ଶୁଭେଚ୍ଛା ଜଣାଉଛନ୍ତି, ହେଲେ ସମର୍ଥନ ଘୋଷଣା କରୁନାହାଁନ୍ତି…କିନ୍ତୁ କାହିଁକି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରଧାନମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ ଜାଣିଥିଲେ । ମମତା ଡାକିଲେ ବିଜେଡ଼ି ନେତା ଗାଲେଇ ଦେଲେ । ଶୁଭେଚ୍ଛା ଜଣାଉଛନ୍ତି କିନ୍ତୁ ସମର୍ଥନ ଘୋଷଣା କରୁ ନାହାନ୍ତି । ଘୋଷଣା କରିଲା ବିଜେପି, ମହିଳା କାର୍ଡ ଖେଳୁଛି ବିଜେଡ଼ି । ଦ୍ରୌପଦୀ ମୂର୍ମୁ ଙ୍କୁ ବିଜେଡ଼ି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡ଼ି ନେତା ବେଶ ସକ୍ରିୟ ହୋଇପଡିଛନ୍ତି । ବିଜେପି ରାଷ୍ଟ୍ରୀୟ ଜେପି ନଡା ଙ୍କ ଘୋଷଣା ର ମାତ୍ର କିଛି ମିନିଟ ପରେ ବିଜେଡ଼ି ସୁପ୍ରିମ ଓ ନବୀନ ପଟ୍ଟନାୟକ ଏକଥା ଜାଣିଥିଲେ ବୋଲି ସୋସିଆଲ ମିଡିଆ ରେ ଉଲ୍ଲେଖ କରିଛନ୍ତି ।

ସେ କରିଥିବା ପୋଷ୍ଟ ଅନୁସାରେ ଆଗରୁ କୁଆଡ଼େ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଷୟ ରେ ଆଲୋଚନା କରିଥିଲେ । ଓଡ଼ିଶା ଏବଂ ନାରୀ ସଶକ୍ତି କରଣ କ୍ଷେତ୍ରରେ ଏହା ଏକ ଗର୍ବ ର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ପରେପରେ ତାଙ୍କ ଦଳର ଆଉ କିଛି ନେତା ଏବଂ ମନ୍ତ୍ରୀ ମଧ୍ୟ ନିଜ ନିଜ ଢଙ୍ଗ ରେ ଦ୍ରୌପଦୀ ମୂର୍ମୁ ଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡ଼ି ଦଳ କିନ୍ତୁ ତାଙ୍କୁ ସମର୍ଥନ ଘୋଷଣା କରିନାହିଁ । ବିଜେଡ଼ି ତାଙ୍କୁ ନିଶ୍ଚିତ ସମର୍ଥନ କରିବ ବୋଲି ଚର୍ଚ୍ଚା ହେଉଛି । ଦ୍ରୌପଦୀ ମୂର୍ମୁ ଓଡ଼ିଶା ର ମହିଳା ହୋଇଥିବା କାରଣରୁ ତାଙ୍କୁ ସମର୍ଥନ ନକରିବା ଛଡ଼ା ବିଜେଡ଼ି ପାଖରେ ଅନ୍ୟ ପନ୍ଥା ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି ।

ତେବେ ଏଠାରେ ସବୁଠାରୁ ବଡ଼ କଥା ହେଲା ଯଦି ଏହି ବିଷୟ ରେ ମୁଖ୍ୟମନ୍ତ୍ରୀ ଜାଣିଥିଲେ ତେବେ ଲୁଚାଇ ଥିଲେ କାହିଁକି?ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଯେତେବେଳେ ମିଳିତ ବିରୋଧୀ ଦଳ ବୈଠକ ଡାକିଲେ ସେଠାକୁ ବିଜେଡ଼ି ର କୌଣସି ନେତା ଗଲେ ନାହିଁ । ଏପରିକି ଖବର ଅନୁସାରେ ନିଜେ ନବୀନ ମମତା ଙ୍କ ଫୋନ କଲ ର କୌଣସି ଜବାବ ମଧ୍ୟ ଦେଲେ ନାହିଁ ।

ଅନେକ କଥାରେ ବିଜେଡ଼ି ବିଜେପି କୁ ସମର୍ଥନ କରି ଆସୁଛି । ଏଥର ରାଷ୍ଟ୍ରପତି ନିର୍ବାଚନ ରେ ମଧ୍ୟ କରିବ ବୋଲି କୁହାଯାଉଛି । ଏସବୁ ମଧ୍ୟ ରେ ବିଜେପିର ମହିଳା ପ୍ରାର୍ଥୀ ଙ୍କୁ ନେଇ ମହିଳା କାର୍ଡ ଖେଳିଛି ବିଜେଡ଼ି । ବିଜେଡି ର ଏଭଳି ଆଭିମୁଖ୍ୟ କୁ ନେଇ ଚାରିଆଡ଼େ ସମାଲୋଚନା ହେଉଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *