Shreemayi Mishra ଙ୍କୁ ପ୍ରାର୍ଥୀ ନକରି Lekhasri Samantsinghar ଙ୍କୁ କାହିଁକି ସାଂସଦ ପ୍ରାର୍ଥୀ କରାଗଲା, କାରଣ…

ଶ୍ରୀମୟୀଙ୍କୁ ଦେଲେନି ଲେଖାଶ୍ରୀଙ୍କୁ ଟିକେଟ ଦେଲେ ! ହଁ ଆଜ୍ଞା ବାଲେଶ୍ଵର ବିଜେଡି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଲେଖାଶ୍ରୀ ସାମନ୍ତରାୟ । ପୂର୍ବରୁ ରାଜ୍ୟର 20 ଟି ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ବାଲେଶ୍ଵର ବାକି ରହିଥିଲା । ଗତ କାଲି 9 ଟି ବିଧାସଭା ଆସନ ସହିତ ବାଲେଶ୍ଵର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ବିଜେଡି ଦଳ । ବିଜେପି ଛାଡି ବିଜେଡିରେ ମିଶିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ କରିଛି ।

ତେବେ ବିଜେପିରୁ ଆସିଥିବା ଲେଖାଶ୍ରୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଟିକେଟ ମିଳିବା ପରେ ବିଜେଡି ନେତ୍ରୀ ଶ୍ରୀମୟୀଙ୍କୁ ନେଇ ପୁଣି ଥରେ ଚର୍ଚା ଜୋର ଧରିଛି । କାରଣ ଗୋଟେ ସମୟରେ ଶ୍ରୀମୟୀଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି ଆଲୋଚନା ଚାଲିଥିଲା । ଏପରିକି ଦଳ ଶ୍ରୀମୟୀଙ୍କୁ ଗୋଟେ ପରେ ଗୋଟେ ନିର୍ବାଚନ ମଣ୍ଡଳୀ ବୁଲାଉଥିଲେ । ଦଳୀୟ ନେତା ମାନେ ମଧ୍ୟ ଦଳୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଉପସ୍ଥାପିତ କରୁଥିଲେ ।

ହେଲେ ହଟାତ ସବୁକିଛି ବଦଳିଯାଇଥିଲା । ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ପରେ ପରେ ହିଁ ତାଙ୍କୁ ଭୁବନେଶ୍ବରର ଲୋକସଭା ଟିକେଟ ମିଳିଗଲା । ତେବେ ବିଜେଡି ଲେଖାଶ୍ରୀଙ୍କୁ ବାଲେଶ୍ଵରରେ ସାଂସଦ ପ୍ରାର୍ଥୀ କରିବା ପରେ ଶ୍ରୀମୟୀଙ୍କୁ ନେଇ ଏପରି ଚର୍ଚା ହେଉଛି । ଯେ ଶ୍ରୀମୟୀ ଦଳପାଇନ ଏତେ କରି ମଧ୍ୟ ତାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଟିକେଟ ମିଳିପାରିଲା ନାହିଁ । ହେଲେ ମାତ୍ର ନିକଟ କିଛି ତଳେ ବିଜେପି ଛାଡି ବିଜେଡିରେ ମିଶିଥିବା ଲେଖାଶ୍ରୀଙ୍କୁ ସାଂସଦ ପ୍ରାର୍ଥୀ କରିଦେଲା ।

ତେବେ ଲେଖାଶ୍ରୀଙ୍କୁ ବାଲେଶ୍ଵରରୁ ସାଂସଦ ପ୍ରାର୍ଥୀ କରିବାର ମୁଖ୍ୟ କାରଣ ଏହା ହେଉଛି । ଯେ ଲେଖାଶ୍ରୀ ହେଉଛନ୍ତି ବାଲେଶ୍ଵରର ଝିଅ । ଜିଏକି ଗତ କିଛି ବର୍ଷ ଧରି ରାଜଧାନୀ ରାଜନୀତିରେ ବହୁତ ସକ୍ରିୟ ରହିବା ସହ ବିଜେପିର ଜଣେ ଆଗ ଧାଡିର ନେତ୍ରୀ ଥିଲେ । ବାଲେଶ୍ଵରରେ ବିଜେପିରୁ ସାଂସଦ ପ୍ରାର୍ଥୀ ଭାବେ ପ୍ରତାପ ଷଡଙ୍ଗୀଙ୍କୁ ଦଳ ପୁଣି ଥରେ ଛିଡା କରିଛି । ତେବେ ବିଜେଡି ବାଲେଶ୍ଵର ଲୋକସଭା ଆସନରୁ ଲେଖାଶ୍ରୀ ପ୍ରାର୍ଥୀ ହେଲେ ସେ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କୁ କଡା ଟକ୍କର ଦେଇପାରିବେ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *