ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ସମୁଦ୍ର ଶାସ୍ତ୍ରରେ ମନୁଷ୍ୟର ଶରୀରର ସରଞ୍ଚନା ଓ ଅଙ୍ଗ ଗୁଡିକର ଆଧାରରେ ଭବିଷ୍ୟତ କହିବାର ବିଧି କୁହାଯାଇଛି । ସମୁଦ୍ର ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଶରୀରର ଅଙ୍ଗର ସରଞ୍ଚନା, ତାର ସ୍ଵଭାବ ତାର ଭବିଷ୍ୟତ ବିଷୟରେ ବହୁତ କିଛି କହିଥାଏ । ପ୍ରାଚୀନ କାଳରେ ଋଷି ମୁନିଙ୍କ ଅନୁସାରେ ଗ୍ରହର ସ୍ଥିତିମାନଙ୍କ କାରଣରୁ ମନୁଷ୍ୟର ଶରୀରର ଭିନ୍ନ ଭିନ୍ନ ଅଙ୍ଗ କଳାଜାଇ ହୋଇଥାଏ । ଶରୀରରେ ଥିବା କଳାଜାଇ ଆଧାରରେ ଆମେ ସେହି ବ୍ୟକ୍ତିର ଭବିଷ୍ୟତ ସହ ଜଡିତ ସୂଚନା ପ୍ରାପ୍ତ କରି ପାରିବୁ ।
ଆଜି ଆମେ ଆପଣଙ୍କୁ ଶରୀରର ଅଙ୍ଗ ଗୁଡିକ ଉପରେ ତିଆରି ହୋଇଥିବା କଳାଜାଇ ଆଧାରରେ ବ୍ୟକ୍ତିର ଭବିଷ୍ୟତ ସହ ଜଡିତ ସୂଚନା ଦେବୁ । କପାଳରେ କଳାଜାଇ- ସମୁଦ୍ର ଶାସ୍ତ୍ର ଅନୁସାରେ କପାଳରେ କଳାଜାଇ ରହିବା ବହୁତ ଶୁଭ ହୋଇଥାଏ । ବହୁତ କମ ଲୋକମାନଙ୍କ କପାଳରେ କଳାଜାଇ ଥାଏ । ସେମାନେ ବୁଦ୍ଧିମାନ ହେବା ସହିତ ଧନୀ ବି ହୋଇଥାନ୍ତି । କିନ୍ତୁ ଏହା ଜରୁରୀ ହୋଇଥାଏ କି କପାଳର କେଉଁ ଅଂସରେ କଳାଜାଇ ଅଛି ।
ଯଦି ଆପଣଙ୍କ କପାଳରେ ବାପ ପଟେ କଳାଜାଇ ଅଛି ତେବେ ଆପଣଙ୍କ ବୟସ ବଢିବା ସହିତ ଆପଣ ଆହୁରି ଅଧିକ ଧନୀ ହୋଇ ଯିବେ । ଆପଣଙ୍କୁ ପୁରା ଦୁନିଆ ବୁଲିବା ପାଇଁ ସୁଯୋଗ ମିଳିପାରେ । କିନ୍ତୁ ଯଦି କପାଳର ଡାହାଣ ପଟେ କଳାଜାଇ ଅଛି ତେବେ ଆପଣ କଞ୍ଜୁସ ବ୍ୟକ୍ତି ହୋଇ ପାରନ୍ତି । ଭବିଷ୍ୟତରେ ଅପାର ଧନର ପ୍ରାପ୍ତି ହେବ । କିନ୍ତୁ ଯଦି କପାଳର ମଝିରେ କଳାଜାଇ ଅଛି ତେବେ ଆପଣ ଜଣେ ମହାନ ବ୍ୟକ୍ତି ହେବେ । ତ ଆପଣଙ୍କୁ ଭଲ ଜୀବନସାଥି ମିଳିବ ।
ଆଖିର ପତା ଉପରେ କଳାଜାଇ- ସମୁଦ୍ର ଶାସ୍ତ୍ର ଅନୁସାରେ ଡାହାଣ ପଟ ଆଖି ପତାର ଉପର ଅଂସରେ କଳାଜାଇ ରହିବା ବହୁତ ଶୁଭ ହୋଇଥାଏ । ଏହିଭଳି ଲୋକମାନେ ବହୁତ ଜଲ୍ଦି ଧନୀ ହୋଇଥାନ୍ତି । ଭବିଷ୍ୟତରେ ବହୁତ ନାଁ କରନ୍ତି । କିନ୍ତୁ ଯଦି ତଳେ କଳାଜାଇ ଅଛି ଏହିଭଳି ବ୍ୟକ୍ତି ବହୁତ ଟଙ୍କା ଖର୍ଚ କରୁଥିବା ବ୍ୟକ୍ତି ଅଟନ୍ତି ।
ଛାତି ଉପରେ କଳାଜାଇ
ଛାତି ଉପରେ କଳାଜାଇ ରହିବା ଭାଗ୍ୟର ଚିହ୍ନ ହୋଇଥାଏ । ଯେଉଁ ମହିଳାମାନଙ୍କ ଛାତିରେ କଳାଜାଇ ଥାଏ ସେମାନଙ୍କୁ ସରକାରୀ ଚାକିରି ମିଳିଥାଏ । ପୁରୁଷଙ୍କ ଛାତିରେ କଳାଜାଇ ରହିବା ତାଙ୍କୁ ଭଲ ମଣିଷ କରିଥାଏ । ଏହିଭଳି ପୁରୁଷ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ନିଜ ଦମରେ ଟଙ୍କା ଆୟ କରନ୍ତି ।
କାନରେ କଳାଜାଇ
କାନରେ କଳାଜାଇ ଥିବା ଲୋକମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହିଭଳି ଲୋକମାନଙ୍କ ପାଖରେ ସବୁବେଳେ ଟଙ୍କା ଆସୁଥାଏ ଓ ଏମାନେ ଟଙ୍କାର ସଠିକ ଉପଯୋଗ କରିବା ବିଷୟରେ ବି ଜାଣିଛନ୍ତି । ଯେଉଁ କାରଣରୁ ଏମାନଙ୍କୁ ଭବିଷ୍ୟତରେ ବହୁତ ଅଧିକ ଲାଭ ମିଳିଥାଏ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।