ହୀରାମଣୀଙ୍କୁ ମିଳିଲା ହୀରା ଭଳି ବର ! ଖଣ୍ଡିଏ ଶାଢୀ ପିନ୍ଧାଇ ହୋଇଗଲା ବାହାଘର !

ଖଣ୍ଡେ ଶାଢୀରେ ଶାଶୁଘରକୁ ଗଲି । ହଁ ଆଜ୍ଞା ଘର ପୋଡିଥିଲା ତା’ ସହ ମନ ବି ପୋଡି ଯାଇଥିଲା । ଆଶା ନଥିଲା ଯେ ଝିଅର ବାହାଘର ଆଉ ହେଇପାରିବ ବୋଲି । ମଙ୍ଗୁଳା କନ୍ୟା ହେବା ପୂର୍ବରୁ ମଉଳି ଯାଇଥିବା ସବୁ ଆଶା ଆଉ ସ୍ଵପ୍ନ । ଆଖିର ଲୁହକୁ ଆଖିରେ ମାରି ମନ ବୁଝାଉ ଥିଲେ ହୀରାମଣୀ । ବେସାହାରା ପାଇଁ ବାହାଘର ତ ଥିଲା ସାତ ସପନ । ହେଲେ ଏଭଳି ଏକ ଦୁଃଖନୀୟ ପରିସ୍ଥିତିରେ ହୀରାମଣୀଙ୍କୁ ବାହା ହେବାକୁ ଯାଉଥିବା ବରଟି ଏପରି କିଛି କଥା କହି ଶ୍ଵଶୁର ଘରକୁ ଆଶ୍ଵାସନା ଦେଇଥିଲା ।

ଯେ ବୁଡି ଯାଉଥିବା ଡଙ୍ଗାକୁ ଯେପରି କୁଳ ମିଳିଯାଇଥିଲା ପରି ଲାଗିଥିଲା । ହଁ ଆଜ୍ଞା ହୀରାମଣୀଙ୍କୁ ବାହା ହେବାକୁ ଥିବା ସୁନା ପୁଅ ଜଣଙ୍କ ତାଙ୍କ ହେବାକୁ ଯାଉଥିବା ଶ୍ଵଶୁର କହିଥିଲେ । ବାପା ତୁମେ ବ୍ୟସ୍ତ ହୁଅ ନାହିଁ । ତୁମ ଝିଅ ହୀରାମଣୀ ପାଇଁ ତୁମେ ଚିନ୍ତା କର ନାହିଁ । ଆମ ପରିବାର ତୁମ ଝିଅକୁ ଖଣ୍ଡିଏ ଲୁଗା ପିନ୍ଧାଇ ତୁମ ଘରୁ ତାଙ୍କୁ ବାହା କରେଇ ନେଇଯିବୁ । ଆମ ଘରେ ସେ ଝିଅ ହୋଇ ଚଳିବେ ।

ତେବେ ଏପରି କଥା ଝିଅର ବାପା ଶୁଣିବା ପରେ ତାଙ୍କୁ ତାଙ୍କ ଜ୍ଵାଇଁ ଉପରେ ବହୁତ ଗର୍ବ ଅନୁଭବ ହୋଇଥିଲା । ଘର ପୋଡି ଯାଇଥିବାରୁ ବାହାଘର ସବୁ ସରଞ୍ଜାମ ପୋଡିଯାଇଥିଲା ସତ । ହେଲେ ଜ୍ଵାଇଁ ପୁଅର ଏଭଳି ଆଶ୍ଵାସନା ଝିଅର ବାପାକୁ ଦମ୍ଭ ଦେଇଥିଲା । ତାପରେ ସୁରୁଖୁରୁରେ ବିବାହ କାର୍ଯ୍ୟଟି ସମ୍ପର୍ଣ୍ଣ ହୋଇଥିଲା । ମିଡିଆରେ ଏହି ଖବର ପ୍ରସାରଣ ହେବା ପରେ କିଛି ସହୃଦୟ ବ୍ୟକ୍ତି ମଧ୍ୟ ହୀରାମଣୀଙ୍କ ବାପା ରବୀନ୍ଦ୍ର ରାଉତଙ୍କୁ କିଛି କିଛି ଆର୍ଥିକ ସହାୟତା ଦେବା ପାଇଁ ଆଗେଇ ଆସିଥିଲେ ।

ଯାହା ଫଳରେ ଝିଅ ହୀରାମଣୀର ବାହାଘରଟି ଭଲ ଭଲରେ ହୋଇଯାଇଥିଲା । ଏବେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା ରହିଛି । ଝିଅ ହୀରାମଣୀକୁ ହୀରା ଭଳି ବରଟିଏ ମିଳିଛି । ଜିଏକି ବାହାଘର ପୂର୍ବରୁ ଏଭଳି ଘଟଣା ଘଟି ଝିଅ ଘର ସବୁ ପୋଡିଜଳି ଧ୍ଵଂସ ହୋଇଯାଇଥିଲେ ମଧ୍ୟ ଝିଅକୁ ବାହା ହେବାକୁ ଅରାଜି ହୋଇନଥିଲେ ଜ୍ଵାଇଁ ପୁଅ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *