କାହାକୁ ଦେବେ ଭୋଟ ? ଅଡୁଆରେ ରାଜ୍ୟ କଂଗ୍ରେସ, ଏ ନେଇ କଂଗ୍ରେସ ବିଧାୟକ Sura Routray ଯାହା କହିଲେ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ତେବେ ସଭିଙ୍କ ମୁହଁ ରେ NDA ରାଷ୍ଟ୍ରପତି ଦୌପତି ମୁର୍ମୁ ଙ୍କ କଥା । ଗୋଟେ ପଟରେ ଦେଖିବାକୁ ଗଲେ NDA ତାଙ୍କୁ ପ୍ରାର୍ଥୀ କରିଛି । ଆଉ ଯଦି ଓଡିଶା ସରକାର ଅଥବା ବିଜେଡି କଥା ଦେଖିବା ତେବେ ବିଜେଡି ମଧ୍ୟ ସମର୍ଥନ କରିବ ବୋଲି ଏକ ପ୍ରକାର ଭାବରେ ସ୍ପଷ୍ଟ ହୋଇଛି । କାରଣ ନବୀନ ପଟ୍ଟନାୟକ ଯେଉଁଭଳି ଭାବରେ ଟ୍ଵିଟ କରିଛନ୍ତି, ସେଥିରେ ଗୋଟିଏ କଥା ସ୍ପଷ୍ଟ ଯେ ତାଙ୍କ ଦଳ ସମର୍ଥନ ଯୋଗାଇବ । ମାତ୍ର ବର୍ତ୍ତମାନ ପ୍ରଶ୍ନ ଆସୁଛି ଯେ ରାଜ୍ୟ କଂଗ୍ରେସ ନିମନ୍ତେ ଏହା ଏକ ଅଡୁଆ ପରିସ୍ଥିତି ହେବ ନାହିଁ ତ ?

ତେବେ ଏହି ଖବର ଯେତେବେଳେ ସାମ୍ନା କୁ ଆସିଲା ସମସ୍ତେ କହିଲେ ଓଡିଶା ର ଗର୍ବ ର କଥା ଓଡିଶା ର ଝିଅ ଦୌପତି ମୁର୍ମୁ । ଓଡିଶା ର ଗର୍ବ ସହିତ ଭାରତର ରାଷ୍ଟ୍ରପତି ହେବେ ଦୌପତି ମୁର୍ମୁ । ସୁର ରାଉତରାୟ କହିଛନ୍ତି ଯେ ରାଷ୍ଟ୍ରପତି ଜଣେ ଓଡିଆ ଝିଅ ହୋଇଛନ୍ତି ତାଙ୍କୁ ନେଇ ବହୁତ ଗର୍ବ । ଭାରତର ରାଷ୍ଟ୍ରପତି ହେବେ ଦୌପତି ମୁର୍ମୁ ।

ଭୂବନେଶ୍ବରରେ ସେ ପାଠ ପଢିଥିଲେ । ଆମ୍ଭର ତାଙ୍କ ସହିତ ଘନିଷ୍ଠତା ରହିଅଛି । ଆମ୍ଭେ ତାଙ୍କୁ ଛାତ୍ରୀ ବେଳୁ ଜାଣିଛୁ । ମନ୍ତ୍ରୀ ଥିଲେ ୨ ଥର MLA ହୋଇଛନ୍ତି । ଏହା ସହିତ ଝାଡଖଣ୍ଡ ର ଜଣେ ଟାଣୁଆ ଗଭର୍ନର ଥିଲେ । ବର୍ତ୍ତମାନ ତାଙ୍କୁ NDA ବାଛିଛି ସେଥିପାଇଁ ଅଶେଷ ଅଭିନନ୍ଦନ ।

ମାତ୍ର ସୋନିଆ ଗାନ୍ଧୀ ଯାହା କହିବେ ଆମ୍ଭେ ହେଉଛେ ପାର୍ଟି ପ୍ରିନସିପୁଲ ଲୋକ । ସେ ଯଦି କହିବେ ଜଷବନ୍ତ ସିହ୍ନା କୁ ଭୋଟ ଦେବା ନିମନ୍ତେ ଆମ୍ଭେ ଦେବାକୁ ବାଧ୍ୟ ହେବୁ । ଆମ୍ଭ ଆଦର୍ଶ କ୍ୟାଡର ଆମ୍ଭେ ଦଳ ନୀତି ମାନିବୁ । ସୁର କହିଛନ୍ତି ଯେ ଏଣୁ ମୁଁ କହିପାରୁନାହିଁ ସୋନିଆ ଗାନ୍ଧୀ କ’ଣ କହିବେ କ’ଣ ନାହିଁ ଏଣୁ ମୁଁ ଯାଇ ରଣନୀତି ବୁଝିଲେ କହିବି ।

ଆଗ ମାଟି ତା’ ପରେ ପାର୍ଟି । କିନ୍ତୁ ଏଠାରେ କଥା ଟି ଅଲଗା ହୋଇଯାଉଛି କାରଣ ଯେ ହେତୁ ମୁଁ ଗୋଟିଏ କଂଗ୍ରେସ ଦଳର କ୍ୟାଡର । ସୋନିଆ ଗାନ୍ଧୀ ଯାହା କହିବେ ଏହି କ୍ଷେତ୍ରରେ ଆଗ ପାର୍ଟି ତାହା ପରେ ମାଟି । ତେବେ ବନ୍ଧୁଗଣ ଏହିଭଳି କିଛି ବିଶେଷ ମନ୍ତବ୍ୟ ଦେଇଛନ୍ତି ସୁର ରାଉତରାୟ । ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *