ବିଜେଡିକୁ ମିଳିଲା ନୂଆ ଉତ୍ତରାଧିକାରୀ ! ଚଳିତ ବର୍ଷ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପ୍ରଥମ ଥର ପାଇଁ ପରାଜୟର ସ୍ଵାଦ ଚାଖିଛି । ଓଡିଶାରେ ଥିବା ବହୁ ଚର୍ଚିତ ବିଜେଡି ଦଳର ଦୁର୍ଗ ଭାଙ୍ଗିଯାଇଛି । ବିଜେଡି ଦଳକୁ ମୋଟ 51 ଟି ବିଧାନସଭା ଆସନ ମିଳିଛି । ଏଥିସହ ଲୋକସଭା ଆସନରେ ବିଜେଡି ଚରମ ବିଜର୍ଜ୍ୟୟ ଭୋଗିଛି । ଗୋଟିଏ ବି ଲୋକସଭା ଆସନରୁ ସଫଳତା ପାଇପାରି ନାହିଁ ବିଜେଡି । ଏପରିକି ଦୁଇଟି ସ୍ଥାନରୁ ଲଢିଥିବା ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଗୋଟିଏ ଆସନରୁ ବିଜୟ ମିଳିପାରିଛି ।
ଦୀର୍ଘ 24 ବର୍ଷ ଧରି ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ବିଜେଡିର ପ୍ରତିଷ୍ଠା ଦିନ ଠାରୁ ନବୀନ ପଟ୍ଟନାୟକ ଦଳର ସଭାପତି ରହିଆସିଛନ୍ତି । ତାଙ୍କର ନେତୃତ୍ଵରେ ଆଜି ପର୍ଯ୍ୟନ୍ତ ଦଳ ଚାଲିଛି । ହେଲେ ପ୍ରଥମ ଥର ପାଇଁ ଚଳିତ ବର୍ଷ ବିଜେଡିକୁ ସାଧାରଣ ନିର୍ବାଚନରେ ଖରାପ ପରିମାଣ ଦେଖିବାକୁ ମିଳିଛି । ତେବେ ବିଜେଡିର ଏହି ଶୋଚନୀୟ ପରାଜୟ ପାଇଁ ନବୀନଙ୍କର ବହୁ ସମୟ ପାଇଁ ନିଷ୍କ୍ରିୟତା ଓ ଦଳରେ ଭିକେ ପାଣ୍ଡିୟାନଙ୍କର ଅଧିକ ସକ୍ରିୟତା ପାଇଁ ଏହା ଘଟିଛି ବୋଲି ଚର୍ଚା ହେଉଛି ।
କାରଣ ଓଡିଶାବାସୀ ପାଣ୍ଡିୟାନଙ୍କୁ ବିଜେଡିର କ୍ଷମତାକେନ୍ଦ୍ର ଭାବେ ଦେଖିବାକୁ ଚାହୁଁନାହାନ୍ତି ବୋଲି ନିର୍ବାଚନ ଫଳାଫଳରେ ସ୍ପଷ୍ଠ ଭାବେ ଜଣା ପଡିଯାଇଛି । ତେବେ ବର୍ତ୍ତମାନ ନବୀନଙ୍କର ଉତ୍ତରାଧିକାରୀ ଆଗାମୀ ସମୟରେ କିଏ ହେବ ବୋଲି ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି । କାରଣ ବୟସ ଅଧିକ ଯୋଗୁ ନବୀନ ପଟ୍ଟନାୟକ ଦଳରେ ଅଧିକ ସମୟ ସକ୍ରିୟ ହୋଇ ସଭାପତି କାର୍ଯ୍ୟ ନିର୍ବାହ କରିପାରିବେ ନାହିଁ ବୋଲି ଲୋକେ ଅନୁଭବ କରୁଛନ୍ତି ।
ତେବେ ଏହି ସମୟରେ ଅରୁଣ ପଟ୍ଟନାୟକଙ୍କର ଫ୍ୟାନ କ୍ଲବ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଦେଖିବାକୁ ମିଳୁଛି । ନବୀନଙ୍କର ପୁତୁରା ହେଉଛନ୍ତି ଅରୁଣ ପଟ୍ଟନାୟକ । ଅର୍ଥାତ ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ । ତେବେ ଏହାରି ଭିତରେ ଅରୁଣଙ୍କର ଫ୍ୟାନ କ୍ଲବରେ ଅଧିକ ଲୋକ ଧୀରେ ଧୀରେ ଯୋଡି ହେବାରେ ଲାଗିଛନ୍ତି । ଓଡିଶାବାସୀ ଅରୁଣ ପଟ୍ଟନାୟକଙ୍କୁ ବହୁ ମାତ୍ରାରେ ସମର୍ଥନ ମଧ୍ୟ କରୁଛନ୍ତି । ତେବେ ବିଜେଡିର ଉତ୍ତରାଧିକାରୀ କିଏ ଆଗକୁ ହେବ ତାହା ଦେଖିବାକୁ ଅପେକ୍ଷା ରହିଲା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।