ବନ୍ଧୁଗଣ ଯେକୌଣସି ବ୍ୟକ୍ତି ହୁଅନ୍ତୁ ବା କୌଣସି ଜିନିଷ ବା କୌଣସି ସ୍ଥାନ ସମସ୍ତଙ୍କ ପରିଚୟ ନାମରୁ ହୋଇଥାଏ । ଏଥିରୁ ଭାବି ପାରୁଥିବେ ନାମର ଗୁରୁତ୍ଵ ଆମ ଜୀବନରେ କେତେ ଅଧିକ ରହିଛି । ହେଲେ ବନ୍ଧୁଗଣ ଯଦି ଆପଣଙ୍କୁ ନିଜ ଗାଁର ନାମ ନେବାକୁ ଲଜ୍ଜା ଅନୁଭବ ହେଉଥିବ ତା ହେଲେ ଆପଣ କଣ କରିବେ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁ ଗାଁର ନାମକକୁ ନେଇ ଗ୍ରାମବାସୀ ମାନେ ଲଜ୍ଜା ଅନୁଭବ କରନ୍ତି ।
ଏହି ଗାଁର ଲୋକ ମାନେ ନିଜ ଗାଁର ନାମ କହିବାକୁ ଲଜ୍ଜା କରନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଗାଁ ବିଷୟରେ କହିବାକୁ ଯାଉଛୁ ସେହି ଗାଁର ନାମ ହେଉଛି ଫ୍ୟୁକ(Fucke) । ଏହି ଗାଁ ନାମର ଆରମ୍ଭର ଚାରୋଟି ଅକ୍ଷର ଏକ ଇଂରାଜୀ ଗାଳି ସହ ମିଶୁଛି ।
ଯଦି ଏହାର ହିନ୍ଦୁ ଅନୁବାଦ କରିବା ତେବେ ଏହାର ଅର୍ଥ ଶାରୀରିକ ସମ୍ପର୍କ ସହ ମିଶି ଥାଏ । ତେବେ ବନ୍ଧୁଗଣ ଏହି ଗାଁର ନାମ ଇଂରାଜୀରେ ଏକ ଅଶ୍ଳୀଳ ଭାଷା ହେବା ହେତୁ ଗାଁ ଲୋକଙ୍କ ମତରେ ତାଙ୍କ ଗାଁର ନାମ ପାଇଁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବି ଗ୍ରାମବାସୀ ନିଜ ଗାଁ ନାମ ଲେଖି ପାରନ୍ତି ନାହିଁ ।
ତେବେ ଏହି ଗାଁଟି ସ୍ଵିଡେନରେ ଅଛି ସୋସିଆଲ ମିଡିଆ ଏଭଳି ଅଶ୍ଳୀଳ ଭାଷାର ପ୍ରୟୋଗକୁ ଗ୍ରହଣ କରି ନଥାଏ । ତେବେ ବର୍ତ୍ତମାନ ଏହି ଗାଁ ଲୋକ ମାନେ ନିଜ ଗାଁର ନାମ ବଦଳାଇବା ପାଇଁ ଚେଷ୍ଟା କରିଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଗ୍ରାମବାସୀ ମାନେ ନିଜ ଗାଁକୁ ଡାଲସ୍ରୋ ନାମରେ ପରିବର୍ତ୍ତନ କରିବାକୁ ଚାହୁଁ ଛନ୍ତି । ତେବେ ଗ୍ରାମର ନାମ ବଦଳାଇବା ପାଇଁ ନାସନାଲ ଲାଣ୍ଡ ସର୍ଭେ ବିଭାଗ ଏହାର ଦାୟିତ୍ଵ ନେବେ ।
ହେଲେ ପୂର୍ବରୁ ଏହି ବିଭାଗ ଗ୍ରାମର ନାମ ବଦଳାଇବା ପାଇଁ ମନା କରିଥିଲେ । ବିଭାଗ କହିଥିଲା ଏହି ଗାଁର ନାମ ଐତିହାସିକ ଅଟେ ତେଣୁ ଏହାକୁ ବଦଳାଇବା ଉଚିତ ନୁହେଁ । ଏହା ପରେ ଏହି ଗ୍ରାମବାସୀ ମାନେ ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।