Mohammad Siraj ହେଲେ ମ୍ୟାନ ଅଫ ଦ ମ୍ଯାଚ ! ହେଲେ ମିଳିଥିବା ଅର୍ଥ ରାଶିକୁ ଦେଇଦେଲେ ଗ୍ରାଉଣ୍ଡ୍ସ ମ୍ୟାନଙ୍କୁ ! ଆଉ ତା ପରେ…

ମାନବିକତା ଦେଖାଇ ମନ ଜିଣିନେଲେ ସିରାଜ ! ନିଜ ମ୍ୟାନ ଅଫ ମ୍ଯାଚର ସବୁ ଟଙ୍କା ଗ୍ରାଉଣ୍ଡ୍ସ ମ୍ୟାନଙ୍କୁ ଦେଲେ । ଖବର ଅନୁଯାଇ ଏସିଆ କପ ଫାଇନାଲ ମ୍ଯାଚରେ ମ୍ୟାନ ଅଫ ଦ ମ୍ଯାଚ ହୋଇଯାଇଥିଲେ ମହମ୍ମଦ ସିରାଜ । ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇ ଅଷ୍ଟମ ଥର ଲାଗି ଭାରତ ହୋଇଛି ଚମ୍ପିୟାନ । ଯାହା ସବୁ କ୍ରିକେଟପ୍ରେମୀଙ୍କ ପାଇଁ ଗୋଟେ ବହୁତ ବଡ ଖୁସିର ମୂହୁର୍ତ୍ତ ଥିଲା । ଭାରତୀୟ ଟିମର ଦମଦାର ବୋଲିଂ ପଦର୍ଶନ ପାଇ ଶ୍ରୀଲଙ୍କା ଟିମ ପୁରା ନାକରେ ପାଣି ପିଇଯାଇଥିଲେ ।

ଏହାପରେ ଗୋଟିଏ ପରେ ଗୋଟିଏ ଧୂଆଁଧାର ପଦର୍ଶନ କରି ଭାରତୀୟ ଟିମ ଶ୍ରୀଲଙ୍କା ଟିମକୁ ପଛରେ ପକାଇ ବିଜୟର ମୁକୁଟ ପିନ୍ଧିଥିଲା । ଦଳ ପକ୍ଷରୁ ସବୁଠାରୁ ଅଧିକ ୬ ୱିକେଟ ନେଇଥିଲେ ମହମ୍ମଦ ସିରାଜ । ମ୍ଯାଚରେ ହାର୍ଦ୍ଧିକ ପାଣ୍ଡ୍ୟା ୩ ଟି ବେଳେ ଯଶପ୍ରୀତି ବୁମରା ୧ ଟି ୱିକେଟ ନେଇପାରିଥିଲେ । ଫାଇନାଲ ମ୍ଯାଚରେ ମହମ୍ମଦ ସିରାଜଙ୍କ ଦମଦାର ପଦର୍ଶନ କାରଣରୁ ଏହି ମ୍ଯାଚରେ ମ୍ୟାନ ଅଫ ଦ ମ୍ଯାଚ ଭାବେ ସିରାଜଙ୍କ ନାମ ଘୋଷଣା କରାଯାଇଥିଲା ।

ଯେଉଁଠୀ ପାଇଁ ମହମ୍ମଦ ସିରାଜଙ୍କୁ ୫ ହଜାର ଡଲାର ଆର୍ଥିକ ରାଶି ମଧ୍ୟ ଦିଆଯାଇଥିଲା । ହେଲେ ଏହି ଟଙ୍କା ପ୍ରତି ସିରାଜଙ୍କ ମନ ମଧ୍ୟରେ କୌଣସି ମଧ୍ୟ ଲୋଭ ନଥିଲା । ସିରାଜ କିନ୍ତୁ ମ୍ୟାନ ଅଫ ଦ ମ୍ଯାଚ ହେବା କାରଣରୁ ବହୁତ ଖୁସି ଥିଲେ । ଏହା ସହିତ ଏହି ମୁହୂର୍ତ୍ତ ତାଙ୍କ ଜୀବନର ବହୁତ ବଡ ଖୁସିର ମୂହୁର୍ତ୍ତ ବୋଲି ସେ ଜଣାଇଥିଲେ । ହେଲେ ମୋତେ ମିଳିଥିବା ଟଙ୍କାକୁ ମୁଁ ମୋ ନିଜ ପାଖରେ ରଖିବାକୁ ଚାହୁଁନି ।

ଏହି ସମସ୍ତ ଟଙ୍କା ଗୁଡିକୁ ମୁଁ ଗ୍ରାଉଣ୍ଡ୍ସ ଷ୍ଟାଫ ମାନଙ୍କୁ ଦେଇଦେବା ପାଇଁ ଚାହୁଁଅଛି । କାରଣ ସେମାନଙ୍କ ବିନା ଟୁର୍ଣ୍ଣାମେଣ୍ଟ ସମ୍ଭବ ହୋଇପାରିନଥାନ୍ତା । ତେବେ ଏଭଳି କିଛି ମହମ୍ମଦ ସିରାଜ ପାଇଥିବା ନିଜର ସମସ୍ତ ଆର୍ଥିକ ରାଶିକୁ ଗ୍ରାଉଣ୍ଡ୍ସ ଷ୍ଟାଫ ମାନଙ୍କୁ ଦେଇଦେଇଥିଲେ ।

ମହମ୍ମଦ ସିରାଜଙ୍କର ଏତେ ବଡ ମହାନତା ଦେଖି ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ବର୍ତ୍ତମାନ ସେ ପାଲଟି ଯାଇଛନ୍ତି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published.