BJD ହାରିବାର ପ୍ରମୁଖ କାରଣ | Naveen Patnaik | Odisha Election Result ।

ବିଜେଡି ପାଇଁ କାଳ ହେଲା ମିଶନ ଶକ୍ତି ! ଖବର ମୁତାବିକ ବିଜୁ ଜନତା ଦଳ ପାଇଁ କାହିଁକି ଫେଲ୍ ମାରିଲା ମହିଳା ମିଶନ ଶକ୍ତି । ତେବେ ବିଜେଡିର ଭୋଟ ବ୍ଯାଙ୍କ କୁହାଯାଉଥିବା ମିଶନ ଶକ୍ତି ତାହା କାହିଁକି ଫେଲ୍ ମାରିଲା ? ବିଜେଡିର ଏଭଳି ଶୋଚନୀୟ ପରାଜୟ କିପରି ହେଲା ? ତାହାକୁ ନେଇ ଅନେକ କିଛି ଚର୍ଚା ଲାଗି ରହିଥିବା ବେଳେ ମିଶନ ଶକ୍ତି ଉପରେ ମଧ୍ୟ ବର୍ତ୍ତମାନ ଆଙ୍ଗୁଠି ଉଠିଛି ।

କାରଣ ବିଜୁ ଜନତା ଦଳ ପାଇଁ ଭୋଟ ବ୍ଯାଙ୍କ ବୋଲାଉଥିବା ମିଶନ ଶକ୍ତି କଣ ନିର୍ବାଚନ ସମୟରେ ଠିକ ଭାବେ କାର୍ଯ୍ୟ ନିର୍ବାହ କରିପାରିନଥିଲେ ? ତେବେ କାହିଁକି ଫେଲ୍ ମାରିଲା ବିଜେଡିର ମିଶନ ଶକ୍ତି ଏ ନେଇ ଆସନ୍ତୁ ରିପୋର୍ଟରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା । ଓଡିଶାରେ ଭୋଟ ପୂର୍ବରୁ ମିଶନ ଶକ୍ତି ସଚିବ ପଦରୁ ସୁଜାତା କାର୍ତ୍ତିକେୟନଙ୍କୁ ହଟାଯାଇଥିଲା । ଏହାଛଡା ସ୍କୁଟି ସ୍କିମକୁ ନେଇ ମିଶନ ଶକ୍ତି ମହିଳା ମାନଙ୍କ ମଧ୍ୟରେ ଫାଟ ଦେଖାଦେଇଥିଲା ।

କିଛି ମିଶନ ଶକ୍ତି ମହିଳା ମାନଙ୍କ ଦ୍ଵାରା ଟଙ୍କା ବଣ୍ଟା ହେଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ଏହିଭଳି କିଛି ପ୍ରମୁଖ କାରଣ ଏବଂ ଅନ୍ୟାନ୍ୟ କିଛି କାରଣକୁ ଆଧାର କରି ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶ କ୍ରମେ ମିଶନ ଶକ୍ତି ସଚିବଙ୍କୁ ହଟା ଯାଇଥିଲା । ଏହାଛଡା ଠିକ ନିର୍ବାଚନ ବେଳେ ଦଳ ପାଇଁ କାମ ସଠିକ ଭାବେ କରିପାରିଲେ ନାହିଁ ମିଶନ ଶକ୍ତି ମହିଳା । କାରଣ ନିର୍ବାଚନ ସମୟରେ ମିଶନ ଶକ୍ତି ମହିଳା ମାନେ ଗାଁ ଗାଁ ଘର ଘର ବୁଲି ମହିଳା ମାନଙ୍କୁ ଏକତ୍ରିତ କରି ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ କହିଥାନ୍ତି ।

ହେଲେ ଠିକ ନିର୍ବାଚନ ସମୟରେ ମିଶନ ଶକ୍ତିର ମହିଳା ମାନଙ୍କୁ ଦିଆଯାଇଥିବା ଦାୟିତ୍ଵକୁ ସେ ତୁଲାଇ ପାରିନଥିଲେ । ଯେଉଁ କାରଣରୁ ବିଜେଡିର ଭୋଟ ବ୍ଯାଙ୍କ କୁହାଯାଉଥିବା ମିଶନ ଶକ୍ତି ବିଜେଡିର ନିର୍ବାଚନ ସମୟରେ ଫେଲ୍ ମାରିଛନ୍ତି ବୋଲି କୁହାଯାଉଛି । ତେବେ କିଛି ମିଶନ ଶକ୍ତି ମହିଳାଙ୍କ ଦ୍ଵାରା ଟଙ୍କା ବଣ୍ଟା ହେବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଏହାଦ୍ବାରା ଭୟଭୀତ ହୋଇ ମିଶନ ଶକ୍ତି ମହିଳା ମାନେ ନିର୍ବାଚନରେ ସକ୍ରିୟ ଭାଗ ନେଇପାରିନଥିଲେ ।

ଯାହା ଯୋଗୁ ବିଜେଡି ପାଇଁ ମହିଳା ଗୃପର ଯେଉଁ କାର୍ଯ୍ୟ ଥାଏ ତାହାକୁ ସେମାନେ ଠିକରେ କରିପାରିନଥିଲେ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *