ରାଣୀ ପଣ୍ଡାଙ୍କ ବାପା ଭାଇ ଥିଲେ ତାଙ୍କୁ ଏକୁଟିଆ ଲଢ଼ିବାକୁ ପଡ଼ି ନଥାନ୍ତା…Ashwini Brahma

ରାଣୀ ଦେଖେଇ ହେଲେ ତୁମର ଅସୁବିଧା କଣ ? ହଁ ଆଜ୍ଞା ଏଭଳି କିଛି ମନ୍ତବ୍ୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ହୃଦୟରୁ ସମର୍ଥନ କରି ନିଜର ପ୍ରତିକ୍ରିୟା ଗଣ ମାଧ୍ୟମ ସାମ୍ନାରେ ରଖିଛନ୍ତି ଅଭିନେତା ଅଶ୍ଵିନୀ ବ୍ରହ୍ମା । ଅଭିନେତା ଅଶ୍ଵିନୀଙ୍କୁ ଆମେ ସିରିଏଲ, ଫିଲ୍ମ, ଆଲବମ ସହ ଯାତ୍ରା ଇଣ୍ଡଷ୍ଟ୍ରିରେ ମଧ୍ୟ ଦେଖିବାକୁ ପାଇଛୁ । ଜିଏକି ନିଜର ଅଭିନୟ ଦ୍ଵାରା ଦର୍ଶକଙ୍କୁ ନିଜ ପାଖରେ ବାନ୍ଧି ରଖିଥାନ୍ତି । ତେବେ ଗଣ ମାଧ୍ୟମ ସାମ୍ନାରେ ଅଶ୍ଵିନୀ ରାଣୀ ପଣ୍ଡାଙ୍କୁ ସମର୍ଥନ କରି କହିଛନ୍ତି ।

ରାଣୀ ପଣ୍ଡା ପ୍ରକୃତରେ ହୃଦୟରୁ ଜଣେ ଭଲ ମଣିଷ ଟିଏ । ସ୍ଵର୍ଣ୍ଣ ମନ୍ଦିରରେ ମୁଁ ତାଙ୍କ ସହ କାମ କରୁଥିଲି । ମୁଁ ଯେତେବେଳେ ରାଣୀଙ୍କୁ ଜାଣି ନଥିଲି । ତାଙ୍କ ବିଷୟରେ ସୋସିଆଲ ମିଡିଆରେ ଇଆଡୁ ସିଆଡୁ କଥା ଶୁଣିକି ମୁଁ ରାଣୀଙ୍କୁ ଏତେ ପସନ୍ଦ କରୁନଥିଲି । କାରଣ ମୁଁ ତାଙ୍କୁ ଭଲ ଭାବରେ ଜାଣିନଥିଲି । ହେଲେ ଯାତ୍ରାରେ କାମ କରିବା ସମୟରେ ରାଣୀଙ୍କ ସହ ଯେତେବେଳେ ମୁଁ ଦେଖା କଲି । ତାଙ୍କ ସହ ମିଶିକି କଥାବାର୍ତ୍ତା କରିଲି ।

ତାପରେ ମୁଁ ରାଣୀ ପଣ୍ଡାଙ୍କୁ ଭଲ ଭାବରେ ଜାଣିପାରିଲି । ରାଣୀ ପଣ୍ଡା ଅଶ୍ଳୀଳତାଙ୍କୁ ପ୍ରଶୟ ଦେବାକୁ ପସନ୍ଦ ମଧ୍ୟ କରନ୍ତି ନାହିଁ। ସୋସିଆଲ ମିଡିଆରେ କାହାକୁ ଖରାପ ଭାଷାରେ ଗାଳି କରି କହିବା ଏ ସବୁ ସେ ମଧ୍ୟ ଜମାରୁ ପସନ୍ଦ କରନ୍ତି ନାହିଁ । ଏପରି କିଛି ଲୋକ ଆମ ସମାଜରେ ଅଛନ୍ତି । ରାଣୀ ପଣ୍ଡାଙ୍କୁ ଏପରି କିଛି କଟୁ ମନ୍ତବ୍ୟ ଦେଇ ରାଣୀଙ୍କୁ ବାଧିଲା ପରି କଥା  କହିଛନ୍ତି । ଯାହା ଦ୍ଵାରା ରାଣୀ ବାଧ୍ୟ ହୋଇ ସୋସିଆଲ ମିଡିଆରେ ଖରାପ ଭାଷାରେ ସେହି ଲୋକଙ୍କୁ ଭାଷା କହି ଗାଳି ଦିଅନ୍ତି ।

ଅନ୍ୟ କୌଣସି ଝିଅକୁ ଯଦି କେହି କିଛି ଖରାପ କଥା ଦେଖେଇ କହେ । ସେହି ଝିଅ ପଛରେ ତା’ ର ବାପା, ଭାଇ ବାହାରନ୍ତି । ହେଲେ ରାଣୀ ପଣ୍ଡାଙ୍କ ବାପା, ଭାଇ ଥିଲେ ତା’ ନିଜ ପାଇଁ ତାକୁ ଏକୁଟିଆ ଲଢିବାକୁ ପଡିନଥାନ୍ତା । ଯେହେତୁ ସେ ନିଜ ପାଇଁ ନିଜେ ମୁହଁ ଖୋଲି କହୁଛନ୍ତି । ସେ ସବୁ ଲୋକଙ୍କୁ ଖରାପ ଲାଗୁଛି । ହେଲେ ରାଣୀ ପଣ୍ଡା ଜଣେ ଖୋଲା ହୃଦୟର ଝିଅ ଟିଏ । ଯଦି କିଛି ଲୋକ କହୁଛନ୍ତି ରାଣୀ ପଣ୍ଡା ଲୋକଙ୍କୁ ସାହାଜ୍ଯ କରୁଛି ବୋଲି ଦେଖେଇ ହେଉଛି । ରାଣୀର ଅଛି ସେ ଲୋକଙ୍କୁ ସାହାଜ୍ଯ ପାଇଁ ଯଦି କିଛି ଦଉଛି ସେଥିରେ ଅନ୍ୟ ମାନଙ୍କର କଣ ଅସୁବିଧା ହେଉଛି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *