ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଉ ୨ ଦିନ ବଢିଲା ଗ୍ରୀଷ୍ମ ଛୁଟି ଅବଧି ! ଜୁନ ୧୯ ପରିବର୍ତ୍ତେ ଜୁନ ୨୧ ରେ ସ୍କୁଲ ଖୋଲା ଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଖରା, ଗରମକୁ ଆଖିରେ ରଖି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମ ଛୁଟି ଦିଆ ଯାଇଥିଲା । ତେବେ ରଜ ସରିଲା ପରେ ଅର୍ଥାତ ଜୁନ ୧୯ ତାରିଖ ଅର୍ଥ୍ତ ସୋମବାର ଦିନ ସ୍କୁଲ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଅସହ୍ୟ ଖରା, ଗରମ କାରଣରୁ ଗଣଶିକ୍ଷା ବିଭାଗ ଆଉ ୨ ଦିନ ସ୍କୁଲ ଛୁଟିର ଅବଧିକୁ ବଢାଇ ଦେଇଛି ।
ଯଦିଓ ଜୁନ ୧୯ ତାରିଖରେ ଖୋଲିଥାନ୍ତା । ତାପର ଦିନ ଅର୍ଥାତ ମଙ୍ଗଳବାର ଦିନ ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ୍ରା ତଥା ରଥ ଯାତ୍ରା କାରଣରୁ ପୁଣି ଥରେ ସ୍କୁଲ ବନ୍ଦ ରହିଥାନ୍ତା । ହେଲେ ସରକାରଙ୍କର ବର୍ତ୍ତମାନର ନିଷ୍ପତ୍ତି ଅନୁସାରେ ଜୁନ ୨୧ ତାରିଖ ରେ ସମସ୍ତ ବିଦ୍ୟାଳୟ ଖୋଲାଜୀବ । ଯଦି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଏହିଭଳି ଆଗାମୀ ସମୟରେ ମଧ୍ୟ ଜାରୀ ରହିଲା । ତେବେ ଆଗାମୀ ଦିନ ଗୁଡିକରେ ମଧ୍ୟ ବିଦ୍ୟାଳକୁ ପୁଣି ଥରେ ବନ୍ଦ କରାଯିବାର ନିଷ୍ପତ୍ତି ସରକାର ନେଇପାରନ୍ତି ବୋଲି ସମ୍ଭାବନା ରହୁଛି ।
କାରଣ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ପ୍ରବଳ ମାତ୍ରାରେ ରହୁଛି । ଯେଉଁ କାରଣରୁ ସାଧାରଣ ଲୋକଙ୍କର ଖରା, ତାତୀରେ ଜୀବନ ହନ୍ତସନ୍ତ ହୋଇଯାଉଛି । ଦିନ ୮ ଟା ପରେ ଆଉ ଘରୁ କୌଣସି ସ୍ଥାନକୁ ବାହାରିକୀ ଯିବା ପାଇଁ ମନ ହେଉ ନାହିଁ । ତେବେ ସେହିଭଳି ସ୍କୁଲ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟକୁ ଯିବାର ନିର୍ଦ୍ଧାରିତ ସମୟ ହେଉଛି ୧୦ ଟା । ଏହି ସମୟ ମଧ୍ୟରେ ବାହାରେ ଖରାର ତୀବ୍ର ପ୍ରଭାବ ରହୁଛି ।
ଏହା ସହ ଖରା, ଗରମ ସହ ଗୁଳୁଗୁଳିଆ ମଧ୍ୟ ପ୍ରବଳ ମାତ୍ରାରେ ହେଉଛି । ତେବେ ଏଠାରେ ଆମେ ଆଉ ଥରେ କହି ରଖିବା ପାଇଁ ଚାହିଁବୁ । କି ଯେ ବିଦ୍ୟାଳୟ ଛୁଟି ଅବଧି ୨ ଦିନ ବୃଦ୍ଧି କରାଯାଇଛି । ଜୁନ ୧୯ ପରିବର୍ତ୍ତେ ଜୁନ ୨୦ ତାରିଖରେ ସ୍କୁଲ ଖୋଲାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି । ତେବେ ଏହିଭଳି ଅଧିକରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେଯାର କରନ୍ତୁ । ଧନ୍ୟବାଦ