ପ୍ରେମରୁ ମହାଭାରତ, ରାସ୍ତା ଉପରେ ସରପଞ୍ଚ ଓ ଅଭିନେତ୍ରୀ Romanjali ହେଲେ ପିଟା ପିଟି…

ପ୍ରେମରୁ ମହାଭାରତ ! ରାସ୍ତା ଉପରେ ଚପଲରେ ପିଟିଲେ ଅଭିନେତ୍ରୀ ! ହଁ ଆଜ୍ଞା ଘଣ୍ଟା ଘଣ୍ଟା କାଳ ସମୟ ଧରି ରାସ୍ତା ଉପରେ ମାଡପିଟ ଚାଲିଥିଲା । ଜଣେ ଜଣାଶୁଣା ଆଲବମ ଅଭିନେତ୍ରୀ ଓ ଜଣେ ପୂର୍ବତନ ସରପଞ୍ଚଙ୍କ ମଧ୍ୟରେ ଝଗଡା ଲାଗିଥିଲା । ରାଜନେତା ସାଥିରେ ଅଭିନେତ୍ରୀଙ୍କର ମାଡପିଟ ଚାଲିଥିଲା । ତେବେ ଏହି ବଡ କଳହ ପଛରେ ମଧ୍ୟ ଏକ ବଡ କାରଣ ଲୁଚି ରହିଛି । ତେବେ ଓଡିଆ ଆଲବମ ଅଭିନେତ୍ରୀ ରୋମାଞ୍ଜଳୀ ଜଣେ ବହୁତ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ।

ଓଡିଶାରେ ଲୋକଙ୍କର ଅନେକ ଭଲ ପାଇବା ତାଙ୍କ ଆଲବମ ଗୀତ ପ୍ରତି ମିଳିଛି । ରୋମାଞ୍ଜଳିଙ୍କର ଅଭିନୟ ହେଉ ଅବା ତାଙ୍କ ଡ୍ୟାନ୍ସ ସବୁ କିଛିକୁ ଦର୍ଶକ ପସନ୍ଦ କରନ୍ତି । ସେଥିପାଇଁ ସେ ବହୁତ ଭାଇରାଲ ଅଭିନେତ୍ରୀ ଥିଲେ । ହେଲେ ଏଭଳି ହଟାତ କଣ ଘଟିଯାଇଥିଲା । ଯେ ଆଲବମ ଅଭିନେତ୍ରୀ ରୋମାଞ୍ଜଳୀ ଏପରି ଭାବେ ଜଣଙ୍କୁ ଚପଲ କାଢିକି ମାରିବାକୁ ଗୋଡାଇ ଥିଲେ । ପ୍ରଥମେ ରୋମାଞ୍ଜଳିଙ୍କ ମା’ କୁ ଆଟାକ ହେବା ପରେ ଏହିପରି ଭାବେ ଚପଲ ଧରି ରୋମାଞ୍ଜଳି ଗୋଡାଇ ଥିଲେ ।

ଏହି ଘଟଣା ପଛରେ ପ୍ରେମର କାରଣ ରହିଛି । ପ୍ରେମ ଘଟଣାକୁ ନେଇ 2 ପରିବାର ମଧ୍ୟରେ ମାରପିଟ ହୋଇଛି । ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଂଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସେହି ପଂଚାୟତର ପୂର୍ବତନ ସରପଞ୍ଚ ବିଜୟ ଓ ସେହି ପଂଚାୟତର ଆଲବମ ଅଭିନେତ୍ରୀ ରୋମାଞ୍ଜଳିଙ୍କ ପରିବାର ମଧ୍ୟରେ କଥା କଟାକାଟି ଓ ତାପରେ ମାଡପିଟ ପର୍ଯ୍ୟନ୍ତ କଥା ଚାଲିଯାଇଥିଲା ।

ତେବେ ଭାଇରାଲ ହେଉଥିବା ଦୃଶ୍ୟରେ ରୋମାଞ୍ଜଳିଙ୍କ ଭଉଣୀଙ୍କ ପୂର୍ବତନ ପ୍ରେମିକଙ୍କ ବାପାଙ୍କୁ ରୋମାଞ୍ଜଳି ଚପଲରେ ମାରିବା ପାଇଁ ଗୋଡାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସେଥିରେ ଅଭିନେତ୍ରୀଙ୍କର ମାଆଙ୍କୁ ମଧ୍ୟ ଠେଲାଠେଲି କରାଯାଉଛି । ତେବେ ଏହି ସବୁ ଘଟଣା ପ୍ରେମ ବ୍ୟାପାରକୁ ନେଇ ସୃଷ୍ଟି ହୋଇଛି ବୋଲି ଘଟଣାର ଜଣା ପଡିଛି । ଏହି ଝଗଡା ଓ ମାରପିଟ ପରେ ଉଭୟ ପରିବାର ଭୁବନ ଥାନାର ଦ୍ଵାରସ୍ଥ ହୋଇଥିଲେ । ଉଭୟ ପକ୍ଷଙ୍କ ଅଭିଯୋଗକୁ ରୁଜୁ କରି ଭୁବନ ଥାନା ପୋଲିସ ଘଟଣାର ସଠିକ କାରଣ ଜାଣିବା ପାଇଁ ତଦନ୍ତ ଚଳାଇଛନ୍ତି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *