“ମୋ ଓଡିଶାବାସୀଙ୍କ ପାଇଁ ସମାଜସେବା ତାର ପସନ୍ଦ ନଥିଲା, ହେଲେ ମୁଁ ଓଡ଼ିଶାବାସୀଙ୍କୁ ଛାଡ଼ିପାରିବିନି ” Rani Panda

ମୋ ଓଡିଶାବାସୀଙ୍କ ପାଇଁ ସମାଜସେବା ତା’ ର ପସନ୍ଦ ନଥିଲା । ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ନିକଟରେ ତାଙ୍କ ପ୍ରେମିକ ବିକ୍ରମଙ୍କ କଥା ଗଣ ମାଧ୍ୟମ ସାମ୍ନାରେ ଖୁଲାସା କରି ଏଭଳି କିଛି ପ୍ରତିକ୍ରୟା ରଖିଛନ୍ତି । ରାଣୀ ପଣ୍ଡାଙ୍କ କହିବା ଆଧାରରେ ମୋ ଓଡିଶାବାସୀଙ୍କ ଭଲ ପାଇବା ଯୋଗୁ ମୁଁ ସବୁବେଳେ ଭଲରେ ଅଛି । ବିଗତ କିଛି ବର୍ଷ ତଳେ ଯେତେବେଳେ ମୋ ସମୟ ଖରାପ ଚାଲିଥିଲା । ସେତେବେଳେ ସେହି ସମୟରେ ଯିଏ ମୋର ସାଥ୍ ଦେଇଥିଲେ ।

ଯିଏ ମୋତେ ଏତେ ଭଲ ପାଇବା ଦେଇ ବାହା ହେବାର ସ୍ଵପ୍ନ ମଧ୍ୟ ଦେଖାଇଥିଲେ । ଏବେ ମୁଁ ତାଙ୍କ ହାତ କିଭଳି ଭାବେ ଛାଡି ଦେଇଥାନ୍ତି । ତେଣୁ ମୁଁ ତାଙ୍କ ସହ ବାହା ହୋଇ ଗୋଟେ ଖୁସିର ସଂସାର କରିବାକୁ ଇଛା କରିଥିଲି । ହେଲେ ସେ ପୁଅ ମୋ ସହ ଏମିତି କରିବ ବୋଲି ମୁଁ କେବେବି ଭାବିନଥିଲି । କାରଣ ଆମ ପ୍ରେମ ଆଜିକାଲିର ନୁହେଁ । ବିଗତ 7 ରୁ 8 ବର୍ଷ ପାଖାପାଖି ଆମେ ପରସ୍ପରକୁ ଭଲ ପାଉଥିଲୁ । ହେଲେ ସେ ପୁଅ ଏବେ ମୋତେ ବାହା ନହେଇକି ଅନ୍ୟ ଆଡେ ବାହା ହେବ ବୋଲି କହୁଛି ।

ଆମ ଭିତରେ ସବୁ କିଛି ଠିକଠାକ ଚାଲିଥିଲା । ହେଲେ ମୁଁ ଯେଉଁ ଓଡିଶାବାସୀଙ୍କ ପାଇଁ ସମାଜସେବା କରେ । ମୋର ସମାଜସେବା କରିବା କାର୍ଯ୍ୟ ତାକୁ ଭଲ ଲାଗୁନଥିଲା । ଏମିତି ସମୟ ତା’ ଜୀବନରେ ଏବେ ଆସିଯାଇଛି । ସେ ଏବେ ମୋ ଠାରୁ ତା’ ସାଙ୍ଗ ମାନଙ୍କୁ ଅଧିକ ଗୁରୁତ୍ଵ ଦେଉଛି । କାରଣ ସାଙ୍ଗ ମାନେ ତାକୁ ଝିଅ ଯୋଗାଉଛନ୍ତି । ସେଥିପାଇଁ ସେ ସାଙ୍ଗକୁ ଅଧିକ ଗୁରୁତ୍ଵ ଦେଉଛି । ମୋ ଠାରୁ ତାକୁ ଅଲଗା କରିବା ପଛରେ ବିକ୍ରମର କିଛି ସାଙ୍ଗସାଥି ଓ ତା’ ର କିଛି ବନ୍ଧୁବାନ୍ଧବ ହିଁ ମତେଇଛନ୍ତି ।

ଯେଉଁଥି ପାଇଁ ସେ ଆମର ଏତେ ବର୍ଷର ଭଲ ପାଇବାକୁ ଗୋଇଠା ମାରି ଅନ୍ୟ ଝିଅକୁ ବାହା ହେବ ବୋଲି ସ୍ତିର କରିସାରିଛି । ହେଲେ ତା’ ଘରର ମୋତେ ବୋହୁ କରିବା ପାଇଁ ସେ ଆଉ ଏବେ ଚାହୁଁନାହିଁ । ତେଣୁ ମୁଁ ବର୍ତ୍ତମାନ ଗୋଟେ ହତାସିଆ ପ୍ରେମିକା ସାଜିଯାଇଛି । ତେବେ ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *