ସବୁ କଥା ଖୋଲି କହିଦେଲେ… Samir Dash

ସମୀରଙ୍କ ମୁହଁରୁ ଷଡଯନ୍ତ୍ର ପଛର ସତ୍ୟ ! ନିମାପଡା ରାଜନୀତିରେ ଚର୍ଚିତ ଚେହେରା ହେଲେ ସମୀର ରଞ୍ଜନ ଦାସ । ତେବେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସମୀର ଦାସଙ୍କ ମୁହଁରୁ ଏଭଳି କିଛି ଶୁଣିବାକୁ ମିଳିଛି । ତେବେ ସମୀର ଦାସ କହିଛନ୍ତି । ଯେ ମୋତେ ଯେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ବାଚନ ଲଢିବା ପାଇଁ ଟିକେଟ ମିଳିନଥିଲା । ସେତେବେଳେ ମୁଁ ଆଉ ମୋର ସମର୍ଥକଙ୍କ ମନରେ ଏଥିପାଇଁ ବହୁତ କ୍ଷୋଭ ରହିଥିଲା ।

ତାପରେ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ପ୍ରଭାବିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲି । ବିଜେଡିରୁ ମୋତେ ଟିକେଟ ନମିଳିବା ପରେ 30 ହଜାରରୁ ଅଧିକ କର୍ମକର୍ତ୍ତା ମାନେ ବିଜେଡିରୁ ଇସ୍ତଫା ଦେଇ ଆସି ଭାରତୀୟ ଜନତା ପାର୍ଟିରେ ମିଶିଥିଲେ । ତେବେ ମୁଁ କେବେବି କ୍ଷମତା ଲୋଭରେ ରାଜନୀତିକୁ ଆସିନଥିଲି । ଲୋକଙ୍କର ସେବା କରିବା ପାଇଁ ମୁଁ ରାଜନୀତିକୁ ଆସିଥିଲି । ହେଲେ ଦଳ ଯଦି ମୋ ଉପରେ ଭରଷା କରିପାରିଲାନି ।

ତେବେ ସେହି ଦଳରେ ମୋର ରହିବା ମୁଁ ଉଚିତ ମନେ କରିନଥିଲି । କାରଣ ସେହି ଦଳରେ ରହି ମୁଁ କାହା ଉପରେ ବୋଝ ହେବାକୁ ଚାହୁଁନଥିଲି । ତେଣୁ ମୁଁ ସ୍ଵଇଛାରେ ଦଳରୁ ଇସ୍ତଫା ଦେଇ ଆସି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲି । ବିଜେଡିର ଅନେକ କର୍ମକର୍ତ୍ତା ମଧ୍ୟ ଦଳରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇ ଆସି ବିଜେପିରେ ମିଶିଥିଲେ । ମୁଁ ବିଜେପିରେ ମିଶିବା ପାଇଁ ନିମାପଡାର ସମୀକରଣ ବହୁତ ମାତ୍ରାରେ ବଦଳିବ ବୋଲି ଲୋକଙ୍କର ବହୁତ ଆଶା ରହିଛି ।

ତେବେ ନିପମଡାରୁ ପ୍ରଭାତୀ ପରିଡାଙ୍କ କ୍ରେଜ ଭଲ ରହିଛି । ମୋର ସପୋର୍ଟ ମଧ୍ୟ ତାଙ୍କ ସାଥିରେ ରହିଛି । ତେଣୁ ନିମାପଡା ଭାରତୀୟ ଜନତା ପାର୍ଟି ନିହାତି ଭାବେ ହାତେଇବାକୁ ଯାଉଛି । ନିମାପଡାରେ ମୋଦୀଙ୍କ ଲହର ପ୍ରବାହିତ ହେଉଛି । ଅନେକ ଲୋକ ଏବେ ବିଜେପି ମୁହାଁ ହୋଇଛନ୍ତି ବୋଲି ସ୍ପଷ୍ଠ ଭାବେ ଜଣା ପଡୁଛି । କେନ୍ଦ୍ରୀୟ ବଡ ବଡ ବିଜେପି ନେତା ମନେ ଓଡିଶା ଗସ୍ତରେ ଆସି ନିମାପଡାରେ ପ୍ରଚାର ପ୍ରସାର କରିବା ମଧ୍ୟ ଲୋକଙ୍କ ଉପରେ ଖୁବ ନିକଟରୁ ପ୍ରଭାବ ପକାଇଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *