60 ବର୍ଷରେ ଅଭିନେତାଙ୍କ ଦ୍ଵିତୀୟ ବିବାହ ! କହିଲେ ଏହା ଏକ ଅସାଧାରଣ ଅନୁଭବ !

ବଲିଉଡ କଳାକାରଙ୍କ ଦ୍ଵିତୀୟ ବିବାହ କିଛି ନୂଆ କଥା ନୁହେଁ । ଏହି ଲିଷ୍ଟରେ ଯୋଡି ହୋଇଛି ବର୍ଷିୟାନ କଳାକାର ଆଶିଷ ବିଦ୍ୟାର୍ଥୀଙ୍କ ନାମ । ମୋଟ 11ଟି ଭାଷାରେ ପାଖାପାଖି 300 ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଏହି ଅଭିନେତା ପୁଣି ଥରେ ହାତକୁ ଦି’ ହାତ ହୋଇଛନ୍ତି । ପୂର୍ବରୁ ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରଜୋଶୀ ବରୁଆଙ୍କୁ ବିବାହ କରିଥିଲେ ଆଶିଷ ।

ପ୍ରଥମ ବିବାହରୁ ତାଙ୍କର ଗୋଟେ ପୁଅ ଅଛି । ପୁଅ ଅର୍ଥ ବିଦ୍ୟାର୍ଥୀ ବର୍ତ୍ତମାନ ଆମେରିକାରେ ପାଠ ପଢୁଛନ୍ତି । ତେବେ ଆଶିଷ ଆସାମର ରୂପାଲି ବରୁଆଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି । ରୂପାଲିଙ୍କ ଘର ଗୌହାଟିରେ ହୋଇଥିବା ବେଳେ ସେ କଲିକତାରେ ଜଣେ ଫ୍ୟାଶନ ଇଣ୍ଟରପ୍ରିନର ଅଟନ୍ତି ।

ଦ୍ଵିତୀୟ ବିବାହକୁ ନେଇ ଆଶିଷ କହିଛନ୍ତି, ଏହି ବୟସରେ ରୂପାଲିଙ୍କୁ ବିବାହ କରିବା ସତରେ ଏକ ଅସାଧାରଣ ଅନୁଭୂତି । ଆଶିଷ ଓ ରୂପାଲି ସକାଳେ କୋର୍ଟରେ ବିବାହ କରିଥିବା ବେଳେ ସନ୍ଧ୍ୟାରେ ଅଳ୍ପ କିଛି ପରିବାର ଲୋକଙ୍କ ଗହଣରେ ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି ।

ବିବାହକୁ ନେଇ ଆଶିଷଙ୍କ ପୁଅ ଅର୍ଥ ରାଜି ଥିବାବେଳେ ପ୍ରଥମ ପତ୍ନୀ ରଜୋଶୀ ସେତେ ଖୁସି ନଥିବା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଛି । ଆଶିଷଙ୍କ ଦ୍ଵିତୀୟ ବିବାହକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *