ଠେଲା ଲଗାଉଥିବା ମହିଳାଙ୍କ ସୁନ୍ଦରତା ଦେଖି ହେଲା ସନ୍ଦେହ, ଯେତେବେଳେ ସତ ସାମ୍ନାକୁ ଆସିଲା ସମସ୍ତଙ୍କ ହୋସ ଉଡିଗଲା…

ବନ୍ଧୁଗଣ, ସୂଚନା ଅନୁଯାୟୀ ମହିଳା ଜଣଙ୍କ ୨ କରୋଡ ସମ୍ପତ୍ତି ର ମାଲିକାଣୀ ଥିଲେ । ମାତ୍ର ସମୟ ଏଭଳି ଭାବରେ ବଦଳିଗଲା ଯେ ସେହି ମହିଳା ଜଣଙ୍କ ଆଜି ଲଗାଉଛନ୍ତି ଛୋଲା କୁଲଚା ର ଠେଲା । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ବହୁତ ଲୋକେ କହିଛନ୍ତି ଯେ ଦୁନିଆରେ ଯେକୌଣସି ଜିନିଷର ଭରୋଷା କରିପାରିବା ମାତ୍ର ସମୟର ଭରୋଷା କରିବା କଥା ନୁହେଁ । ସମୟ କେବେ ମଧ୍ୟ ବଦଳି ପାରିବ ।

ଏହି କାହାଣୀ ଦିଲ୍ଲୀ ଗୁରୁଗ୍ରାମ ରେ ରହୁଥିବା ଉର୍ବଶୀ ଯାଦବ ନାମକ ମହିଳା ଙ୍କର ଅଟେ । ତାଙ୍କ ର ବିବାହ ଏକ ଧନୀ ପରିବାରରେ ହୋଇଥିଲା । ଉର୍ବଶୀ ଯେତେବେଳେ ବିବାହ କରି ସେହି ଘରକୁ ଆସିଲେ ସେତେବେଳେ ସେ ସିଧା ୪ କରୋଡ ସମ୍ପତ୍ତି ର ମାଲିକାଣୀ ବନିଯାଇଥିଲେ । କେବଳ ଏତିକି ନୁହେଁ ତାଙ୍କ ଘରେ ଅନେକ କାର ମଧ୍ୟ ରହିଥିଲା ।

ସେ ଏକ ରାଣୀ ଭଳି ନିଜର ଜୀବନ ବ୍ୟତୀତ କରୁଥିଲେ ମାତ୍ର ସମୟ ପରିବର୍ତ୍ତନ ଅନୁଯାୟୀ ସବୁକିଛି ବଦଳିଗଲା ଏବଂ ତାଙ୍କର ବ୍ୟାଙ୍କ ବାଲାନ୍ସ ସଂପୂର୍ଣ୍ଣ ଭାବରେ ଜିରୋ ହୋଇଗଲା ।ସ୍ଵାମୀ ଙ୍କର ଚାକିରି ମଧ୍ୟ ଚାଲିଗଲା । ସ୍ଵାମୀ ଙ୍କର ବହୁତ ବଡ କମ୍ପାନୀ ରେ ବର୍ଷ କୁ ୨୫ ଲକ୍ଷ ର ପ୍ୟାକେଜ ଥିଲା । ବିବାହ ପରେ ତାଙ୍କର ୨ ସନ୍ତାନ ଜାତ ହେଲେ । ନିଜ ଛୁଆ ଙ୍କୁ ଉର୍ବଶୀ ବହୁତ ବଡ ସ୍କୁଲ ରେ ପଢାଉ ଥିଲେ ।

ପରିବାର ସହିତ ସେ ବହୁତ ଖୁସିରେ ରହୁଥିଲେ । କିନ୍ତୁ ଗୋଟିଏ ଦିନ ତାଙ୍କର ଜୀବନ ସଂପୂର୍ଣ୍ଣ ଭାବରେ ବଦଳିଗଲା । ଉର୍ବଶୀ ଙ୍କ ସ୍ଵାମୀ ଙ୍କର ଆକ୍ସିଡେଣ୍ଟ ହୋଇଗଲା ଏବଂ ଗମ୍ଭୀର ଆଘାତ କାରଣରୁ ସେ ଚାଲିପାରୁନଥିଲେ । ଡାକ୍ତର ସର୍ଜରୀ ନିମନ୍ତେ ଅଧିକ ଅର୍ଥ ଲାଗିବ ବୋଲି କହିଲେ । ଏଥିରେ ସମସ୍ତ ପୁଞ୍ଜି ଖର୍ଚ୍ଚ ହୋଇଗଲା । ପରିବାରରେ ଆଉ କେହି ରୋଜଗାର କରିବା ଭଳି ବ୍ୟକ୍ତି ରହିଲେ ନାହିଁ ।

ଏହାପରେ ଉର୍ବଶୀ ନିଜ ପିଲାଙ୍କୁ ସରକାରୀ ସ୍କୁଲ ରେ ଆଣି ଦାଖଲ କରିଦେଲେ । ଏବଂ ପରିବାର ଚଳାଇବା ନିମନ୍ତେ ଛୋଲା ଏବଂ କୁଲଚା ର ବ୍ୟାପାର କରିବା ଆରମ୍ଭ କରିଦେଲେ । ବର୍ତ୍ତମାନ ସେ ୪୦୦୦ ଟଙ୍କା ଦିନକୁ ଆୟ କରିନେଉଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *