଲାଗିଯାଉଛି । ଓଡିଆ ଅଭିନେତ୍ରୀ ଚାନ୍ଦିନୀଙ୍କ ଭଉଣୀ ସୋନାକ୍ଷୀ ଯାହାଙ୍କୁ ଆପଣ ସୋସିଆଲ ମିଡିଆରେ ବହୁତ ସାରା ଭଲ ପାଇବା ଦେଇ ଆସିଛନ୍ତି । ବାହାଘର ପରେ ଦିଲ୍ଲୀରୁ ତାଙ୍କ ସ୍ଵାମୀଙ୍କ ସହ ଓଡିଶାକୁ ସୋନାକ୍ଷୀ ଆସିଛନ୍ତି । ଓଡିଶାକୁ ଆସିବା ପରେ ସୋନାକ୍ଷୀ ଏକ ଗଣ ମାଧ୍ୟମର ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖି ନିଜର ବାହାଘର କଥା ବିଷୟରେ ଶେୟାର କରିଛନ୍ତି ।

ସୋନାକ୍ଷୀ କହିଛନ୍ତି । ମୁଁ ଯେତେବେଳେ ବାହା ହେଇକି ଦିଲ୍ଲୀ ଗଲି । ମୋତେ ୟୁଟ୍ଯୁବରୁ ଯେଉଁ ସିଲଭର ପ୍ଲେ ବଟନଟି ମିଳିଥିଲା । ତାହାକୁ ଦେଖି ସବୁ ଲୋକ ଖୁସି ହୋଇଗଲେ । ତାପରେ ଶାଶୁଘର ଲୋକଙ୍କୁ ତମ ବୋହୁ ୟୁଟ୍ଯୁବରେ ଏତେ ଫେମସ ବୋଲି କହିଲେ । ମୁଁ ମୋ ଘରେ ଯେମିତି ଚଳୁଥିଲି ଓ ଶାଶୁଘରେ ମଧ୍ୟ ସେମିତି ଚଳୁଛି । ହେଲେ ଯେତେ ଯାହା ହେଲେ ବି ବାପା ଘର ଓ ଶାଶୁ 2 ଟି ଯାକ ଅଲଗା କଥା ।

ବାପାଘରେ ଗୋଟେ ଅଲଗା ଖୁସି ଓ ଶାଶୁଘରେ ଶାଶୁଘର ଲୋକଙ୍କ ସହ ମିଶିକି ରହିବା ମଧ୍ୟ ଟିକେ ଅଧିକ ଖୁସି । ମୋ ଶାଶୁ ମୋ ସହ ବହୁତ ମିଳାପୀ । ସେ ମୋ ସହ ମିଶିକି ଭିଡିଓ ମଧ୍ୟ କରନ୍ତି । ମୁଁ ସମସ୍ତଙ୍କ ସହ ହସି ମଜା ହେଇକି କଥା ହୁଏ ଆଉ ବହୁତ ଫୁଲେଈ ହେଇଯାଏ ବୋଲି ଲୋକ କୁହନ୍ତି । ମୁଁ ଟିକେ ବେଶୀ ଫୁଲେଈ ବୋଲି ଲୋକଙ୍କ ନଜର ମୋ ଦେହରେ ଲାଗିଯାଉଛି । ତାପରେ ମୋ ଦେହ ଖରାପ ହେଇଯାଉଛି ।

କାରଣ ଯେତେବେଳେ ଆମେ କୌଣସି କଥାକୁ ନେଇ ବା ନିଜ ସୁନ୍ଦରତାକୁ ନେଇ ଟିକେ ଅଧିକ ଖୁସି ହେଇଯାଉ । ସେତେବେଳେ ଅନ୍ୟର ହେଉ ବା ନିଜ ନିଜର ମଧ୍ୟ ନିଜ ଉପରେ ନଜର ଲାଗିଯାଏ ବୋଲି ତ ମୁଁ ନିଜେ ବିଶ୍ବାସ କରେ । ହିମାଂଶୁ ଆଉ ମୁଁ କେବେ କାହାକୁ ପ୍ରପୋଜ ବି କରିନୁ । କଥା କଥାରେ ପ୍ରେମ, ବାହାଘର ତାପରେ ଆଜି ପର୍ଯ୍ୟନ୍ତ ସେମିତି ଚାଲିଛି । ତେବେ ସୋନାକ୍ଷୀ ଓ ହିମାଂଶୁଙ୍କର ବୈବାହିକ ଜୀବନ ଏମିତି ମଧୁରମୟ ରହୁ ବୋଲି ଆମେ ଆଶା କରୁଛୁ । ଏହିଭଳି ଅପଡେଟ ପାଇବ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *