ସାଉଦି କିଙ୍ଗଙ୍କ Luxurious ଲାଇଫ ଷ୍ଟାଇଲ ଦେଖିଲେ ଉଡିଯିବ ଆପଣଙ୍କ ହୋସ୍, ଦେଖନ୍ତୁ ଏହି ଭିଡିଓ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାଉଦି ରାଜା ସଲମାନଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ କଣ ଜାଣିଛନ୍ତି ସାଉଦି ରାଜା ସଲମାନଙ୍କର ଦିନ କେମିତି ଆରମ୍ଭ ହୁଏ । ଆଜି ଆମେ ଆପଣ ମାନଙ୍କୁ ସାଉଦି ରାଜା ସଲମାନଙ୍କ ବିଳାସପୂର୍ଣ୍ଣ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସାଉଦି ରାଜା ସଲମାନ ଦୁନିଆର ଯେଉଁ ଜାଗାକୁ ବୁଲିବା ପାଇଁ ଯାନ୍ତି ତାଙ୍କ ସହ ରୁହନ୍ତି 800 ଚାକର । ଏମାନଙ୍କ ମଧ୍ୟରୁ 150 ଜଣ ତାଙ୍କର ପ୍ରାଇଭେଟ ରୋଷେଇଆ । ଦୁନିଆର ସମସ୍ତ ରାଜାଙ୍କର ରାଜା ସଲମାନ ବିନ ଅବଦୁଲ ଏକ ଲକ୍ଷ 5 ହଜାର ଆରବ ସମ୍ପତ୍ତିର ମାଲିକ ଅଟନ୍ତି ଏଥିରୁ ଆପଣ ଜାଣିପାରୁଥିବେ ରାଜାଙ୍କ ଦିନର ଆରମ୍ଭ କେମିତି ହେଉଥିବ । ରାଜା ଯୁଆଡେ ବି ଯାନ୍ତି ବିଶ୍ଵକୁ ଖବର ହେଇଯାଏ କି ରାଜା ଆସୁଛନ୍ତି ।

ସାଧାରଣ ଅସୁବିଧା ନ ହେବା ପାଇଁ ଖୁବ ଧ୍ୟାନ ରଖାଯାଏ । ରାଜା ସଲମାନଙ୍କ ପାଖରେ ଦୁଇଟି ଚାରୋଟି ଉଡାଜାହାଡ ବି ଅଛି । ଆଉ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କର ନିଜ ନିଜର ଉଡାଜାହାଜ ଓ କାର ରହିଛି । ସଲମାନଙ୍କ ଉଡାଜାହାଜରେ ସମସ୍ତ ସୁଖ ସୁବିଧା ରହିଛି । ରାଜା ଯାତ୍ରା କରିବା ବେଳେ ତାଙ୍କୁ ଆଦୌ ଅନୁଭବ ହୁଏନି ଯେ, ସେ ଉଡାଜାହାଜରେ ଯାତ୍ରା କରୁଛନ୍ତି ।

ତାଙ୍କର ସବୁ ପ୍ଳେନ ଗୋଟିଏ ଗୋଟିଏ ମହଲ ଭଳି । ସେ ତାଙ୍କ ସହ 5 ଶହ 6 ଟନ ଓଜନର ଲଗେଜ ବି ନିଅନ୍ତି । ଏଥିରେ ତାଙ୍କର ଦୁଇଟି କାର ଏବଂ ଦୁଇଟି ସୁନାର ଏକ୍ସେଲେଟର ଥାଏ । ଏହି ଲଗେଜ ତାଙ୍କ ସହ ତାଙ୍କ ପ୍ଳେନରେ ଯାଏନି ଏ ସବୁ ଅଲଗା ଅଲଗା ଉଡାଜାହାଜରେ ଯାଇଥାଏ । ଜାପାନ ଯାତ୍ରାରେ ସେ 100ଟି ଲେମ୍ବରଗିନି କାର ଓ ଦୁଇଟି ଏକ୍ସେଲେଟର ତାଙ୍କ ସହ ଜାପାନ ଯାଇଥିଲା ।

ଫ୍ରାନ୍ସ ଯାତ୍ରା ସମୟରେ ସେ ତାଙ୍କ ସହ ଫର୍ନୀଚର ଏମିତି କି କାର୍ପେଟ ବି ନେଇଯାଇଥିଲେ । ଏହା ସହ ଖାଦ୍ୟ ବି ସାଉଦିରୁ ଯାଇଥିଲା । ମାତ୍ର ଦୁଇ ଦିନ ରହଣି ପାଇଁ ରାଜାଙ୍କ ସହ ଯାଇଥିଲା 200 କାର । ମସ୍କୋ ବୁଲିବା ପାଇଁ ଇଛା କରିଥିଲେ ରାଜା ସଲମାନ । ମାତ୍ର ତିନି ଦିନର ଯାତ୍ରାରେ ସେ ଖର୍ଚ୍ଚ କରିଥିଲେ 222 କୋଟି ଟଙ୍କା । ରାଜା ସଲମାନ ଯେଉଁଠି ବି ଯାନ୍ତି ନିଜ ସହ ମହଲ ଟେକି ନିଅନ୍ତି ଆପଣ କହି ପାରିବେ ।

ଏବେ ତାଙ୍କ ରାସ୍ତାରେ ଚାଲୁ ଛନ୍ତି ତାଙ୍କ ପୁଅ ରାଜକୁମାର ମହମ୍ମଦ ବିନ ସଲମାନ । ସେ ଗୋଟେ ଯାତ୍ରାରେ 225 କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *