ହସି ହସି ଶପଥ ନେଲେ ନବୀନ ! ହଁ ଆଜ୍ଞା ସୂଚନା ମୁତାବିକ ଏବେ ହସି ହସି ନିଜ ନୂଆ ଦାୟିତ୍ଵକୁ ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ନବୀନ ପଟ୍ଟନାୟକ । ଏବେ ନୂଆ ଭୂମିକାରେ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିବ । ଯେଉଁଥିରେ ତାଙ୍କୁ ଆଗରୁ କେବେ ମଧ୍ୟ ଦେଖିବାକୁ ମିଳିନଥିଲା । ସାରା ରାଜ୍ୟ ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ 24 ବର୍ଷ ଧରି ଦେଖି ଆସୁଥିଲା । ଆଜି ସେହି ବ୍ୟକ୍ତି ପ୍ରଥମ ଥର ପାଇଁ ବିରୋଦ୍ଧି ଆସନରେ ବସିବାକୁ ଯାଉଛନ୍ତି ।
କାରଣ ଦୀର୍ଘ ବର୍ଷ ଧରି ଓଡିଶାରେ ବିଜୁ ଜନତା ଦଳ ସରକାର ଗଠନ କରିଆସୁଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ 24 ବର୍ଷ ଧରି ନବୀନ ପଟ୍ଟନାୟକ ରହିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନବୀନ ଏବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟି ଯାଇଛନ୍ତି । ତେବେ ନବୀନ ବାବୁଙ୍କୁ ଏବେ କିନ୍ତୁ ଏକ ନୂଆ ରୋଲ୍ ରେ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ବିଧାନସଭାରେ ତାଙ୍କୁ ବିରୋଦ୍ଧି ଆସନରେ ବସିବାର ଦେଖିବାକୁ ମିଳିବ ।
ତେବେ ଚଳିତ ବର୍ଷ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ହାରିଯାଇଥିଲେ ମଧ୍ୟ ଏହି ହାର ଦେଖି ନିଜକୁ ହାରିବାକୁ ଦେଇନାହାନ୍ତି ନବୀନ ପଟ୍ଟନାୟକ । ଓଡିଶାବାସୀଙ୍କ ସାଥିରେ ସେ ସବୁବେଳେ ଥିଲେ ଏବଂ ଆଗକୁ ମଧ୍ୟ ଏହିଭଳି ଭାବେ ରହି କାମ କରିଚାଲୁଥିବେ ବୋଲି ସେ ଜଣାଇଥିଲେ । ବିଜେଡିର ହାରରେ ଅନ୍ୟ ନେତା ମାନେ ହୁଏତ ବ୍ୟତିବ୍ରେସ୍ତ ହୋଇଯାଇଥିଲେ । ହେଲେ ଏହାକୁ ନେଇ ନବୀନ ବାବୁ କେବେବି ନିଜକୁ ହାରିବାକୁ ଦେଇନାହାନ୍ତି ।
ବଂର ନିଜ ହାରକୁ ସେ ସମ୍ମାନର ସହ ସ୍ଵୀକାର କରି ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ବିଜୁ ଜନତା ଦଳକୁ ସେ ପୁଣି ଥରେ ଗଢି ତୋଳି ଠିଆ କରିବାରେ ଲାଗି ପଡିଛନ୍ତି । ଏବେ ହୁଏତ ନବୀନ ବାବୁ ରାଜ୍ୟ ସରକାରର କ୍ଷମତାରେ ନାହାନ୍ତି । ହେଲେ କ୍ଷମତା ବାହାରେ ରହି ମଧ୍ୟ କ୍ଷମତାସୀନ ଦଳର ବିରୋଦ୍ଧି ଆସନରେ ବସି କଡା ଟକ୍କର ଦେବାକୁ ଯାଉଛନ୍ତି । ତେବେ ତାଙ୍କର ଏହି ନୂଆ ଭୂମିକାକୁ ତୁଲାଇବା ପାଇଁ ହସି ହସି ବିଧାନସଭାରେ ଆସି ପହଞ୍ଚିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ନବୀନ ପଟ୍ଟନାୟକ । ବିଧାୟକ ଭାବେ ବିଧାନସଭାରେ ସେ ଶପଥ ମଧ୍ୟ ନେଇଥିଲେ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।