ବିମାନ ସହ ଖସିପଡିଥାନ୍ତେ ମୁଖ୍ୟମନ୍ତ୍ରୀ ! ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଲକ୍ଷନୌ ଯିବା ପାଇଁ ପ୍ରସ୍ତୁତ ହେଲା ହେଲିକ୍ୟାପ୍ଟର । ବିମାନ ରେ ବସିଥାନ୍ତି ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ହେଲିକ୍ୟାପ୍ଟର ଆରମ୍ଭ ହେବା କ୍ଷଣି ହଠାତ ଦେଖା ଦେଲା ବିପଦ । ବିମାନ ଟି ଏତେ ଜୋର ରେ ଦୋହଲିଲା ଯେ, ତଳକୁ ଖସି ପଡ଼ିବାର ବିପଦ ସୃଷ୍ଟି ହେଲା । ତେଣୁ ତାତ୍କ୍ଷଣାତ ହେଲିକପ୍ଟର କୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଇଲେ ପାଇଲଟ ଏବଂ ବଞ୍ଚିଗଲା ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କ ଜୀବନ ।

ଶନିବାର ଦିନ ବାରଣାସୀ ରେ କାଶୀ ବିଶ୍ଵନାଥ ଙ୍କୁ ଦର୍ଶନ ସାରି ଲକ୍ଷନୌ ଗ୍ରସ୍ତ ରେ ବାହାରି ଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ହେଲିକ୍ୟାପ୍ଟର ଯୋଗେ ଲକ୍ଷନୌ ଯିବାର ପ୍ରସ୍ତୁତି ମଧ୍ୟ ସମ୍ପୂର୍ଣ୍ଣ ରୂପରେ ସରିଥିଲା । ବିମାନ ଉଡ଼ିବା ଆରମ୍ଭ ହେବା ମାତ୍ରେ ଏକ ପକ୍ଷୀ ଆସି ବିମାନ ରେ ବାଡ଼େଇ ହୋଇଗଲା ।

ଏହା ପରେ ହେଲିକପ୍ଟର ଟି ଜୋର ମାତ୍ରାରେ ହଲିବାକୁ ଲାଗିଲା ଏବଂ ଏହା ନିୟନ୍ତ୍ରଣ ବାହାରକୁ ଚାଲିଗଲା । ଏହି କାରଣରୁ ହେଲିକ୍ୟାପ୍ଟର ଟି ଖସି ପଡ଼ିବାର ସମ୍ଭାବନା ସୃଷ୍ଟି ହେଲା । ଯେଉଁଥି ପାଇଁ ହେଲିକ୍ୟାପ୍ଟର କୁ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଲା । ଘଟଣା ଟି ସାମ୍ନା କୁ ଆସିବା ପରେ ଏହି ଖବର ସୋସିଆଲ ମିଡିଆ ରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଆଶ୍ଚର୍ଯ୍ୟ ଜନକ ଖବର ସମସ୍ତ ସୋସିଆଲ ମିଡିଆ ୟୁଜର୍ସ ଙ୍କୁ ଆଚମ୍ବିତ କରିଛି । ଉକ୍ତ ଭିଡିଓ ଟି ଦେଖିବା ପରେ ଏବଂ ସମ୍ପୂର୍ଣ୍ଣ ଖବର ସମ୍ବନ୍ଧରେ ଜାଣିବା ପରେ ୟୁପି ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କୁ ନେଇ ବେଶ ସହାନୁଭୂତି ଭରା ପୋଷ୍ଟ କରୁଛନ୍ତି ୟୁଜର୍ସ ।

କମେଣ୍ଟ ମାଧ୍ୟମରେ ତାଙ୍କ ଜୀବନ ବଞ୍ଚିଯାଇ ଥିବାରୁ ଭଗବାନ ଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଏବଂ କିଛି ଜଣ ୟୁଜର୍ସ ତାଙ୍କୁ ବେଷ୍ଟ ମୁଖ୍ୟମନ୍ତ୍ରୀ ବୋଲି ମଧ୍ୟ କହିଛନ୍ତି । ତେବେ ଆପଣ ମାନେ ମଧ୍ୟ ଏହି ଖବର ବିଷୟରେ ଅବଗତ ଥିବେ । ଏହି ସମ୍ବନ୍ଧରେ ଆପଣ ମାନଙ୍କ କଣ ମତାମତ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *