ପୁତୁରା ବାହାଘରକୁ କ’ଣ ପାଇଁ ଗଲେ ନାହିଁ ନବୀନ ? ହଁ ଆଜ୍ଞା ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ବିବାହ ହୋଇଛି। ଯେଉଁ ବିବାହରେ ପରିବାରର ସମସ୍ତେ ପହଞ୍ଚି ନବ ଦପତ୍ତିଙ୍କୁ ଆଶ୍ରୀବାଦ ଦେଇଥିଲେ । ହେଲେ କଣ ପାଇଁ ନିଜ ପୁତୁରାର ବିବାହକୁ ଗଲେ ନାହିଁ ନବୀନ ? ପୁତୁରା ନିମନ୍ତ୍ରଣ କରିଥିଲେ ସୁଧା କଣ ପାଇଁ ବାହାଘରକୁ ଯାଇପାରିଲେ ନାହିଁ ନବୀନ ?
ତେବେ ପୁତୁରା ଅରୁଣର ବିବାହକୁ କାହିଁକି ଯାଇପାରିଅଥିଲେ ନବୀନ ପଟ୍ଟନାୟକ ତାହାର କାରଣ କିଛି ଏମିତି ବୋଲି ଜଣା ପଡିଛି । ଯେଉଁ ସବୁ କାରଣ ଯୋଗୁ ନିଜ ପୁତୁରାର ବିବାହ ଉତ୍ସବକୁ ନବୀନ ପଟ୍ଟନାୟକ ଯାଇପାରିନଥିଲେ । କିଛି ଦିନ ପୂର୍ବରୁ ଅରୁଣ ନବୀନ ପଟ୍ଟନାୟକଙ୍କ ନିବାସକୁ ଆସିଥିଲେ । ଅରୁଣ ବୋଧ ହୁଏ ଓଡିଶା ରାଜନୀତିରେ ସାମିଲ ହେବାକୁ ଆସିଛନ୍ତି ବୋଲି ଲୋକେ ଭାବୁଥିଲେ । ହେଲେ ଅରୁଣ ନିଜ ବିବାହ ପାଇଁ ନିଜ ଦାଦା ନବୀନଙ୍କୁ ନିମନ୍ତ୍ରଣ ଦେବା ଏପାଇଁ ନବୀନ ନିବାସ ଆସିଥିଲେ ।
ହେଲେ କିଛି କାରଣ ବଶତଃ ନବୀନ ତାଙ୍କ ପୁତୁରାର ନିମନ୍ତ୍ରଣ ରକ୍ଷା କରି ବିବାହରେ ସାମିଲ ହୋଇପାରିନଥିଲେ । ଅରୁଣ ପଟ୍ଟନାୟକ ଅର୍ଥାତ ନବୀନଙ୍କ ପୁତୁରା ଗତ 11 ତାରିଖରୁ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ବିବାହ ପରେ ଅରୁଣ ସୋସିଆଲ ମିଡିଆରେ ନିଜ ବିବାହ ଫୋଟକୁ ଅରୁଣ ଶେୟାର କରିଛନ୍ତି । ତେବେ ଓଡିଶାରେ ଏବେ ବିଜେଡିର ରାଜନୈତିକ ମାହୋଲ ଠିକ ନାହିଁ । ଏହାରି ଭିତରେ ନବୀନ ପଟ୍ଟନାୟକଙ୍କ ବିଧାନସଭାରେ ଶପଥ ଗ୍ରହଣ ଉତ୍ସବ ମଧ୍ୟ ଥିଲା ।
ଅରୁଣ ଯଦି ପାଖାପାଖି କେଉଁଠାରେ ବିବାହ କରିଥାନ୍ତେ ହୁଏତ ନବୀନ ପତ୍ତନୟକ ନିଜ ପୁତୁରା ବିବାହରେ ସାମିଲ ହୋଇପାରିଥାନ୍ତେ । ହେଲେ ଅରୁଣ ନେଦରଲାଣ୍ଡରେ ବିବାହ କରିଛନ୍ତି । ଏତେ ଦୂର ହୁଏତ ନବୀନ ପଟ୍ଟନାୟକଙ୍କ ପକ୍ଷେ ସମ୍ଭବ ହୋଇନଥିବ । ଯଦିଓ ନବୀନ ବିବାହକୁ ଯାଇଥାନ୍ତେ । ତେବେ ଶପଥ ଗ୍ରହଣ ଉତ୍ସବରେ ସେ ଆସି ଠିକ ସମୟରେ ପହଞ୍ଚି ପାରିନଥାନ୍ତେ ।
ତେବେ ଏହି କାରଣ ଯୋଗୁ ନବୀନ ପଟ୍ଟନାୟକ ନିଜ ପୁତୁରା ଅରୁଣ ପଟ୍ଟନାୟକଙ୍କ ବିବାହ ଉତ୍ସବରେ ସାମିଲ ହୋଇପାରିନଥିଲେ ବୋଲି ଏବେ ଚର୍ଚା ହେଉଛି । ତେବେ ନବୀନ ପଟ୍ଟନାୟକ ଅରୁଣଙ୍କୁ ବହୁତ ଭଲ ପାଉଥିବାରୁ ଘରେ ରହି ନିଜ ପୁତୁରାଙ୍କୁ ଆଶ୍ରୀବାଦ ଦେଇଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।