ସେ ଜଣେ ଏତେ ସାଧାରଣ ମଣିଷଟିଏ ଯେ… ଥରେ ଜଣେ ମହିଳା ତାଙ୍କୁ ଭିକାରୀ ଭାବି 10 ଟଙ୍କା ଦେଇଥିଲେ… South Superstar Rajanikant

ରଜନୀକାନ୍ତଙ୍କୁ ଭିକାରୀ ଭାବି ମହିଳା ଦେଇଥିଲେ 10 ଟଙ୍କା ! ହଁ ବନ୍ଧୁଗଣ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ହିରୋ ମାନଙ୍କ ମଧ୍ୟରୁ ରଜନୀକାନ୍ତ ହେଉଛନ୍ତି ଅନ୍ୟତମ ! ଅଭିନେତା ରଜନୀକାନ୍ତଙ୍କ ଷ୍ଟାଇଲ ପାଇଁ ଖାଲି ଭାରତ କାହିଁକି ସାରା ବିଶ୍ଵରେ ତାଙ୍କ ଫ୍ୟାନ ଭର୍ତ୍ତି ହୋଇ ରହିଛନ୍ତି । ସିନେ ପରଦାରେ ନିଜର ନିଆରା ଅନ୍ଦାଜ କାରଣରୁ ସେ ସବୁବେଳେ ଚର୍ଚାରେ ରହି ଆସିଛନ୍ତି । ହେଲେ ସିନେମାରେ ଏତେ ଷ୍ଟାଇଲିସ ଅନ୍ଦାଜରେ ନଜର ଆସୁଥିବା ବ୍ୟକ୍ତିଟି ପରଦା ପଛରେ ଏତେ ସାଧାରଣ ତଥା ସରଳ ଯାହାକୁ ଦେଖିଲେ ।

କେହି ମଧ୍ୟ ଏ ଏତେ ବଡ ସୁପରଷ୍ଟାର ହୋଇଥିବେ କଳନା କରିପାରିବେ ନାହିଁ । ଅଭିନେତା ରଜନୀକାନ୍ତ ନିଜର ବ୍ୟକ୍ତିଗତ ଜୀବନରେ ବହୁତ ସାଧାସିଧା ସାଧାରଣ ବ୍ୟକ୍ତିତ୍ବଟିଏ ଅଟନ୍ତି । ତେବେ ରଜନୀକାନ୍ତ ପ୍ରକୃତରେ ଏତେ ସାଧାରଣ ଲୋକ ହୋଇକି ରୁହନ୍ତି । ଯେ ଥରେ ଜଣେ ମହିଳା ରଜନୀକାନ୍ତଙ୍କୁ ଭିକାରୀ ଭାବି 10 ଟଙ୍କା ଦେଇଥିଲେ । ହଁ ଆଜ୍ଞା ସାଉଥସୁପରଷ୍ଟାରଙ୍କ ସହ ଏଭଳି କିଛି ଥରେ ଘଟି ଯାଇଥିଲା ।

ହେଲେ ଏହି ଘଟଣା ଘଟିବା କଥା ଯଦିଓ ସେହି ସମୟରେ କେହି ଜାଣି ନଥିଲେ । ହେଲେ ପରେ ପରେ ଥରେ ଏହି କଥା ସାମ୍ନାକୁ ଆସିଯାଇଥିଲା । ଥରେ ରଜନୀକାନ୍ତ ମନ୍ଦିରକୁ ପୂଜାଅର୍ଚନା କରିବା ପାଇ ମନ୍ଦିର ଯାଇଥିଲେ । ସେଠାରେ ମନ୍ଦିରର ପୂଜାଅର୍ଚନା ସାରି ତାଙ୍କୁ ଟିକେ କ୍ଳାନ୍ତ ଅନୁଭବ ହେବା କାରଣରୁ ସେ ମନ୍ଦିରର ପାହଞ୍ଚ ଉପରେ ବସି ଯାଇଥିଲେ । ହେଲେ ସେହି ସମୟରେ ଜଣେ ମହିଳା ଆସି ରଜନୀକାନ୍ତଙ୍କୁ ଭିକାରୀ ଭାବି ତାଙ୍କୁ 10 ଟଙ୍କା ଦେଇଥିଲେ ।

ହେଲେ ମହିଳାଙ୍କର ମନକୁ ଆଘାତ ନଦେବାକୁ ଯାଇ ଖୁସିରେ ମଧ୍ୟ ରଜନୀକାନ୍ତ ସେହି 10 ଟଙ୍କାଟିକୁ ଗ୍ରହଣ କରିଦେଇଥିଲେ । ହେଲେ ପରେ ରଜନୀକାନ୍ତ ଯିବା ପାଇଁ ଯେତେବେଳେ ଗୋଟିଏ ବଡ ଲକ୍ଷୁରୀ କାର ଆସି ପହଞ୍ଚି ଥିଲା । ସେତେବେଳେ ମହିଳା ଜଣଙ୍କ ଅତି ପାଖରୁ ରଜନୀକାନ୍ତଙ୍କୁ ଗାଡିରେ ବସିବାର ଦେଖି ତାଙ୍କୁ ଜାଣି ପାରିଥିଲେ ।

ରଜନୀକାନ୍ତଙ୍କ ପାଖକୁ ମହିଳା ଜଣଙ୍କ ଯାଇ ତାଙ୍କୁ ସେଠାରେ ନିଜର ଭୁଲ ବୁଝି ପାରି କ୍ଷମା ମାଗିଥିଲେ । ହେଲେ ରଜନୀକାନ୍ତ ସେହି ସମୟରେ ନରାଗି ତାଙ୍କ ସହ ଭଲ ଭାବରେ କଥା ହୋଇଥିଲେ । ଖବରର ଅପଡେଟ ପାଇବା ଲାଗି ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *