ଆପଣଙ୍କ ପିଲା ଦୁଷ୍ଟ ହେଉଛି କି ? ଯାହା ପଢିଲେ ମନେ ରହୁ ନାହିଁ ? ଆସନ୍ତୁ ଜାଣିବା ସ୍ମରଣ ଶକ୍ତି ବଢେଇବାର ଉପାୟ, ନିଶ୍ଚୟ ଦେଖନ୍ତୁ… 

ବନ୍ଧୁଗଣ ଆପଣଙ୍କ ପିଲା ଦୁଷ୍ଟ ହେଉଛି କି, ପାଠ ପଢିବାରେ ତାର ମନ ଲାଗୁନି କି, ଅବ 24 ଘଣ୍ଟା ମୋବାଇଲ ଧରି ଖେଳୁଛି କି ତା ହେଲେ ଚିନ୍ତା କରନ୍ତୁ ନାହିଁ । ଯଦି ଆପଣ ମାନେ ଚାହୁଁଛନ୍ତି ଆପଣଙ୍କ ପିଲାର ସ୍ମରଣ ଶକ୍ତି ବଢୁ ଆଉ ଆପଣଙ୍କ ପିଲା ଭଲ ପାଠ ପଢୁ ତା ହେଲେ ଏହି କାହାଣୀଟି ଭଲ ଭାବରେ ପଢି ଦିଅନ୍ତୁ । ଥରେ ଜଣେ ସାଧୁ ମହାତ୍ମା ଭିକ୍ଷା ମାଗିବା ପାଇଁ ଏକ ଗ୍ରାମ ଅଭିମୁଖେ ବାହାରିଲେ ।

ସାଧୁ ମାହାତ୍ମା ଗ୍ରାମ ଭିତରକୁ ପ୍ରବେଶ କରୁ କରୁ ଦେଖିଲେ ଜଣେ ବାପା ତାର ପୁଅକୁ ପିଟିବାରେ ଲାଗିଛି । ସାଧୁ ମହାତ୍ମା କହିଲେ ରୁହ ରୁହ କାହିଁକି ଛୋଟ ପିଲାକୁ ବାଡଉଛ । ବାପା କହିଲା, ପୁଅ ଯଦି ଅଯୋଗ୍ୟ ହୁଏ ତା ହେଲେ ଧନ ଛଞ୍ଚିବି କାହିଁକି ଆଉ ପୁଅ ଯଦି ଯୋଗ୍ୟ ହୁଏ ଧନ ଛଞ୍ଚିବି କାହିଁକି । ମୁଁ ଦିନ ରାତି ଖଟି ଖଟି ଏତେ ପଇସା ରୋଜଗାର କରୁଛି ଏହି ପୁଅ ପାଇଁ ।

ହେଲେ ମୋ ପୁଅ ଅମଣିଷ ହେଇଗଲା । ସାଧୁ ମହାତ୍ମା କହିଲେ କଣ ହେଇଗଲା ଏମିତି । ବାପ କହିଲା ଏ ବର୍ଷ ମଧ୍ୟ ଦଶମ ପରୀକ୍ଷାରେ ସେ ଅକୃତକାର୍ଯ୍ୟ ହୋଇଛି ଫେଲ ହେଇଛି । ଆର ବର୍ଷ ଫେଲ ହେଇଥିଲା ଏ ବର୍ଷ ଫେଲ ହେଲା ଘରେ ନା ମା କଥା ମାନୁଛି ନା ମୋ କଥା ମାନୁଛି 24 ଘଣ୍ଟା ମୋବାଇଲ ଧରି ଖେଳୁଛି । ସନ୍ଥ ମାହାତ୍ମା କହିଲେ ହେ ବାବୁ, ସବୁ ଗଛରେ ଔଷଧୀୟ ଗୁଣ ଅଛି କିନ୍ତୁ ଗୋଟେ ଲୋକ ଦରକାର ଯିଏ ସେ ଗଛକୁ ନେଇ ଔଷଧ ତିଆରି କରିପାରିବ ।

ସବୁ ପିଲା ଭଲ ମଣିଷ ହେଇପାରିବେ କିନ୍ତୁ ସେଥିପାଇଁ ଜଣେ ସଦଗୁରୁର ଆବଶ୍ୟକତା ଅଛି ତଥା ଜଣେ ଭଲ ଶିକ୍ଷକର ଆବଶ୍ୟକତା ଅଛି । ପିଲା ମାନେ ହେଲେ ଗୋଟେ ଗୋଟେ ମାଟି କାଦୁଅ ଆମେ ତାଙ୍କୁ ଯେମିତି ଗଢିବା ସେ ସେମିତି ଗଢି ହେବେ । ସେଥିପାଇଁ ଗୋଟେ ପରିବାରର ଦାୟିତ୍ଵ ଅଛି ପିଲାକୁ ସେମାନେ କେମିତି ଗଢିବେ ତାର ମେମୋରୀ ପାୱାର କେମିତି ବଢିବ ।


ବାବା ସେହି ପୁଅକୁ ପଚାରିଲେ, ତମେ ଯେତେବେଳେ ସିନେମା ଦେଖିବାକୁ ଯାଉଛ ସିନେମାଟି ତମର ମନେ ରହୁଛି ନା ନାହିଁ । ପୁଅ କହିଲା ହଁ ମନ ରହୁଛି । କାରଣ ସିନେମା ଦେଖିବା ବେଳେ ଆମେ ଆଉ କୌଣସି କଥା ଭାବି ନଥାଉ ଆମର ସଂପୂର୍ଣ୍ଣ ମନ ସିନେମାରେ କେନ୍ଦ୍ରୀଭୂତ ହୋଇ ଥାଏ । ହେଲେ ପାଠ ପଢିବା ସମୟରେ ଆମ ମନ କୁଆଡେ କୁଆଡେ ବୁଲେ ତାହା ଆପଣ ମାନେ ଜାଣିଥିବେ ।

ସାଧାରଣତଃ ପିଲା ମାନଙ୍କର ମନ ସବୁବେଳେ ବିଚଳିତ ଥାଏ ତେଣୁ ସେମାନେ ପାଠ ପଢାରେ ଅଧିକ ଧ୍ୟାନ ଦେଇ ପାରନ୍ତି ନାହିଁ । ପିଲା ମାନଙ୍କୁ ଆପଣ ଉଚିତ ଶିକ୍ଷା ଦିଅନ୍ତୁ । ମୋବାଇଲ ଫୋନ ଦିଅନ୍ତୁ ନାହିଁ । ପାଠ ପଢିବା ପୂର୍ବରୁ ସମସ୍ତ ପିଲା ଗାୟତ୍ରୀ ମନ୍ତ୍ର ପଢିବା ଉଚିତ ଏହା ଦ୍ଵାରା ମନ ପାଠ ପଢାରେ ଲାଗିଥାଏ । ଆଉ ସ୍ମରଣ ଶକ୍ତି ମଧ୍ୟ ବଢିଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *