ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜେଜେବାପାଙ୍କ ସମ୍ପତି ହେଉଛି 12 ହଜାର କୋଟିରୁ ଅଧିକ । ହେଲେ ନିଜେ ରୋଜଗାର କରି ପେଟ ପୋଷିବାକୁ ନିର୍ଦେଶ ଦେଇ ଘରୁ ବାହାର କରିଦେଲେ ଜେଜେବାପା । ବିଦେଶରେ MBA ପଢି ନିଜ ଦେଶକୁ ଫେରିଆସିଥିବା ନାତି ଏବେ ପେଟ ପୋଷିବା ପାଇଁ ଦିନ ମଜୁରୀ କାମ କରୁଛି ।
ହଁ ଦର୍ଶକବନ୍ଧୁ ଆମେ ଏଭଳି ଦୃଶ୍ୟ ସାଧାରଣତଃ ସିନେମା ମାନଙ୍କରେ ଦେଖିଥାଉ ମାତ୍ର ଏହା ବାସ୍ତବିକ ଜୀବନରେ ମଧ୍ୟ ଘଟିଛି । ହୀରାର ସହର ସୁରଟ ସବୁଠୁ ବଡ ବ୍ୟବସାୟୀ ସାହାବଜି ଭାଇ ଡୁଲକିଆକୁ କିଏ ବା ନା ଜାଣିଛି । ୟାକ ପାଖରେ କାମ କରୁଥିବା କର୍ମଚାରୀମାନଙ୍କୁ ଦୀପାବଳିରେ କାର୍ ,ଅଳଙ୍କାର ଓ ଅନେକ ଟଙ୍କା ବିଡା କୁ ଉପହାର ଭାବରେ ଦେଇଥାନ୍ତି ।
ଯାହାଙ୍କ ହୃଦୟ ଏତେ ବଡ କିନ୍ତୁ ସେ ନିଜ ନାତିକୁ ଦେଲେ ବନବାସ ଦଣ୍ଡ । ସାହାବଜି ଡୁଲକିଆ ଙ୍କ ପାଖରେ ଅନେକ ତାଙ୍କ ଅଛି । ବର୍ତ୍ତମାନ ବଜାରରେ ତାଙ୍କ ସମ୍ପତି 12 ହଜାର କୋଟିରୁ ଅଧିକ ରହିଛି । ମାତ୍ର ତାଙ୍କ ଇଛା ଥିଲା କି ତାଙ୍କ ନାତି ସାଧାରଣ ମାନବ ଜୀବନକୁ ବିତାଉ ଓ ଜାଣୁ କେତେ ସଙ୍ଗର୍ଷ ଦେଇ ମଣିଷ ଯାଇଥାଏ ବୋଲି ।
କାରଣ ସାନ ବେଳୁ ସୁଖରେ ରହିଥିବାହେତୁ ଦୁଃଖକଷ୍ଟ କଣ ତାହା ନାତି ଜାଣିନି ତେଣୁ ଏକ ମାସ ବନବାସର ଜୀବନ ଅତିବାହିତ କରିବାକୁ ଜେଜେବାପା ଆଦେଶ ଦେଇଥିଲେ । ବିଦେଶରେ MBA ସାରି ଘରୁ ଆସିଥିବା ନାତି ମଧ୍ୟ ଜେଜେବାପାଙ୍କ କଥାକୁ ମାନି ଜୁନ 30 ତାରିଖ ଦିନ ଘର ଛାଡି ଚେନାଇ ପଳେଇଯାଇଥିଲେ । ରୁବିନ ପ୍ରଥମେ ସେଲ୍ସମ୍ୟାନ କାମ କରିଥିଲେ ଏବଂ ଏହା ପରେ ହୋଟେଲରେ ୱେଟର କାମ କରି କଥାବାର୍ତ୍ତାର ଶୈଳୀ ଶିଖିଥିଲେ ।
ପରେ ଶୋ ରୁମ ରେ କଣ୍ଟା ମରାମତି କାମ କରି ପରବର୍ତ୍ତୀ ସମୟରେ ବ୍ୟାଗ୍ ଦୋକାନରେ 12 ଘଣ୍ଟା କାମ କରି ଧୋର୍ଜ୍ୟ ଓ ସହନଶୀଳତାକୁ ଶିଖିବା ପରେ ଜୁଲାଇ 30 ତାରିଖରେ ରୁବିନ ର ବନବାସ ସାରି ଘର ଆସିଥିଲେ । ତେବେ ଜେଜେବାପାଙ୍କ ଏହି ନିର୍ଣ୍ଣୟ କୁ ପ୍ରାୟତ ଲୋକେ ପ୍ରଶଂସା କରିଛନ୍ତି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।