Gita Gyana- ଏହି 5 ଟି ଅଭ୍ଯାସ ମଣିଷ ଜୀବନକୁ କରିଦିଏ ବର୍ବାଦ, କଣ ଆପଣ ଏମିତି କରୁଛନ୍ତି କି ?

ନମସ୍କାର ବନ୍ଧୁଗଣ ତେବେ ଆମର କୌଣସି ଅଭ୍ୟାସ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଆମ ଭାଗ୍ୟ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାଏ । ଆମ ଅଭ୍ୟାସ ଗୁଡିକ ଉତ୍ତମ ହୋଇଥିଲେ ଆମ ଜୀବନରେ ଏହାର ସକାରାତ୍ମକ ପ୍ରଭାବ ପଡିବା ସହିତ ଆପଣ ଅଧିକ ଉନ୍ନତି ଆଡକୁ ଗତି କରିବେ । ଏହାର ବିପରୀତ ମନ୍ଦ ଅଭ୍ୟାସ ଯୋଗୁଁ ଏହା ଆମ ଜୀବନରେ ମନ୍ଦ ପ୍ରଭାବ ପକାଇ ଥାଏ । ଆମକୁ ନିଜର ବ୍ୟସ୍ତବହୁଳ ଜୀବନରେ ପୂଜାପାଠ କରିବାକୁ ଆମକୁ ସମୟ ମିଳି ନଥାଏ ।

ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କେବଳ ସଚ୍ଚୋଟ ଆଚରଣ ଓ ଅଭ୍ୟାସ କଲେ ହିଁ ଭଗବାନ ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ସେହି ଅଭ୍ୟାସ ଗୁଡିକ ବିଷୟରେ ଆଲୋଚନା କରି ନେବା । ତେବେ ପ୍ରଥମ ରେ ହେଉଛି ଉପହାସ କରିବା । ତେବେ କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ସଫଳ ପରେ କିମ୍ବା ଜୀବନ ରେ ସଫଳତା ହାସଲ କରିବା ପରେ ଆଉ କାହାକୁ ଖାତିର କରନ୍ତି ନାହିଁ । ସେ ବଡ଼ ହେଉ କିମ୍ବା ଛୋଟ ସବୁ ଲୋକଙ୍କୁ ହୀନ ଦୃଷ୍ଟି ରେ ଦେଖନ୍ତି ଏବଂ ସେମାନଙ୍କୁ ଉପହାସ କରନ୍ତି ।

ତେବେ ଏହା ସମ୍ପୂର୍ଣ୍ଣ ଭୁଲ ତେବେ ଆପଣ ଙ୍କ ସାମ୍ନା ରେ ହଠାତ କେହି ଆପଣଂକ ଠାରୁ ସଫଳ ବ୍ୟକ୍ତି ମଧ୍ୟ ଆସି ଛିଡା ହୋଇଯିବ ଏବଂ ସେ ମଧ୍ୟ ଆପଣ ଙ୍କୁ ଉପହାସ କରିବ ତେଣୁ ଜୀଵନ ରେ କାହାକୁ ଉପହାସ କରିବା ଉଚିତ ନୁହେଁ । ଏହା ପରେ ହେଉଛି ଅହଂକାର । ତେବେ କୁହାଯାଏ କି ଅହଙ୍କାରୀ ବ୍ୟକ୍ତି ଙ୍କୁ ଭଗବାନ ବିଲକୁଲ ପସନ୍ଦ କରନ୍ତି ନାହିଁ ।

ତେବେ ଯେଉଁମାନେ ନିଜକୁ ବଡ଼ ବୋଲି ଭାବି ଏବଂ ଅନ୍ୟ କୁ ନୀଚ ଦେଖାଇ ଥାଆନ୍ତି ଏବଂ ଅହଂକାର ରେ ଭରି ହୋଇ ରହିଥାନ୍ତି ସେମାନେ ଜୀବନରେ କେବେବି ଉନ୍ନତି କରି ପାରନ୍ତି ନାହିଁ । ତୃତୀୟ ରେ ହେଉଛି ନିଜ ଗୁପ୍ତ କଥା କାହାକୁ ନ କହିବା । ତେବେ ଆପଣ ଜୀଵନ ରେ ସଫଳ ହେବାକୁ ଇଚ୍ଛା କରୁଥିଲେ ନିଜର ଗୁପ୍ତ କଥା କିମ୍ବା ନିଜର କିଛି ରହସ୍ୟ ରହିଥାଏ ତେବେ ତାକୁ କାହା ଆଗରେ ପ୍ରକଟ କରନ୍ତୁ ନାହିଁ ସେ ଯେତେ ନିଜର ମଧ୍ୟ ହେଉ କାରଣ କିଏ କେତେବେଳେ ପଲଟି ଯିବ ତାହା ଜଣା ନାହିଁ ।

ଏହା ସହ ସବୁବେଳେ ସତ୍ୟ ର ପଥ ଧରିବା ଏବଂ ସତ୍ୟ ର ସାମ୍ନା କରିବା ଉଚିତ । କାରଣ ଆପଣ ଜୀବନରେ ସତ କୁ ଲୁଚାଇ ମିଛ କହି ପାରିବେ କିନ୍ତୁ ଏହି ମିଛ ଆପଣଙ୍କୁ ଗୋଟିଏ ପରେ ଗୋଟିଏ ଆଉ ଏକ ମିଛ କହିବା ପାଇଁ ବାଧ୍ୟ କରିବ ତେବେ ଜୀଵନ ରେ ସଫଳ ହେବା ପାଇଁ ସତ୍ୟର ସାମ୍ନା କରିବା ନିହାତି ଆବଶ୍ୟକ ।

ତେବେ ଶେଷ ରେ ଭୟବିତ ହୋଇ ଚୁପ ରହିବା । ତେବେ ଯଦି ଆପଣଙ୍କ ସାମ୍ନା ରେ କିଛି ଭୁଲ ହେଉଛି ତେବେ ଯଦି ଆପଣ ତାହା ପାଇଁ ଛିଡା ନ ହୋଇ କିମ୍ବା ସବୁ ଜାଣି ଶୁଣି ଭୟରେ ଚୁପ ରହିଯିବେ ତେବେ ଏହା ଅନୁଚିତ ହେବ କାରଣ କାଲି ଆପଣଙ୍କ ସହ ମଧ୍ୟ ଏହା ହୋଇ ପାରେ । ତେଣୁ ସବୁବେଳେ ଭୁଲ ର ବରୋଧ କରନ୍ତୁ ଏବଂ ନିଜର ଚୁପ କୁ ଭାଙ୍ଗନ୍ତୁ ।

ତେବେ ଏହା ଉପରେ ଆପଣଙ୍କ ମତାମତ ନିଶ୍ଚିତ ଜଣାଇବେ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *