Ollywood ଅଭିନେତା Rai Mohan ଙ୍କୁ ଝୁରୁଛି ପୁରା ପରିବାର, କଣ କହୁଛନ୍ତି ଦୁଇ ଝିଅ, ଦେଖନ୍ତୁ Video 

ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ଘଟଣାକୁ ଦୁଇ ଦିନ ବୀତି ଲାଣି । ରାଇମୋହନ ଓଡିଆ ଫିଲ୍ମ ଜଗତ ଓ ଓଡିଆ ଯାତ୍ରା ଜଗତରେ ଜଣେ ବରିଷ୍ଠ ଅଭିନେତା ଥିଲେ । ସେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।ହେଲେ ଏବେ ବି ତାଙ୍କ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ତାଙ୍କର ପ୍ରିୟ ରାଇମୋହନ ପରିଡା ଆତ୍ମହତ୍ୟା କରିଲେ କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଇଗଲେ ।

ଆଉ ଏହାକୁ ସହଜରେ ବିଶ୍ଵାସ କରିପାରୁ ନାହାନ୍ତି ରାଇମୋହନଙ୍କୁ ଭଲ ପାଉଥିବା ଲୋକ ମାନେ । ଏନେଇ ମଞ୍ଚେଶ୍ଵର ଥାନା ପୋଲିସର ଚାରି ଜଣିଆ ମହିଳା ପୋଲିସ ଟିମ ରାଇମୋହନଙ୍କ ପ୍ରାଚୀ ବିହାର ସ୍ଥିତ ଘରକୁ ଯାଇ ତାଙ୍କ ଦୁଇ ଝିଅ, ପତ୍ନୀ ଓ ଜ୍ଵାଇଁଙ୍କ ସହ ପଚରା ଉଚରା କରିଛନ୍ତି । 4 ଘଣ୍ଟା କାଳ ପଚରା ଉଚରା କରି ପୋଲିସ ଅନେକ ତଥ୍ୟ ପାଇଛି ।

ଆଉ ଏହା ସହ ପୋଲିସ ସ୍ପର୍ଷ୍ଟ କରିଛି ଯେ, ତାଙ୍କର କୌଣସି ଆର୍ଥିକ ସମସ୍ୟା ନଥିଲା । ଆର୍ଥିକ ସମସ୍ୟା ପାଇଁ ସେ କୌଣସି ମାନସିକ ଚିନ୍ତାରେ ନଥିଲେ । ଆଉ ଏହା ମଧ୍ୟ ସ୍ପର୍ଷ୍ଟ ହୋଇଛି ଯେ, ସେ ଦୀର୍ଘ ଦିନ ଧରି ପାରିବାରିକ ବିବାଦକୁ ନେଇ ଅଶାନ୍ତି ରହୁଥିଲେ । ଆଉ ଏଇଥି ପାଇଁ ସେ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବାର ଚର୍ଚ୍ଚା ହେଉଛି ।

ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ଦୁଇ ଝିଅ ଓ ପତ୍ନୀ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି ଆଉ ସେମାନଙ୍କୁ ପରେ ପଚରା ଉଚରା କରାଯିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ବନ୍ଧୁଗଣ ରାଇମୋହନ ଯିବା ପରେ ତାଙ୍କ ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡିଛି । ତେଣୁ ତାଙ୍କ ପରିବାରକୁ ଭଗବାନ ଶକ୍ତି ଓ ସାହାସ ଦିଅନ୍ତୁ । ତେବେ ରାଇମୋହନଙ୍କ ଦୁଇ ଝିଅ ନିଜ ବାପାଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ଏବେ ସେମାନେ ଦିନ ରାତି କାନ୍ଦୁ ଛନ୍ତି । ଅନ୍ୟ ପଟେ ରାଇମୋହନଙ୍କ ପତ୍ନୀଙ୍କୁ ମଧ୍ୟ ଏକ ବଡ ଝଟକା ଲାଗିଛି ସେ ଏହି ଦୁଃଖ ସହ୍ୟ କରିପାରୁ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *