ଯଦି ନିଜ ପିଲାଙ୍କୁ ମଣିଷ କରିବାକୁ ଚାହାଁନ୍ତି, ଏହି 3 ଟି କାମ ଭୁଲରେ ବି କରନ୍ତୁ ନାହିଁ (Parenting tips)

ନମସ୍କାର ବନ୍ଧୁଗଣ ତେବେ ସାଧାରଣ ଭାବରେ ଆମେ ନିଜର ପିଲା ମାନଙ୍କୁ ଭଲ ଶିକ୍ଷା ଦେବା ପାଇଁ ସମସ୍ତେ ପିତା ମାତା ଚାହିଁ ଥାଆନ୍ତି । ଏହା ସହିତ ସେମାନଙ୍କ ମଧ୍ୟରୁ କିଛି ପିଲା ଭଲ ଶିକ୍ଷା ପାଇ ଥାଆନ୍ତି ଏହା ସହିତ ଆଉ କିଛି ପିଲା ଭଲ ଶିକ୍ଷା ପାଇ ନଥାନ୍ତି । ଏହା ସହିତ ସେମାନଙ୍କୁ ଏହି କାରଣ ପାଇଁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥାଏ । ତେବେ ସମାଜରେ ଜଣେ ଭଲ ବ୍ୟକ୍ତିତ୍ଵ ହେବା ପାଇଁ ଏକ ଭଲ ପିଲା ହେବା ମଧ୍ୟ ନିହାତି ଭାବରେ ଆବଶ୍ୟକ ।

ତେବେ ପ୍ରଥମରେ ହେଉଛି ପିଲା ମାନଙ୍କ ଆଗରେ ନକରାତ୍ମକ କଥା କହିବା ଯେପରି ତୁ ମୂର୍ଖ, ତୋ ଦ୍ୱାରା କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ, ତୁ କଳା ତୁ ଦେଖିବାକୁ ଭଲ ନୁହେଁ ତୁ କୁଆଡେ ଯାଆ ନାହିଁ । ତେବେ ଏଭଳି କହିବା ଦ୍ୱାରା ତା ଭିତରେ ଥିବା ଆତ୍ମ ବିଶ୍ୱାସ ରହିବ ନାହିଁ । ସେ ଧୀରେ ଧୀରେ ମନ ଓ ମସ୍ତିଷ୍କ ରୁ ଦୁର୍ବଳ ହୋଇଯିବ । ତେଣୁ ସର୍ଵଦା ତାକୁ ସକରାତ୍ମକ କଥା କୁହନ୍ତୁ ଏବଂ ତା ସହିତ ସବୁବେଳେ ଅଛନ୍ତି ବୋଲି ମଧ୍ୟ କୁହନ୍ତୁ ଦେଖିବେ ସେସବୁ କାର୍ଯ୍ୟ କରି ପାରିବ ।

ଦ୍ଵିତୀୟ ରେ ଆପଣ କେବେବି ନିଜ ପିଲାଙ୍କୁ ବାଧ୍ୟ କରନ୍ତୁ ନାହିଁ କି ସେ ଆପଣଙ୍କ ଭଳି ହେବ ଯେପରି ଆପଣ କରୁଛନ୍ତି ସେହିପରି ଆପଣଙ୍କ ପିଲା ମଧ୍ୟ କରିବ । ତେବେ ଏହା ସମ୍ପୂର୍ଣ୍ଣ ଭୁଲ ଆପଣ ସବୁଠାରୁ ଠିକ କିମ୍ବା ଆପଣ ସବୁ କାର୍ଯ୍ୟ କରି ପାରିବେ ବୋଲି କିଏ କହିଲା ତେଣୁ ନିଜ ପିଲାଙ୍କୁ କେବେ ବାଧ୍ୟ କରନ୍ତୁ ନାହିଁ ତା ଇଚ୍ଛା ଯାହା ତାକୁ ଯେଉଁଥିରେ ରୁଚି ସେଇଥିରେ ତାକୁ ପ୍ରୋତ୍ସାହିତ କରନ୍ତୁ । ଏହା ସହ ତା ସ୍ୱପ୍ନ ପୂରଣ କରିବାରେ ସାହାର୍ଯ୍ୟ ମଧ୍ୟ କରନ୍ତୁ ।

ତୃତୀୟ ରେ ହେଉଛି ଆପଣ ଅଧିକ ସ୍ୱାଧୀନ ମଧ୍ୟ ଦିଅନ୍ତୁ ନାହିଁ । ଆପଣଙ୍କ ପାଖରେ ପଇସା ଅଛି କିମ୍ବା ନିଜ ସ୍ନେହ କୁ ଜଣାଇବା କିମ୍ବା ପ୍ରକାଶ କରିବା ପାଇଁ ନିଜ ପିଲାଙ୍କୁ ଅନେକ ବସ୍ତୁ ଯାହା ତାଙ୍କୁ କୌଣସି ଆବଶ୍ୟକତା ନଥାଏ ଯେପରି ଫୋନ ତାକୁ ଉପହାର କରିଥାନ୍ତି । କିନ୍ତୁ ଏହା ଅନୁଚିତ କାର୍ଯ୍ୟ ଅଟେ ।

ନିଜର ଭଲପାଇବା ଜଣାଇବା ପାଇଁ କୌଣସି ବସ୍ତୁ ର ଆବଶ୍ୟକତା ନାହିଁ ଏବଂ ଏହା ଛଡା ଆପଣ ଯଦି ଏପରି କରନ୍ତି ତେବେ ଆପଣଙ୍କ ପିଲା ଆପଣଙ୍କ ଫାଇଦା ମଧ୍ୟ ଉଠାଇ ଦେଇଥାଏ ଏବଂ ତାକୁ ଯେଉଁ ଜିନିଷ ଦରକାର ନ ଦେଲେ ସେ ଅଧିକ ଜିଦି ଏବଂ ଅଳି କରିଥାଏ କାରଣ ସେ ଜାଣିଛି ଆପଣ ତାକୁ ପ୍ରେମ ସ୍ନେହ କରି ସେହି ଵସ୍ତୁ କୁ ଆଣିଦେବ କିନ୍ତୁ ଏଭଳି କରିବା ଉଚିତ ନୁହେଁ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *