ସରକାରୀ ଚାକିରୀ କରିଥିବା 7 ଜଣ ଭାରତୀୟ କ୍ରିକେଟର

ଖୁବ କମ୍ ଲୋକ ଏହା ଜାଣିଛନ୍ତି କି, ମଇଦାନରେ ଭଲ ପ୍ରଦର୍ଶନ କରି ଲୋକଙ୍କ ହୃଦୟ ଜିତୁଥିବା କିଛି ଭାରତୀୟ କ୍ରିକେଟର ଅସଲରେ ସରକାରୀ ଅଫିସର ଅଟନ୍ତି । ଆଜି ଆମେ ଆପଣଙ୍କୁ ଏଭଳି କିଛି କ୍ରିକେଟରଙ୍କ ବିଷୟରେ କହିବୁ ।

ନଂ.1- KL ରାହୁଲ: 2014 ରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିବା ଲୋକେଶ ରାହୁଲ ଚମତ୍କାର ପ୍ରଦର୍ଶନ କରି ଭାରତୀୟ କ୍ରିକେଟ ଦର୍ଶକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି । 2018 ରେ ଦେଶର ମୁଖ୍ୟ ବ୍ଯାଙ୍କ RBI ତାଙ୍କୁ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ନିଯୁକ୍ତ କରିଛି । RBI ର ଟିଭି କମାର୍ସିଆଲରେ ଆପଣ ତାଙ୍କୁ ଦେଖିଥିବେ ।

ନଂ.2- ଉମେଶ ଯାଦବ: ଏହି ଡାହାଣହାତୀ ଫାଷ୍ଟ ବୋଲରଙ୍କୁ ମଧ୍ୟ ଆପଣ RBI ର ଟିଭି କମର୍ସିଆଲରେ ଦେଖିଥିବେ। ଉମେଶ ପ୍ରଥମେ ପୋଲିସରେ ଭର୍ତ୍ତି ହେବାକୁ ଚାହୁଁଥିଲେ । କିନ୍ତୁ ପରୀକ୍ଷା କ୍ଲିୟର କରି ନ ପାରିବାରୁ କ୍ରିକେଟ ପ୍ରତି ମନ ବଳାଇଥିଲେ । ତେବେ 2017 ରେ RBI ତାଙ୍କୁ sports କୋଟାରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ନିଯୁକ୍ତି ଦେଇଛି ।

ନଂ.3- କପିଲ ଦେବ୍: ଭାରତକୁ ପ୍ରଥମ ବିଶ୍ଵକପ ଜିତାଇଥିବା ଏହି କ୍ରିକେଟ କିମ୍ବଦନ୍ତୀଙ୍କୁ ଭାରତୀୟ ଟେରିଟୋରିଆଲ ଆର୍ମି 2008 ରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଭଳି ସମ୍ମାନଜନକ ପଦବୀ ଅର୍ପଣ କରିଥିଲା ।

ନଂ.4- ଯୋଗୀନ୍ଦର ଶର୍ମା: 2007 ICC ଟି20 ବିଶ୍ଵକପ ର ଭାରତ-ପାକିସ୍ତାନ ମ୍ଯାଚରେ ଟିମ୍ ଇଣ୍ଡିଆକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଯୋଗୀନ୍ଦର । CSK ପାଇଁ ମଧ୍ୟ ଅଳ୍ପ କେତୋଟି ମ୍ଯାଚ ଖେଳିଥିବା ଯୋଗୀନ୍ଦର ଶର୍ମା ଏବେ ହରିୟାନା ପୋଲିସରେ ଡେପୁଟି ସୁପରିଟେଡେଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି ।

ନଂ.5- ୟୁଜଭେନ୍ଦ୍ର ଚହଲ୍: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଦକ୍ଷ ବୋଲିଂ ସାଙ୍ଗକୁ ମଜାଳିଆ ଅନ୍ଦାଜ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଲୋକପ୍ରିୟ ୟୁଜଭେନ୍ଦ୍ର ଚହଲ ଜଣେ ଇନକମ୍ ଟାକ୍ସ ଅଫିସର ।

ନଂ.6- ସଚିନ ତେନ୍ଦୁଲକର: କ୍ରିକେଟ ଗଡ୍ ଭାବେ ବିଶ୍ଵ ପ୍ରସିଦ୍ଧ ସଚିନ ଇଣ୍ଡିଆନ ଏୟାରଫୋର୍ସରେ ଜଣେ ଗ୍ରୁପ କ୍ଯାପଟେନ । 2010 ରେ ତାଙ୍କୁ ଏହି ପଦ ଅର୍ପଣ କରାଯାଇଥିଲା ।

ନଂ.7- ଭାରତର ସବୁଠାରୁ ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଭାରତୀୟ ସେନାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଟନ୍ତି । ସେ 2019 ରେ 2 ମାସ ପାଇଁ ଭାରତୀୟ ସେନାରେ କାମ ମଧ୍ୟ କରିଥିଲେ । ଦେଶ ପାଇଁ ଖେଳିବା ସହ ଏହି କ୍ରିକେଟର ମାନେ ଭାରତ ସରକାରଙ୍କ ସେବା କରିବା ପାଇଁ ସୁଯୋଗ ପାଇଛନ୍ତି ।

Leave a Reply

Your email address will not be published. Required fields are marked *