ଖୁବ ଶୀଘ୍ର ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସୂଚନା ଦେଲେ ମାଧ୍ଯମିକ ଶିକ୍ଷା ପରିଷଦର ନିୟନ୍ତ୍ରକ !

ଚଳିତ ବର୍ଷ 1145 ପରୀକ୍ଷା କେନ୍ଦ୍ରରେ ପ୍ରାୟ ସାଢେ ତିନି ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ବେଳେ ଫଳାଫଳକୁ ସମସ୍ତଙ୍କର ଅପେକ୍ଷା । ଗତ ଏପ୍ରିଲ 5 ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଶେଷ ହୋଇଥିଲା ଓ ବର୍ତ୍ତମାନ ପରୀକ୍ଷା ଖାତା ଦେଖା ଚାଲିଛି ।

ତେବେ ଖୁବ ଶୀଘ୍ର ପରୀକ୍ଷାର୍ଥୀଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି, ମାଧ୍ଯମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ । ସେ କହିଛନ୍ତି, ଆସନ୍ତା ମେ’ 30 କିମ୍ବା 31 ତାରିଖ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବ ।

ସେହିପରି ଜୁନ 8 ତାରିଖ ସୁଦ୍ଧା କଳା ଏବଂ ଧନ୍ଦାମୂଳକ ଫଳାଫଳ ବାହାରିବ । ତେବେ ଏଥିପାଇଁ ସେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରି ନଥିବା ବେଳେ ଆସନ୍ତା ମେ’ 28 ତାରିଖ ଦିନ ଫଳାଫଳର ତାରିଖ ଘୋଷଣା କରାଯିବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *