ଗାଁରେ ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ , ଛୁଆ ଜନ୍ମ କରି ରାସ୍ତାରେ ଧାଇଁଲା… ମା’!

ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ ! ଛୁଆ ଜନ୍ମ ହେବା ଲାଗି ଧାଇଁ ଧାଇଁ ମେଡିକାଲକୁ ଗଲା ମା’ ! ଖବର ମୁତାବିକ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମା’ ନିଜ ଛୁଆକୁ ଅଧା ଜନ୍ମ କରି ରାସ୍ତାରେ ଦୌଡିବାକୁ ଲାଗିଥିଲା । ଏହା ଶୁଣି ଆପଣଙ୍କୁ ଅବାକ ଲାଗୁଥାଇ ପାରେ । ହେଲେ ଏଭଳି ଦୃଶ୍ୟ ପର୍ଜଙ୍ଗ ବ୍ଲକ ଆଖୁଆପାଳ ପଂଚାୟତ ଦୋମୁହାଣି ଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ଯେଉଁଠାରେ ଲିପି ନାମକ ଜଣେ ମହିଳା ଗର୍ଭବତୀ ଥିବା ସମୟରେ ହଟାତ ତା’ ର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ଏହାପରେ ପରିବାର ଲୋକେ ଜନନୀ ଆମ୍ବୁଲାନ୍ସକୁ ଫୋନ ମଧ୍ୟ ଲଗାଇଥିଲେ । ହେଲେ ଗାଁରେ ଠିକ ସମୟରେ ଆମ୍ବୁଲାନ୍ସ ଆସି ପହଞ୍ଚି ନପାରିବାରୁ ଏଭଳି କିଛି ଅଘଟଣ ଘଟି ଯାଇଥିଲା । ଯେଉଁଠାରେ କି ମା’ ଟି ସଙ୍ଗେ ସଙ୍ଗେ ଏକ ନବଜାତ ଶିଶୁକୁ ଜନ୍ମ ଦେଇଥିଲା । ହେଲେ ଶିଶୁଟି ଜନ୍ମ ହେବା ପରେ ଦେଖିବାକୁ ମିଳିଥିଲା ।

ଯେ ମା’ ପେଟରୁ ବାହାରିଥିବା ସନ୍ତାନଟି ମୃତ ଶିଶୁଟି ଥିଲା । ଏହାପରେ ଉକ୍ତ ମହିଳାଙ୍କ ସହ ତା’ ର ପରିବାର ଲୋକେ ଛୁଆର ନାହିନାଡ ମଧ୍ୟ ନକାଟି ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ମହିଳାଙ୍କୁ ନେବା ପାଇଁ ସେ ସମୟରେ ମଧ୍ୟ କୌଣସି ଆମ୍ବୁଲାନ୍ସ ଆସି ପହଞ୍ଚି ପାରିନଥିଲା । କାରଣ ସେହି ଗାଁକୁ ରାସ୍ତାଘାଟର ସୁବିଧା ନଥିବା କାରଣରୁ ସାଧାରଣ ଲୋକଙ୍କର ଜୀବନଜାପାନ ବହୁତ କଷ୍ଟ ହୋଇପଡିଛି ।

ଯେଉଁ କାରଣରୁ ରାସ୍ତାର ସୁବିଧା ନଥିବା ହେତୁ ମହିଳା ଏକ ସଦ୍ୟଜାତ ପିଲାକୁ ଜନ୍ମ କରି ହେଲେ ନାହିନାଡ ନକାଟି ରାସ୍ତାରେ ଚାଲି ଚାଲି ମେଡିକାଲକୁ ଯାଉଛି । ତେବେ ମହିଳା ଜଣଙ୍କ ନିଜର ମୃତ ଶିଶୁକୁ ଆଣ୍ଠୁଏ ପାଣି ନାଳ ଡେଇଁ ନେଇ ଯାଉଥିବା ଦୃଶ୍ୟ ଯାହାକୁ ଦେଖି ସାଧାରଣରେ ବହୁ ଅସନ୍ତୋଷ ଦେଖା ଦେଇଛି ।

କାରଣ ସ୍ଥାନୀୟ ଲୋକଙ୍କର ବହୁ ଅଭିଯୋଗ ପରେ ମଧ୍ୟ ଗ୍ରାମକୁ ଏପର୍ଯ୍ୟନ୍ତ ରାସ୍ତାଘାଟର କୌଣସି ପ୍ରକାର ସୁବିଧା କରାଯାଇନାହିଁ । ଯେଉଁ ଯୋଗୁ ଲୋକେ ଏଠାରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *