ନିଜ ପ୍ରତିଭା ଦ୍ଵାରା ନାତୁଣୀ ଜେଜେ ମା’ଙ୍କୁ କରିଦେଲା ପୁନର୍ଜୀବିତ, ଆଉ ତା’ପରେ ଯାହା ହେଲା ଦେଖି କି ଲୋକଙ୍କ ହୋସ ଉଡିଗଲା…ଦେଖନ୍ତୁ Video

ବନ୍ଧୁଗଣ ସେହି ଲୋକ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯେଉଁ ମାନଙ୍କୁ ତାଙ୍କ ଘରେ ଜେଜେ ମାଙ୍କ ଭଲ ପାଇବା ମିଳିଥାଏ । ଜେଜେ ବାପା ଓ ଜେଜେ ମାଙ୍କ ପ୍ରେମରେ ବଡ ହେବା ଏକ ଭିନ୍ନ ଅନୁଭବ ଅଟେ । ଖାସ କରି ଜେଜେ ମା ନିଜ ନାତି ନାତୁଣୀ ମାନଙ୍କୁ ବହୁତ ସ୍ନେହ ଓ ଆଦରର ସହ ବଡ କରିଥାନ୍ତି । ହେଲେ ଅଧିକ ବୟସ ହେତୁ ସେ ବହୁତ କମ ସମୟ ନିଜ ନାତି ନାତୁଣୀଙ୍କ ସହ ରହିଥାନ୍ତି ।

ଏହାରି ମଧ୍ୟରେ ଆଜି ଆମେ ଆପଣ ମାନଙ୍କୁ ଏକ ନାତୁଣୀ ବିଷୟରେ କହିବାକୁ ଯାଉଛୁ ଯାହାର ଜେଜେ ମାଙ୍କ ଦେହାନ୍ତକୁ 3 ବର୍ଷ ହେବା ପରେ ସେ ନିଜ ଜେଜେ ମାଙ୍କୁ ପୁନର୍ଜୀବିତ କରିଛନ୍ତି । ବନ୍ଧୁଗଣ ପ୍ରିୟଙ୍କା ପନବାର ଜଣେ ମେକ ଅପ୍ ଆରଟିଷ୍ଟ ଅଟନ୍ତି । ସେ ନିଜ ଦିବଙ୍ଗତ ଜେଜେ ମାଙ୍କୁ ବହୁତ ଭଲ ପାନ୍ତି ଆଉ ତାଙ୍କ ଜେଜେ ମା ମଧ୍ୟ ନିଜ ନାତୁଣୀକୁ ବହୁତ ସ୍ନେହ କରୁଥିଲେ । ଆଜି ପ୍ରିୟଙ୍କା ନିଜ ଜେଜେ ମାଙ୍କୁ ବହୁତ ମନେ ପକାଉଛନ୍ତି ।

ଏମିତିରେ ସେ ନିଜ ଜେଜେ ମାଙ୍କୁ ଏକ ଖାସ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ ମେକ୍ ଅପ୍ ମାଧ୍ୟମରେ ନିଜ ଲୁକ୍ ବଦଳାଇ ନିଜ ଜେଜେ ମାଙ୍କ ଲୁକ୍ ନେଇଗଲେ । ସେ ଅବିକଳ ନିଜ ଜେଜେ ମାଙ୍କ ଭଳି ଦେଖା ଯାଉଥିଲେ । ତାଙ୍କର ଏହି ଟ୍ୟାଲେନ୍ଟକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ନିଜ ଟ୍ରାନ୍ସଫର୍ମିଶନ ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ ।

 

ଏହି ଭିଡିଓ ସେୟାର କରିବା ସହ ସେ ଏକ ଭାବୁକ ନୋଟ ମଧ୍ୟ ଲେଖିଥିଲେ । ସେ ଲେଖିଥିଲେ-‘ମା ଏଇଟା କେବଳ ଆପଣଙ୍କ ପାଇଁ । 3 ବର୍ଷ ହେଇଗଲା, ସେ ଆମ ସହ ନାହାନ୍ତି । ହେଲେ ମୁଁ ସବୁଦିନ ତାଙ୍କୁ ମନେ ପକାଉଛି । ଯେତେବେଳେ ମୁଁ କାମକୁ ଯାଉଥିଲି ତାଙ୍କ ଠାରୁ ଗେଲ ହେଇ ଯାଉଥିଲି । ଯେଉଁ ଦିନ ସେ ଆମକୁ ଛାଡି ଚାଲିଗଲେ ସେଦିନ ସକାଳେ ମୁଁ କାମ ପାଇଁ ଶୀଘ୍ର ଶୀଘ୍ରରେ ଥିଲି ।

ସେଦିନ ମୁଁ କାମ ପାଇଁ ତାଙ୍କୁ ହଗ୍ ବି କରିପାରି ନଥିଲି । ସେ ମୋତେ କହିଥିଲେ, ଝିଅ ଆସେ ମୋ ପାଖକୁ ହେଲେ ମୁଁ ତାଙ୍କୁ କହିଥିଲି ମା ମୁଁ କାମ ପାଇଁ ଲେଟ ହେଉଛି । ଏହା ପରେ ମୁଁ ଚାଲିଗଲି । ହେଲେ ଏହାର ପଶ୍ଚାତାପ ମୁଁ ଆଜି ବି କରୁଛି ଯେ ସେଦିନ ମୁଁ ତାଙ୍କ ସହ କାହିଁକି ମିଶିଲି ନାହିଁ । ଏକ ଜଏଣ୍ଟ ପରିବାରରେ ବଡ ହେବା କୌଣସି ବରଦାନ ଠାରୁ କମ ନୁହେଁ ।

ଆପଣଙ୍କୁ ନିଜ ଜେଜେ ବାପା ଓ ଜେଜେ ମାଙ୍କ ସହ ସମୟ ଅତିବାହିତ କରିବାର ମଉକା ମିଳିବ । ମୋ ଜୀବନର ସବୁଠାରୁ ସୁନ୍ଦର ସ୍ମୃତି ତାଙ୍କ ସହ ଥିଲା । ଆଉ ସେ ସମସ୍ତ ସ୍ମୃତିକୁ ମୁଁ ଜୀବନ ସାରା ସମ୍ଭାଳି ରଖିବି । ଆପଣ ସବୁଠାରୁ ଦୟାଳୁ ଓ ବଡ ମନ ଥିବା ମଣିଷ ଥିଲେ । ସବୁବେଳେ ମୁଁ ତମକୁ ମିସ କରିବି ମୁଁ ତମକୁ ବହୁତ ଭଲ ପାଏ ମା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *