କୁମ୍ଭ ରାଶି ( Aquarius ) ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗୁପ୍ତ କଥା (Astrology)

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ କିଛି ଗୁପ୍ତ କଥା ଜାଣିବା । ଆଜି ଆମେ ଆପଣଙ୍କୁ ଆପଣଙ୍କର କିଛି ଗୁମର କଥା କହିବାକୁ ଯାଉଛୁ । ବନ୍ଧୁଗଣ ଦେଖନ୍ତୁ କୁମ୍ଭ ରାଶି ତିନି ଭାଗରେ ବିଭକ୍ତ ହୋଇଛି । ଯେପରି ୨୩/୧୧ ଧର୍ଣିଷ୍ଠା ନକ୍ଷତ୍ର, ୨୪/୧୧ ସତଭିସା ନକ୍ଷତ୍ର , ୨୫/୧୧ ପୂର୍ବଭଦ୍ରା ନକ୍ଷତ୍ର । ତେବେ ଅନେକ ଦେବତାଙ୍କୁ ପୂଜା କରିବାରେ ଏମାନେ ଆଗ୍ରହୀ ହୋଇଥାନ୍ତି । ୨୫/୧୧ ପୂର୍ବଭାଦ୍ରା ନକ୍ଷତ୍ର କୁମ୍ଭ ରାଶି, ଏମାନେ ମାନବ ଗଣ ହୋଇଥାନ୍ତି ଏବଂ ରାଜସିକ କାର୍ଯ୍ୟରେ ରୁଚି ରଖିଥାନ୍ତି ।

ଏମାନଙ୍କ ପାଇଁ ଦେବୀ ମନ୍ତ୍ର ହେଉଛି ଓଁ କ୍ଲିଂ ନମଃ । ଏମାନଙ୍କ ପାଇଁ ଶୁଭ ବାର ହେଉଛି ସୋମବାର, ମଙ୍ଗଳବାର, ଶୁକ୍ରବାର, ଶନିବାର । ଶୁଭ ଅଙ୍କ ହେଉଛି ୨,୩,୬, ୯ । ଉତ୍ତମ ଫଳ ପାଇବା ପାଇଁ ବୃଷ ରାଶି, ମିଥୁନ ରାଶି, କନ୍ୟା ରାଶି, ତୁଳା ରାଶି ଏବଂ କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତିଙ୍କ ସହିତ ମିଳାମିଶା କଲେ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ । ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି କଳା ରଙ୍ଗ, ବାଇଗଣୀ ରଙ୍ଗ, ନୀଳ ରଙ୍ଗ । ଶୁଭ ଦିଗ ପଶ୍ଚିମ ଦିଗ ।

ଘାତ ବାର ଗୁରୁବାର ଅଟେ । ଶନି ଗ୍ରହ ଶାନ୍ତି ପାଇଁ ଲୁହା ବା ସୀସା ଶନିବାର ଦିନ ପୂଜା କରି ବ୍ୟବହାର କରିବା, ତାହା ସହିତ ପ୍ରଦୋଷ ବ୍ରତ ପାଳନ କଲେ ଶନିଙ୍କ କୋପ ରୁ ମୁକ୍ତି ମିଳିବ । କୁମ୍ଭ ରାଶିର ଲୋକଙ୍କ ସ୍ବାମୀ ଗ୍ରହ ଶନି ଗ୍ରହ ଅଟନ୍ତି । ଶନିବାର ଦିନ ଶନି ମନ୍ଦିର ଏବଂ ହନୁମାନ ମନ୍ଦିର ଯିବା ଉଚିତ ।

ତେବେ ଏମାନେ ଚିନ୍ତାଶୀଳ, ଶାନ୍ତ, ଗମ୍ଭୀର ସ୍ୱଭାବର ହୋଇଥାନ୍ତି । ଏମାନେ କଳା ପ୍ରେମୀ ଏବଂ ଅଳ୍ପ ଶୋଇ ଥାଆନ୍ତି । ଅବିଶ୍ୱାସୀ, କପଟୀ, ଏକଯିଦିଆ ହୋଇଥାନ୍ତି । ଆଧ୍ୟାତ୍ମିକ କ୍ଷେତ୍ରରେ ଆଗ୍ରହୀ, ରାଜନୀତି ପ୍ରତି ଆଗ୍ରହୀ ହୋଇଥାନ୍ତି । ଏମାନଙ୍କ ଜୀବନରେ କିଛି ଏପରି ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଯେପରି ଜଙ୍ଘ ରୋଗ, ରକ୍ତଚାପ, ପେଟ ରୋଗ, ମ୍ୟାଲେରିଆ, ପେଟ ରୋଗ ହାତରେ ଆଘାତ ଲାଗିବା, ବାତ ରୋଗ । ଏବେ ଆସନ୍ତୁ ଜାଣିବା ଜୀବିକା ଏବଂ କର୍ମ କ୍ଷେତ୍ରରେ – ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ବୈଜ୍ଞାନିକ, ଖଣିଜ ପଦାର୍ଥ ବ୍ୟବସାୟରେ ଏମାନଙ୍କୁ ଶୁଭ ଫଳ ପ୍ରାପ୍ତ ହେବ । ଜୀବନରେ ବିଶ୍ରାମ ଆଦୌ ମିଳି ନଥାଏ ।

କୌଣସି ବନ୍ଧୁଙ୍କ ସହଯୋଗ ଆପଣଙ୍କୁ ସର୍ବଦା ମିଳିବ । କିଛି ବନ୍ଧୁ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତି । ପାଠପଢ଼ା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ପୂଜା ପାଠ, କାର୍ଯ୍ୟକ୍ଷେତ୍ରରେ ଆଗ୍ରହୀ ହୋଇଥାନ୍ତି । ଚଞ୍ଚଳ ପ୍ରକୃତି , ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କର ଉତ୍ତମ ବ୍ୟବହାର ଲୋକଙ୍କୁ ଆକୃଷ୍ଟ କରିଥାଏ । ପଶୁ ପାଳନରେ ଆଗ୍ରହୀ ହୋଇଥାନ୍ତି । ଆପଣଙ୍କର ହସ୍ତକଳା, ଯୋଗ, ନୃତ୍ୟ କ୍ଷେତ୍ରରେ ସମ୍ମାନ ଅର୍ଜନ କରିବେ । ଦୈବୀ ଶକ୍ତିର ଆଶୀର୍ବାଦରେ ଜୀବନରେ କେବେବି ଆର୍ଥିକ ଅଭାବ ଦେଖା ଦେବ ନାହିଁ ।

ତେବେ ନିଜ ବଚନ ଉପରେ ଏମାନେ ସର୍ବଦା ରକ୍ଷା କରିଥାନ୍ତି । କାହାକୁ କଥା ଦେଇ  କଥାକୁ ଭାଙ୍ଗିବା ଏମାନଙ୍କୁ ପସନ୍ଦ ହୋଇ ନଥାଏ । ଆପଣଙ୍କର ଶୁଭ ବାର ହେଉଛି ଶନିବାର ଏବଂ ମଙ୍ଗଳବାର ବା ମାସର ଶୁଭ ତାରିଖ ହେଉଛି ୫, ୧୦, ୧୩ । ମଙ୍ଗଳବାର ଦିନ ଅଶୁଭ ହୋଇଥାଏ । ଜମିବାଡ଼ିକୁ ନେଇ ସମସ୍ୟା ଦେଖା ଦେଇଥାଏ । ପାରିବାରିକ ସମସ୍ୟା ଦେଖା ଦେବ । ଅଯଥା ଖର୍ଚ୍ଚ ପ୍ରତି ସଚେତନ ରୁହନ୍ତୁ । ୨୨ ରୁ ୪୨ ବର୍ଷ ମଧ୍ୟରେ ଆପଣଙ୍କୁ ସନ୍ତାନ ଭୋଗ,  ଆଶାନୁରୂପ ଚାକିରି ଶନିଙ୍କ କୃପାରୁ ପ୍ରାପ୍ତ ହୋଇଥାଏ ।

୪୦ ବର୍ଷରୁ ୪୪ ବର୍ଷ ମଧ୍ୟରେ ଶାରୀରିକ ଆ-ଘାତ ଲାଗିପାରେ,  କାନ୍ଧ ଏବଂ ଅଣ୍ଟା ସମସ୍ୟା ଦେଖା ଦେଇପାରେ । ପରିବାର ତରଫରୁ କୌଣସି ଦୁଃଖଦ ସମାଚାର ମିଳିପାରେ । ୪୫ ରୁ ୬୮ ବର୍ଷ ପର୍ଯ୍ୟନ୍ତ ଆଶାନୁରୂପ ଫଳ ପ୍ରାପ୍ତ ହେବ । ୬୨ ରୁ ୮୨ ବର୍ଷ ପର୍ଯ୍ୟନ୍ତ ରୋଗାକ୍ରାନ୍ତ ହୋଇ ପାରନ୍ତି । ୮୨ ବର୍ଷ ବୟସରେ ଅଧିକ ଶାରୀରିକ କଷ୍ଟ ଅନୁଭବ କରି ପାରନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ । 

Leave a Reply

Your email address will not be published. Required fields are marked *