ପରିବାର ଚଳାଇବା ପାଇଁ ଅଣ୍ଟାରେ କଷ୍ଟ ହେଲେ ବି ବେପାର କରି ପେଟ ପୋଷିବାକୁ ପଡେ, ସେଥିପାଇଁ ଚକୁଳି ଓ ଆଲୁଦମ ବିକୁଛି…

ଭଲ ପାଇ ବାହା ହୋଇଥିଲି, ହେଲେ ପରିବାର ପୋଷିବା ପାଇଁ ତାଙ୍କ ସହ ମିଶି ଚକୁଳି, ଆଲୁଦମ ବିକୁଛି । ଖବର ମୁତାବିକ କର୍ମ ହିଁ ଭଗବାନ । ଏହା ସମସ୍ତେ ଆମେ ଜାଣିଛୁ । ସେଥିପାଇଁ ନିଜର ଦୁଃଖ କଷ୍ଟକୁ ପଛରେ ପକାଇ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଅଣ୍ଟା ଭିଡିଛନ୍ତି ସ୍ଵାମୀ ଓ ତାଙ୍କର ସହ ତାଙ୍କ ଧର୍ମପତ୍ନୀ । ନୟାଗଡରୁ ଆସି ଭୁବନେଶ୍ବରରେ ନିଜର ଚକୁଳି, ଆଲୁଦମ ବିକ୍ରି ବିଜିନେଷ୍ କରୁଛନ୍ତି । ଗତ ୧୦ ରୁ ୧୨ ବର୍ଷ ଧରି ଭୁବନେଶ୍ବରରେ ନିଜର ବେପାରର ପସରା ମେଲାଇ ରଖିଛନ୍ତି ।

ଅନେକ ଗ୍ରାହକ ମଧ୍ୟ ସକାଳୁ ଏଠାରେ ଚକୁଳି, ଆଲୁଦମ ଟିଫିନ କରି ନିଜର ଦିନକୁ ଆରମ୍ଭ କରନ୍ତି । ତେବେ ମନୋରୋମାଙ୍କ କହିବା ଅନୁସାରେ ମୁଁ ତ ଭଲ ପାଇ ଯାଙ୍କୁ ବାହା ହୋଇଥିଲି । ତେଣୁ ମୋ ପରିବାରର ଅନ୍ୟ ମେମ୍ବରଙ୍କ ଷ୍ଟାଣ୍ଡାର୍ଡ ଅନୁସାରେ ମୁଁ ଟିକେ ଲୋ’ ରେ ଅଛି ।

ହେଲେ ଯାହା ଯେମିତି କରିକି ମୋ ପିଲା ଓ ପରିବାରକୁ ନେଇ ଚାଳି ଆସୁଛି । ନୟାଗଡରେ ଆମ ଘର, ହେଲେ ସେଠାରେ ଟିକେ ଅସୁବିଧା ହେବା କାରଣରୁ ସ୍ଵାମୀ, ପରିବାର ସବୁ ମିଶି ଭୁବନେଶ୍ବର ଚାଳି ଆସିଲୁ । ପିଲା ମାନେ ପାଠ ପଢୁଛନ୍ତି । ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ଵାମୀଙ୍କ ସହ ମିଶି ରାସ୍ତା କଡରେ ଚକୁଳି, ଆଲୁଦମ ବିକ୍ରି କରୁ ।

ସେ ସବୁକିଛି ଏକେଲା ସମ୍ଭାଳିକୁ ହଇରାଣ ହୁଅନ୍ତି । ତେଣୁ ମୁଁ ତାଙ୍କ ସହ ମିଶି ଆସି କାମ କରେ । ମୋର ଅଣ୍ଟା ସମସ୍ଯା ଅଛି, ତେଣୁ ଠିଆ ହେଇକି ଏଠାରେ ଚକୁଳି ତିଆରି କରିବା ମୋ ପାଇଁ କଷ୍ଟ ତ ହୁଏ । ହେଲେ ତଥାପି ଚଳିବା ପାଇଁ ପରିଶ୍ରମ ତ କରିବାକୁ ପଡିବ ଭାବି ସବୁ ଭୁଲିଯାଏ ।

ମୋର ଆଗକୁ ଅଣ୍ଟା ଅପେରେସନ ମଧ୍ୟ ହେବାର ଅଛି । ସେଥିପାଇଁ ବହୁତ ଟଙ୍କା ବି ଦରକାର ପଡିବ । ତେଣୁ ଏହି ବେପାରରୁ ଯାହା ଯେତିକି ରୋଜଗାର ହୁଏ । ସେହି ପଇସାରେ କଷ୍ଟମଷ୍ଟେ କରି ପରିବାରର ପ୍ରତିପୋଷଣ କରିବା ପାଇଁ ଚେଷ୍ଟା କରୁ । ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *