‘ମୁଁ ହେବି ହିରୋ, କରିବି ଖେଳ…’ ମ୍ୟୁଜିକ ଆଲବମ ରେ ଅଭିନୟ କରି ବହୁ ଚର୍ଚ୍ଚିତ Tunguru Bhola, ସେ ଯାହା କହିଲେ ଶୁଣିଲେ ହସି ହସି ଗଡିଯିବେ…ଦେଖନ୍ତୁ Video

ବନ୍ଧୁଗଣ ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଟୁଙ୍ଗୁରୁଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରେମ ପାଇଁ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଇଥିବା ବର୍ଷା ଏବେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ ।

ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ । ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ଟୁଙ୍ଗୁରୁ ଅନ୍ୟ ଏକ ମହିଳାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ସେଥିପାଇଁ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଟୁଙ୍ଗୁରୁ ଭୋଳ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ଖବର ବିଷୟରେ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଟୁଙ୍ଗୁରୁ ଗଣମାଧ୍ୟମ ସାମ୍ନାକୁ ଆସି ସମସ୍ତ ଦୋଷ ବର୍ଷାଙ୍କୁ ଦେଇଥିଲେ । ଏବେ ତ ଟୁଙ୍ଗୁରୁ ସାରା ଓଡିଶାରେ ପପୁଲାର ହୋଇଯାଇଛନ୍ତି ତାଙ୍କ ନାମରେ ଗୀତ ବି ବାହାରିଛି । ବନ୍ଧୁଗଣ ଟୁଙ୍ଗୁରୁ ଏବେ ଆଲବମ ଭିଡିଓରେ କାମ କରିବାକୁ ଯାଉଛନ୍ତି । ଆସନ୍ତା କାଲି ଠାରୁ ସୁଟିଙ୍ଗ ଆରମ୍ଭ ହେବ । ତେବେ ଟୁଙ୍ଗୁରୁ ଏବେ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘ଏବେ ତ ମାରକେଟକୁ ଓଲହାଇଲା ଟୁଙ୍ଗୁରୁ ଭୋଳ ଆଉ ।

ଏଥର ଖେଳ କରିବ ଆଉ ମାରକେଟକୁ ଘାଣ୍ଟିବ ଟୁଙ୍ଗୁରୁ ଭୋଳ । କାଲି ଠାରୁ ଗୋଟେ ଗୀତରେ ମୋର ସୁଟିଙ୍ଗ ଆରମ୍ଭ ହେବ । ମୁଁ କାଲି ହିରୋ ଆକଟିଂ କରିବାକୁ ଯିବି ବୋଲି ମୁଁ ବହୁତ ଖୁସି ବି ଅଛି । ଡାଇରେକ୍ଟର ସାର ଆଉ ସମସ୍ତେ ମୋତେ ପସନ୍ଦ କରୁଛନ୍ତି । ମୁଁ ଗୀତରେ ହିରୋ ହେବାକୁ ଯାଉଛି ଆଜ୍ଞା ।

ପପୁ ପମ ପମ ଆଉ ପ୍ରଜ୍ଞାନ ଭାଇ ମୋତେ ରେକର୍ଡିଙ୍ଗ କରି ଛାଡୁଛନ୍ତି ଆଉ କହୁଛନ୍ତି ଆସନ୍ତୁ ଭାଇ ତୁମର ଗୋଟେ ଆକଟିଂ କରିବା । ମୁଁ ମୋ ଭାଉଜ କଥା ପୁରା ଭୁଲି ଯାଇଛି ମୋର ଆଉ କିଛି ମନେ ନାହିଁ । ଏବେ ଏଗୁରା ସବୁ ମୋତେ ଫୋନ କରୁଛନ୍ତି । ମୁଁ ହିରୋ ହେବାକୁ ଯାଉଛି ଆଉ ସେଥିପାଇଁ ମୁଁ ବହୁତ ଖୁସି ଅଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *