ସୁନା ଝିଅ ଗଙ୍ଗା ହୋଇଛି ଟପ୍ପର ! ହେଲେ ଭବିଷ୍ୟତ ପାଇଁ ଅର୍ଥ ସାଜୁଛି ବାଧକ !

ଝିଅ ହୋଇଛି ଟପ୍ପର ଚିନ୍ତାରେ ପରିବାର ! ହଁ ଆଜ୍ଞା ଝିଅ କଲେଜ ଟପ୍ପର ହୋଇ ପୁରା ଜିଲ୍ଲାରେ ଶୀର୍ଷରେ ରହିଛି । ସାରା ରାଜ୍ୟରେ ଏହି ମେଧାବୀ ଛାତ୍ରୀ ଜଣଙ୍କ ନବମ ସ୍ଥାନରେ ରହିଛନ୍ତି । ତେବେ ଯାହାକୁ ନେଇ ଛାତ୍ରୀଙ୍କ ପାଖକୁ ପ୍ରଶଂଷାର ସୁଅ ଛୁଟି ଆସୁଛି । ହେଲେ ଝିଅର ସଫଳତା ଦେଖି ପରିବାର ଲୋକ ଯେତିକି ଖୁସି ଅଛନ୍ତି । ତାହା ଠାରୁ ଅଧିକ ପରିବାର ଲୋକଙ୍କ ମୁଣ୍ଡରେ ଝିଅର ଭବିଷ୍ୟତ ପାଇଁ ଚିନ୍ତା ରହିଛି । ନିକଟରେ ପ୍ରକାଶିତ ଯୁକ୍ତ 2 ବିଜ୍ଞାନରେ 92 ପ୍ରତିଶତ ମର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି ଗଙ୍ଗା ପରିଡା ।

କଟକ ଜିଲ୍ଲା କଣ୍ଟପଡା ବ୍ଲକର ନାହାଳପୁର ଗ୍ରାମର ଏହି ମେଧାବୀ ଝିଅକୁ ନେଇ ସବୁଆଡେ ଚର୍ଚା ହେଉଛି । ଗଙ୍ଗାଙ୍କ ଲକ୍ଷ ସେ ନାଇଜରରେ ପାଠ ପଢି ଭବିଷ୍ୟତରେ ସେ ଜଣେ ଯେପରି ବୈଜ୍ଞାନିକ ହୋଇପାରିବେ । ଏଥିସହ ଜେଇମେନ୍ ମଧ୍ୟ କ୍ଵାଲିଫାଇ କରିଛନ୍ତି । ନିଟ ମେଡିକାଲ ଏଣ୍ଟରାନ୍ସ ମଧ୍ୟ ଦେଇଛନ୍ତି । ଗଙ୍ଗାଙ୍କ ବାପା ଜଣେ ପରିବା ବିକାଳୀ । 4 ଝିଅଙ୍କ ମଧ୍ୟରୁ ଗଙ୍ଗା ହେଉଛନ୍ତି ଘରର ଦିତୀୟ ଝିଅ । ପରିବା ବିକ୍ରିରୁ ଘରର ଗୁଜୁରାଣ ଭଲ ଭାବେ ହୋଇପାରୁନଥିବାରୁ ଗଙ୍ଗା ମାଆ ସିଲେଇ ମେସିନ ପକାଇ ଯାହା ରୋଜଗାର କିଛି କରନ୍ତି ।

ତେବେ ଏଭଳି ସ୍ଥିତିରେ ଝିଅର ଏତେ ବଡ ସ୍ଵପ୍ନ ସେ କିଭଳି ଭାବେ ପୂରଣ କରିପାରିବେ ତାହାକୁ ନେଇ ଗଙ୍ଗାଙ୍କ ପରିବାର ଏବେ ପୁରା ଚିନ୍ତାରେ ରହିଛନ୍ତି । ଝିଅ ଗଙ୍ଗାର ଉଚ୍ଚଶିକ୍ଷା ପାଇଁ ଏବେ ଭଲ କୋଚିଙ୍ଗର ମଧ୍ୟ ଆବଶ୍ୟକତା ରହିଛି । ତେବେ ଗଙ୍ଗାଙ୍କ ବାପାଙ୍କ କହିବା ଅନୁସାରେ ଝିଅ ଗଙ୍ଗା ବହୁତ ପରିଶ୍ରମ କରେ । ଏଥିସହ ସ୍କୁଲ ଓ କଲେଜର ସାର ମାନେ ମୋ ଝିଅକୁ ପାଠ ପଢା କ୍ଷେତ୍ରରେ ବହୁତ କିଛି ସାହାଜ୍ଯ କରିଛନ୍ତି । ଯେଉଁଥି ପାଇଁ ମୋ ଝିଅ ଏହି ସଫଳତା ପାଇପାରିଛି ।

ହେଲେ ଝିଅର ଉଚ୍ଚଶିକ୍ଷା ପାଇଁ ଦରକାର ଥିବା ଆର୍ଥିକ ସମ୍ବଳର ମୋ ପାଖରେ ଅଭାବ ରହିଛି । ତେବେ ମୋ ଦ୍ଵାରା ଝିଅର ପାଠ ପଢା ପାଇଁ ଯେତିକି ସମ୍ଭବ ମୁଁ ନିହାତି ଭାବେ କରିବି ବୋଲି ଗଙ୍ଗାଙ୍କ ବାପା କହିଛନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *