ନମସ୍କାର ବନ୍ଧୁଗଣ ତେବେ ମର୍ତ୍ୟମଣ୍ଡଳେ ଦେହ ବହି ଦେବତା ହୋଇଲେ ହିଁ ମରଇ । ଅର୍ଥାତ ଯିଏ ବି ଜନ୍ମ ନେଇଛନ୍ତି ଦିନେ ନା ଦିନେ ମୃତ୍ୟୁ ଲଭିବାକୁ ପଡିଥାଏ । ତେବେ ସମସ୍ତଙ୍କର ଇଛା ଥାଏ ଶେଷ ଯାତ୍ରା ପୁରୀ ଶ୍ରୀ ଜଗନ୍ନାଥ ଙ୍କ ସ୍ୱର୍ଗଦ୍ୱାର ରେ ସମାପ୍ତ ହେଉ । ମୃତ୍ୟୁ ପରେ କାହିଁକି ଏ ସ୍ୱର୍ଗଦ୍ୱାର ଲାଳସା ସମସ୍ତଙ୍କର ଥାଏ? କୁହାଯାଏ କି ଏଠାରେ ଅନ୍ତିମ ସଂସ୍କାର କରାଗଲେ ସିଧା ସ୍ୱର୍ଗପ୍ରାପ୍ତି ହେଇଥାଏ ,ସ୍ୱର୍ଗ କୁ ଏହିଠାରୁ ହିଁ ଦ୍ୱାର ଥାଏ ।
ଚାଲନ୍ତୁ ଜାଣିବା ସ୍ୱର୍ଗଦ୍ୱାର ବିଷୟରେ କିଛି ଅଜଣା ତଥ୍ୟ । ପୁରୀ ର ଉତ୍ତର-ପୂର୍ବ କୋଣର ସ୍ୱର୍ଗଦ୍ୱାର ଅବସ୍ଥିତ । ବିଶ୍ୱାସ ରହିଛି କି ସ୍ୱର୍ଗଲୋକ କୁ ଯିବା ପାଇଁ ଏହା ହିଁ ମାଧ୍ୟମ ,ଏଠାରେ ଅନ୍ତିମ କ୍ରିୟା କରାଗଲେ ସମସ୍ତ ପାପ ନଷ୍ଟ ହେଇ ସ୍ୱର୍ଗ ପ୍ରାପ୍ତି ହେଇଥାଏ । ତେବେ ସ୍ୱର୍ଗଦ୍ୱାର ରେ ଏମିତି କିଛି ରହସ୍ୟ ରହିଛି ଯାହା କି ଶୁଣିଲେ ବି ଅବିଶ୍ୱାସ ଲାଗିଥାଏ । ସ୍ୱର୍ଗଦ୍ୱାରରେ ଶ୍ମଶାନକାଳୀ ମା ଙ୍କ ମନ୍ଦିର ରହିଥିବା ବେଳେ ,ମା କାଳୀ ଏଠାକାର ପ୍ରତ୍ୟକ୍ଷ ଦେବୀ ମା ଭାବେ ପୂଜା ପାଇଥାନ୍ତି ।
ତେବେ କୁହାଯାଏ କି ଯେତେବେଳେ ଜଗନ୍ନାଥ ଙ୍କ ବ୍ରହ୍ମଦାରୁ ସମୁଦ୍ରରେ ଭାସିଆସିଥିଲା ପ୍ରଥମେ ଏହି ସ୍ୱର୍ଗଦ୍ୱାର ପାଖରେ ଅଟକିଥିଲା । ଏହା ସହିତ ଆହୁରି କୁହାଯାଇଛି କି ଏଠାରେ କେଭେଁବି ଅଗ୍ନି ଲିଭିନଥାଏ , ଆପଣ ଯେବେବି ୟା ପାଖକୁ ଯିବେ କୌଣସି ନା କୌଣସି ବ୍ୟକ୍ତିଙ୍କର ଚିତା ଜଳୁଥିବ ।
ଏହା ଭିତରେ ଯେବେବି ଆପଣ ପାଦ ରଖିବେ ଏମିତି ଲାଗିବ କି ଏସବୁ ମୋହମାୟା ତୁଚ୍ଛ କେବଳ ମୃତ୍ୟୁ ହିଁ ସତ୍ୟ । ପୁରୀକୁ ସାଧାରଣତଃ ମର୍ତ୍ତ୍ୟ ର ବୈକୁଣ୍ଠ କୁହାଯାଏ ,ଯେଉଁଠି କି ସ୍ୱୟଂ ବିଷ୍ଣୁ ଜଗନ୍ନାଥ ରୂପ ନେଇ ଶ୍ରୀମନ୍ଦିର ରେ ବିରାଜି ଛନ୍ତି । ତାଙ୍କରି ପାଖରେ ଏହି ଶବଦାହ ହେଉଥିବାରୁ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେବେ ଏହି ମନ୍ଦିରରେ ଗୋଟିଏ ଭିନ୍ନ ରହସ୍ୟ ଦେଖା ଯାଇଛି ତେବେ ପୂଜାରୀ ମାନେ ଦେଖିବାକୁ ପାଇଲେ କି ଜଗନ୍ନାଥ ଙ୍କ ପାଦ ପାଖରେ କଳା ମଲ୍ଲି ଥୁଆ ହେଉଛି ତେବେ ଏହା ଦେଖି ସବୁ ଆଶ୍ଚର୍ଯ୍ୟ ହେଲେ ।
କାରଣ କଳା ମଲ୍ଲି କେବଳ ଲଙ୍କା ପୁରୀରେ ମିଳେ । ତେବେ ସେମାନେ ରାତିରେ ଜଗି ଦେଖିଲେ ଯେ ବିଭୀଷଣ ଆସି ସିଂହଦ୍ଵାର ରେ ପଶି ଦିଅଁ ଙ୍କୁ ଦର୍ଶନ କରି ତାଙ୍କୁ ପୂଜା କରି ଏବଂ କଳା ମଲ୍ଲି ଚଢାଇ ସେ ଦକ୍ଷିଣ ଦ୍ୱାର ରେ ପ୍ରସ୍ଥାନ କରୁଛନ୍ତି । ତେବେ କୁହାଯାଏ କି ଏକଦା ଇନ୍ଦ୍ର ଦେବ ମହାପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ ଶ୍ରୀକ୍ଷେତ୍ର ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ସାରି ଇନ୍ଦ୍ର ଦେବ ଯେତେବେଳେ ମହାପ୍ରସାଦ ସେବନ କରିବା ପାଇଁ ଯାଆନ୍ତି , ସେତେବେଳେ ତାଙ୍କ ଠାରେ କୌଣସି କଉଡ଼ି ବା ଅର୍ଥ ନ ଥିବା ସେ ଜାଣି ପାରିଲେ ।
ପରେ ସେ ଯାଇ ଜଣକୁ ମହାପ୍ରସାଦ ମାଗିଲେ । ସେ କିନ୍ତୁ ବିନା କଉଡ଼ି ରେ ମହାପ୍ରସାଦ ଦେଲେ ନାହିଁ । ପରେ ଇନ୍ଦ୍ର ନିଜର ପରିଚୟ ଦେଲେ ଓ ଅବିଶ୍ୱାସ ମନେ କରୁଥିଲେ ପରୀକ୍ଷା କରିବା ପାଇଁ ତାଙ୍କୁ ଏକ ମନ୍ତ୍ର କହିଲେ । ପରେ କହିଲେ ଏହି ମନ୍ତ୍ର କୁ ପାଠ କର ଦେଖିବ ସଙ୍ଗେ ସଙ୍ଗେ ବର୍ଷା ହେବ । ଲୋକଟି ସେହି ମନ୍ତ୍ର କୁ ଗାଇଲେ ଆଉ ଦେଖିଲେ ସତକୁ ସତ ବର୍ଷା ହେଉଛି । ପରେ ଇନ୍ଦ୍ର ଆଉ ଏକ ମନ୍ତ୍ର କହିଲେ ଓ କହିଲେ ଏହି ମନ୍ତ୍ର ଗାଇଲେ ବର୍ଷା ବନ୍ଦ ହୋଇଯିବ ।
ଲୋକଟି ମଧ୍ୟ ଗାଇଲେ ଆଉ ଦେଖିଲେ ସଙ୍ଗେ ସଙ୍ଗେ ବର୍ଷା ସମ୍ପୁର୍ଣ୍ଣ ବନ୍ଦ ହୋଇଗଲା । ପରେ ଲୋକ ଜଣକ ବିଶ୍ୱାସ କରିଲେ ଓ ଇନ୍ଦ୍ର ଙ୍କୁ ମହାପ୍ରସାଦ ଖାଇବା କୁ ଦେଲେ । ପରେ ପ୍ରସାଦ ସେବନ କରିସାରି ଇନ୍ଦ୍ର ସ୍ୱର୍ଗ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ଲୋକଟି ମଧ୍ୟ ତାଙ୍କ ପଛରେ ଆସିଲେ । ଦେଖିଲେ ଗୋଟିଏ ସ୍ଥାନରୁ ଇନ୍ଦ୍ର ହଠାତ ଉଭେଇଗଲେ । ଲୋକଟି ଜାଣିଗଲେ ଯେ ସେହିଠାରୁ ହିଁ ସ୍ୱର୍ଗ କୁ ଯିବାର ରାସ୍ତା ଆରମ୍ଭ ହୋଇଛି ।
ତେଣୁ ସେ ସେଠାରେ ଏକ କାଠି ପୋତି ଦେଇ ଆସିଲେ ଓ ରାଜାଙ୍କୁ ସମସ୍ତ କଥା ସ୍ପଷ୍ଟ ଭାବରେ ଜଣାଇଲେ । ରାଜା ମଧ୍ୟ ସେହି ମନ୍ତ୍ରର ପରୀକ୍ଷା କଲେ ଓ କାଠି ପୋତା ହୋଇଥିବା ସ୍ଥାନରେ ସ୍ୱର୍ଗଦ୍ୱାର ନିର୍ମାଣ କଲେ । ସେବେ ଠାରୁ ସ୍ୱର୍ଗଦ୍ୱାରରେ ଶବ ପୋଡା ଯାଉଛି । ତେବେ ଆଜିର ପ୍ରଦୂଷଣ କୁ ଦୃଷ୍ଟିରେ ରଖି ବହୁ ପରିବର୍ତ୍ତନ କରାଯାଇଛି । ତତ୍ସହିତ ଲୋକମାନଙ୍କୁ ସୁବିଧା ରେ ସମସ୍ତ ଜିନିଷ ଯୋଗାଇ ଦେବା ପାଇଁ ନୂତନ ବ୍ୟବସ୍ଥା କରାଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।