କଟକର ନବ ନିର୍ମିତ netaji bus terminal ଦୃଶ୍ୟ କିଭଳି ରହିଛି…? କ’ ଣ ପ୍ରତିକ୍ରିୟା ରଖୁଛନ୍ତି ବସ ଯାତ୍ରୀ…

କଟକର ନୂଆ ବସ ଟର୍ମିନାଲ କିଭଳି ରହିଛି ? ହଁ ବନ୍ଧୁଗଣ ଗତ ୧୬ ତାରିଖ ଦିନ କଟକ ଖାନନଗର ଠାରେ ନୂଆ ନେତାଜୀ ବସ ଟର୍ମିନାଲ ଉଦ୍ଘାଟନ ହୋଇସାରିଛି । ଯାହାକି ନୂଆ ଚାକଚକ୍ୟ ଓ ବିଭିନ୍ନ ଆଧୁନିକ ପ୍ରଣାଳୀକୁ ଭିତ୍ତି କରି ବସ ଷ୍ଟାଣ୍ଡଟି ନିର୍ମାଣ କରାଯାଇଛି । ତେବେ ଏହି ନବ ନିର୍ମିତ ବସଷ୍ଟାଣ୍ଡରେ ୧୯୦ ଟି ବସ ରହିବାରର ବ୍ୟବସ୍ଥା କରାଯାଇଛି । ୩୭୦ ଭାଇକେଲ ପାର୍କିଂ ପାଇଁ ମଧ୍ୟ ସୁବିଧା କରାଯାଇଛି । ଅନେକ ଅତ୍ୟାଧୁନିକ ସାମଗ୍ରୀ ମଧ୍ୟ ବସଷ୍ଟାଣ୍ଡରେ ଖଞ୍ଜା ଯାଇଛି ।

ଯାହା ବସ ଟର୍ମିନାଲର ସୁନ୍ଦରତାକୁ ଅଧିକ ବଢାଇବା ସହ ଯାତ୍ରୀ ମଧ୍ୟ ଏଥିପାଇଁ ବହୁତ ଉପୋକୃତ ହୋଇପାରିବେ । ତେବେ ନବ ନିର୍ମିତ ବସଷ୍ଟାଣ୍ଡ ଉଦ୍ଘାଟନୀ ହେବା ପର ଠାରୁ ଅନେକ ଯାତ୍ରୀଙ୍କର ସେଠାରେ ସମାଗମ ଦେଖିବାକୁ ମିଳିଛି । ତେବେ ଅନେକ ଯାତ୍ରୀ ମଧ୍ୟ ମିଡିଆ ସାମ୍ନାରେ ବସ ଷ୍ଟାଣ୍ଡ ଉପରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ନେତାଜୀ ବସ ଟର୍ମିନାଲ ବହୁତ ହିଁ ସୁନ୍ଦର ଓ ଆକର୍ଷଣୀୟ କରାଯାଇଛି ।

ଯାତ୍ରୀ ମାନେ କିଭଳି ଭାବରେ ବସରେ ଏହି ସ୍ଥାନରୁ ଯାତ୍ରା ଆରମ୍ଭ କରିବେ । ତାହା ଉପରେ ଧ୍ୟାନ ଦେଇ ସବୁ କ୍ଷେତ୍ରରେ ଲୋକଙ୍କର ସୁବିଧା କରାଯାଇଛି । ATM ଠାରୁ ଆରମ୍ଭ କରି ଆହାର କେନ୍ଦ୍ର ପର୍ଯ୍ୟନ୍ତ ସବୁକିଛି ଏହା ପାଖରେ ସୁବିଧା କରାଯାଇଛି ।

ହେଲେ ଲୋକମାନେ ମଧ୍ୟ ଏହି ବସଷ୍ଟାଣ୍ଡ ଉପରେ ଅଧିକ ଯତ୍ନଶୀଳ ହୋଇବା ଆବଶ୍ୟକ । କାରଣ ଏହା ଯେତେ ସୁନ୍ଦର ବର୍ତ୍ତମାନ ସମୟରେ ହୋଇଛି । ଯଦି ଲୋକମାନେ ନିଜ ନିଜ ଆଡୁ ସଚେତନ ହୋଇ ମେଣ୍ଟେନାନ୍ସ କରି ଚଳିବେ । ତେବେ ଏହି ନୂଆ ବସଷ୍ଟାଣ୍ଡଟି ସବୁଦିନ ପାଇଁ ନୂଆ ହୋଇ ରହିବ ।

ଯେହେତୁ ନୂଆ ବସ ଟର୍ମିନାଲର ଏବେ ଏବେ ଉଦ୍ଘାଟାନୀ ପ୍ରକ୍ରିୟା ସରିଛି । ତେଣୁ ଯାତ୍ରୀ ମାନେ କେଉଁ ସମୟରେ କେଉଁ ବସର ଯାତାୟାତ ହେଉଛି । ସେହି ବିଷୟରେ ଜାଣିବାରେ ଟିକେ ଯଦିଓ ଅସୁବିଧା ହେଉଛି । ହେଲେ ଆଗକୁ ଧୀରେ ଧୀରେ ସବୁ କିଛି ଲୋକେ ଅବଗତ ହୋଇଯିବେ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *