ଏହି ଘର ପାଇଁ ମୋଦି ଦେବେ ପ୍ରାଇଜ୍…ଜାଣନ୍ତୁ ଏମିତି କଣ ରହିଛି ଏହି ଘରେ ? ଦେଖିଲେ ଆଖି ଖୋସି ହେଇ ପଡିବ, ଦେଖନ୍ତୁ Video  

ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ଏକ ଘରର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭଲ ଭାବରେ ଦେଖନ୍ତୁ ଏହି ଘରକୁ । ଏ ଘରର ଇଣ୍ଟେରିୟର ଡିଜାଇନକୁ ଟିକେ ଭଲରେ ଦେଖନ୍ତୁ । ୱାଲ ରୁ ଆରମ୍ଭ କରି ଘରର ଫ୍ଲୋର ଏବଂ ଲାଇଟିଙ୍ଗ ଏ ସବୁ ଦେଖି ଜଣା ପଡୁଛି ଏହା କୌଣସି ଆଲିଶାନ ଘର ଠାରୁ କଣ ନୁହେଁ । ଥରେ ଏହି ଘରର ବାହାର ପଟକୁ ଦେଖନ୍ତୁ ପୁରା ଚକାଚକ । ଏହି ରଙ୍ଗ ଆଉ ଡିଜାଇନ ରାଜଧାନୀରେ ଥିବା ଲକ୍ଷ ଲକ୍ଷ ଟଙ୍କାରେ ତିଆରି ଘର ଠାରୁ କମ ନୁହେଁ ।

ଦର୍ଶକ ବନ୍ଧୁ ଏହି ଘରଟି ପ୍ରଧାନମନ୍ତ୍ରୀ ଆଭାସ ଯୋଜନାର ଘର । ଏହି ଘର ହେଉଛି ଗଜପତି ଜିଲ୍ଲା କାଶିନଗର ଗ୍ରାମର ଚାରି ନମ୍ବର ୱାର୍ଡରେ ବସବାସ କରୁଥିବା ସଂଜୀବ ରାଓଙ୍କ ଘର । ସେ ଜଣେ ଦିନ ମଜୁରିଆ ଆଉ ବାହାଘର ଆଦିରେ ରୋଷେଇ କାମ କରି ଦୁଇ ପଇସା ରୋଜଗାର କରନ୍ତି  ।

ବହୁତ ଦିନ ଯାଏଁ ଝୁମ୍ପୁଡି ଘରେ ଦିନ କାଟୁ ଥିଲେ ଆଉ ଏକ ପକ୍କା ଘର କରିବା ପାଇଁ ସ୍ଵପ୍ନ ଦେଖୁଥିଲେ । 2017 ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କଲେ । ଆଉ ମିଳିଥିବା ଦୁଇ ଲକ୍ଷ ଟଙ୍କା ଆଉ ନିଜେ କଷ୍ଟ କରି ଅର୍ଜିତ କରିଥିବା କିଛି କିଛି ସାଧନ ଏବଂ ସହଯୋଗରେ ତିଆରି କରିଛନ୍ତି ନିଜ ସ୍ଵପ୍ନର ଘର । ଏବେ ଏହି ଘର ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ପୁରସ୍କୃତ ହେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି ।

ତେବେ ଏନେଇ ସଂଜୀବ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବା ମୋର ହେଉଛି ସ୍ଵପ୍ନ । ହେଲେ ଏହି ଘର ପାଇଁ ମୋତେ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଆସିଛି ନିମନ୍ତ୍ରଣ । ଏହି ସୁନ୍ଦର ଘରର ଡିଜାଇନ ସେ ନିଜେ ନିଜେ କରିଛନ୍ତି । ସିମେଣ୍ଟ ବାଲି ନେଇ ନିଜେ ଶ୍ରମିକ ମାନଙ୍କ ସହ କାମ ବି କରିଛନ୍ତି ।

ଏହି ଘର ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଓ କାଶିନଗର ଏନଏସସି ସହଯୋଗ କରିଥିବା ବେଳେ ଏବେ ତାଙ୍କୁ ପୁରସ୍କାର ଦେବା ପାଇଁ ସମସ୍ତ ବ୍ୟବସ୍ଥା ଏବଂ ଆୟୋଜନ ପ୍ରଶାସନ ପକ୍ଷରୁ କରାଯାଇଛି । ଦର୍ଶକ ବନ୍ଧୁ ଏବେ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *