ଦର୍ଶକ ବନ୍ଧୁ କଥାରେ ଅଛି ଭାଇ-ଭଉଣୀଙ୍କ ସମ୍ପର୍କ ହେଉଛି ସବୁ ଠାରୁ ନିଆରା । ଗୋଟେ ଭଉଣୀ ସବୁବେଳେ ନିଜ ଭାଇକୁ ସ୍ନେହ ଆଦରରେ ରଖିଥାଉ ଆଉ ଗୋଟେ ଭାଇ ସବୁବେଳେ ନିଜ ଭଉଣୀର ସୁରକ୍ଷା ଦେଇଥାଏ । ତେବେ ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଭଉଣୀ ନିଜ ଭାଇ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଜ ମୁଣ୍ଡରେ ହାତ ଦେବେ । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତେବେ ଚାକିରି ଦେବା କଥା କହି ମହିଳାଙ୍କୁ କରାଯାଇଛି ଦୁଷ୍କର୍ମ । ଭୁବନେଶ୍ବରରୁ ନେଇ ବ୍ରହ୍ମପୁରରେ ଦୀର୍ଘ ଦୁଇ ଦିନ ଧରି ଦୁଷ୍କର୍ମ କଲା ପରେ ଦୁଷ୍କର୍ମକାରୀଙ୍କ କବଳରୁ ବାହାରି ଆସିଛନ୍ତି ମହିଳା ଆଉ ସହିଦ ନଗର ଥାନାର ଦ୍ଵାରସ୍ଥ ହୋଇଛନ୍ତି ।
ତେବେ ଏନେଇ ମହିଳା ଜଣକ କହିଛନ୍ତି-‘ମୋ ନାଁ ବିନି ବେହେରା ମୁଁ ସେଇଠି କାମ କରୁଥିଲି । ସେ ମୋତେ ସବୁବେଳେ ଭାଉଜ ଭଳିଆ ଦେଖନ୍ତି ମୁଁ ଜାଣି ନଥିଲି ତା ମନରେ ଏମିତି ଥିଲା । ସେ ମୋତେ ଭଉଣୀ ଭଳିଆ ଦେଖେ ଆମ ଘରକୁ ଆସି ଖାଦ୍ୟ ବି ଖାଇଛି । ଦଶହରା ସମୟରେ 4 ତାରିଖରେ ସେ ମୋତେ କହିଲା ଚାଲ ମୋ ଗାଁକୁ ଯିବା ମୁଁ ତମକୁ ଗୋଟେ ବଡ ଚାକିରି ଦେବି । ମୁଁ କହିଲି ମୋ ଛୁଆ ମାନଙ୍କୁ ନେଇ ଯିବା ପାଇଁ ମୋ ସ୍ଵାମୀଙ୍କୁ ବି ସବୁ କହି ଯାଇଥିଲି ।
ଆମେ ବ୍ରହ୍ମପୁର ଯାଇ ତାଙ୍କର ଏକ ସାଙ୍ଗ ଘରେ ମୋତେ ରଖିଲେ । ରାତି 12ଟାରେ ସେ ମୋତେ କହିଲେ ଆସ ଏଠି ଆମେ ଏକ ଅଲଗା ରୁମ୍ ରେ ଶୋଇବା । ମୁଁ ମନା କଲି ହେଲେ ବି ସେ ଜବରଦସ୍ତ ମତେ ନେଇଗଲେ ଆଉ ମୋ ସହ ଦୁଷ୍କର୍ମ କଲେ । ମୁଁ କାନ୍ଦି ବୋବେଇ ରହିଲି ଆଉ କହିଲି ମୋତେ ମୋ ଛୁଆ ଦରକାର । ସେ ମୋ ଛୁଆ ଆଣି ଦେଲେ ମୁଁ କହିଲି ମୋତେ କାମ ଦିଅ ।
ସେ କହିଲେ ମୁଁ କାମ ଦେବା ପାଇଁ ନୁହେଁ ତତେ ବାହା ହେବା ପାଇଁ ଆଣିଥିଲି । ଦୁଇ ଦିନ ମୋତେ ରଖିଲେ ଥରେ ମଦ ପିଇ ତାଙ୍କ ସାଙ୍ଗକୁ କହିଲେ ମୋ ଛୁଆକୁ ସେ ମାରିଦେବେ ଆଉ ମୋତେ ବାହା ହେବେ । ମୋତେ ନ୍ୟାୟ ଦରକାର’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।