ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଏହି ବର୍ଷ ର ଆରମ୍ଭରୁ ଆମକୁ ଅନେକ ମହାନ ପୁରୁଷ ଙ୍କ ମୃତ୍ୟୁ ର ଖବର ଶୁଣିବାକୁ ମିଳୁଛି ଖାସ କରି ସିନେମା ଜଗତର କିଛି ଖାସ ଲୋକମାନେ ଯେଉଁମାନେ ନିଜ ଅଭିନୟ ର ଯାଦୁରେ ଲୋକମାନଙ୍କ ହୃଦୟ ରେ ରାଜ୍ କରନ୍ତି ସେମାନେ ନିଜ ଦେହ ତ୍ୟାଗ କରି ଆର ପାରିକୁ ଚାଲି ଯାଇଛନ୍ତି । ତେବେ ସେହି ଦୁଃଖ ସମ୍ପୂର୍ଣ୍ଣ ଭାବରେ ନଯାଇଥିବା ବେଳେ ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି ।
ତେବେ ପଶ୍ଚିମବଙ୍ଗର ଜଣାଶୁଣା ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା । କିଛି ଦିନ ହେଲା ଅଭିଷେକ ଅସୁସ୍ଥ ଥିଲେ । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏ ସମ୍ପର୍କରେ ଅଧିକ କିଛି ତଥ୍ୟ ମଧ୍ୟ ଆସି ନାହିଁ । ତେବେ ସୂଚନାଯୋଗ୍ୟ ଯେ ବିଗତ କିଛିଦିନ ହେଲା ଅଭିଷେକ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ।
ତେବେ ବେଙ୍ଗଲ ଚଳଚ୍ଚିତ୍ର ଦୁନିଆରେ ଅଭିଷେକ ୧୯୮୬ରେ କ୍ୟାରିଅର ଆରମ୍ଭ କରିଥିଲେ । ତୁରଣ ମଜୁମଦାରଙ୍କ ନିର୍ଦ୍ଦେଶିତ ପାଠଭୋଲା ସିନେମାରେ ସେ ପ୍ରଥମେ ଅଭିନୟ କରିଥିଲେ । ତେବେ ବେଙ୍ଗଲର ପ୍ରଖ୍ୟାତ କଳାକାର ସନ୍ଧ୍ୟା ରୟ, ପ୍ରସନ୍ନଜିତ ଚାଟାର୍ଜୀ, ତାପସ ପଲ ଏବଂ ଉତ୍ପଳ ଦତ୍ତଙ୍କ ସହ ସେ କାମ କରିଛନ୍ତି ।
ଅଭିଷେକଙ୍କ ଅଭିନୀତି ଅନ୍ୟତମ ଫିଲ୍ମ ମଧ୍ୟରେ ‘ଓରା ଚାର୍ଜନ, ତୁମି କୋତୋ ସୁନ୍ଦର, ସୁରେରେ ଆକାଶେ, ତୋଫାନ, ମର୍ଯ୍ୟାଦା, ଅମର ପ୍ରେମ, ପାପି, ଜୀବନ ପ୍ରଦୀପ, ପୁରୁଷୋତ୍ତମ ଆବିର୍ଭାଆବ, ଅର୍ଜୁନ ଆମର ନାମ ଏବଂ ସବୁଜ ସାଥୀ ଆଦି ରହିଛି । ଭେଟାରାନ କଳାକାର ଅଭିଷେକ ଟେଲିଭିଜନରେ ମଧ୍ୟ କାମ କରିଛନ୍ତି । ରାମକୃଷ୍ଣ ମିଶନ ଆଶ୍ରମରେ ଅଭିଷେକ ହାଇସ୍କୁଲରେ ପାଠ୍ୟକ୍ରମ ଶେଷ କରିଛନ୍ତି ।
ତେବେ ପରେ ସେ କୋଲକାତା ବିଶ୍ୱବିଦ୍ୟାଳୟ ଆନନଦ୍ରାମ ଜୟପୁରିଆ କଲେଜରେ ଅଧ୍ୟୟନ କରିଥିଲେ । ଅଭିଷେକଙ୍କ ଯାଦୁକରୀ ଅଭିନୟ ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁ ପାରିଥିଲା । ତାଙ୍କ ମୃତ୍ୟୁରେ ବେଙ୍ଗଲ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି ।
ତେବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ହେଲେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ସେ । ଅଭିଷେକଙ୍କ ଦେହାନ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି ।
ତେବେ ଆମେ ତାଙ୍କର ପବିତ୍ର ଆତ୍ମା ର ଶାନ୍ତି ପାଇଁ ଭଗବାନ ଙ୍କ ନିକଟରେ ପାର୍ଥନା କରୁଛୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।