ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ ! ମୃତ୍ୟୁର 10 ଦିନ ପୂର୍ବରୁ ଝିଅ କେଶ ନେଇ ଥାନାକୁ ଯାଇଥିଲେ Rai Mohan Parida, ଏ ନେଇ କଣ କହୁଛନ୍ତି ତାଙ୍କ ସମ୍ପର୍କୀୟ,ଦେଖନ୍ତୁ Video

ବନ୍ଧୁଗଣ ଆଜି ରାଇମୋହନ ପରିଡା ଆମ ମାନଙ୍କ ଗହଳରେ ନାହାନ୍ତି ଓ ଏଥିପାଇଁ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ସେ ଓଡିଆ ଫିଲ୍ମ ଜଗତ ଓ ଓଡିଆ ଯାତ୍ରା ଜଗତରେ ଜଣେ ବରିଷ୍ଠ ଅଭିନେତା ଥିଲେ । ସେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ରାଇମୋହନଙ୍କ ଆତ୍ମହତ୍ୟା ପରେ ହଠାତ ସବୁ କିଛି ଯେମିତି ବଦଳି ଯାଇଛି ।

ରାଇମୋହନଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ତାଙ୍କ ପ୍ରଶଂସକ ମାନେ ଏଥିପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଆଉ ଅନ୍ୟ ପଟେ ତାଙ୍କ ଆତ୍ମହତ୍ୟା କରିବା ପଛର କାରଣ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।ବନ୍ଧୁଗଣ ରାଇମୋହନଙ୍କ ମୃତ୍ୟୁ ରହସ୍ୟର ପରଦା ଉଠିବାରେ ଲାଗିଛି । ମୃତ୍ୟୁର କାରଣ ଅସ୍ପର୍ଷ୍ଟ ଥିବା ବେଳେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସୁଛି ।

ରାଇମୋହନଙ୍କ ମୃତ୍ୟୁକୁ 4 ଦିନ ବୀତି ଯାଇଥିବା ବେଳେ ପୋଲିସର 4 ଜଣିଆ ଟିମ ଅହରହ ତଦନ୍ତ କରୁଛନ୍ତି । ପୋଲିସ ପରିବାର ସଦସ୍ୟଙ୍କ ସମେତ ଏ ପର୍ଯ୍ୟନ୍ତ 12 ଜଣଙ୍କୁ ନିଜ ତଦନ୍ତ ଘେରକୁ ନେଇଛି । ଏତିକି ତଦନ୍ତ ଭିତରେ ପୋଲିସ ଅନେକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପାଇଛି ।  ତେବେ ବନ୍ଧୁଗଣ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଘଟଣାର ପୂର୍ବ ଦିନ ରାଇମୋହନଙ୍କ ଘରେ କୌଣସି କାରଣ ହେତୁ କଳହ ଲାଗିଥିଲା ।

ଏହା ପରେ ରାଇମୋହନ ନିଜ ମାନସିକ ସ୍ଥିତିକୁ ହରାଇ ବସି ଏଭଳି ନିଷ୍ପତ୍ତି ନେଇଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ରାଇମୋହନଙ୍କ ଜଣେ ସମ୍ପର୍କୀୟ ଏକ ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । ସମ୍ପର୍କୀୟଙ୍କ କହିବା ମୁତାବକ, ତାଙ୍କ ଝିଅ କେଶ ନେଇ ମଞ୍ଚେଶ୍ଵର ଥାନାକୁ ଯାଇଥିଲେ । କଣ ହେଇଛି ମୁଁ ଜାଣିନି ଝଗଡା ହେଇଛି ନା କିଛି ସମସ୍ୟା ହେଇଛି ମୁଁ ଜାଣିନି । ଆଉ ରାଇ ଭାଇ 10-15 ଦିନ ତଳେ ପୋଲିସ ଷ୍ଟେସନ ଯାଇଥିଲେ ହେଲେ କଣ ପାଇଁ ଯାଇଥିଲେ ମୁଁ କହିପାରିବି ନାହିଁ ।

ଆମେ ଗୋଟେ ଜାଗାରେ ପକୁଡି ଖାଉ ରାଇ ଭାଇ ମୋତେ କାନ୍ଦି କାନ୍ଦି କହିଲେ ମୋତେ ଭଲ ଲାଗୁନି ମୁଁ ସବୁ ଛାଡି କୁଆଡେ ପଳେଇବି । ବାସ୍ତବ ଜୀବନରେ ସେ ବହୁତ ଭଲ ଲୋକ ସବୁବେଳେ ଲୋକ ମାନଙ୍କ ସହାୟତା କରନ୍ତି । ହେଲେ ହଠାତ ଏମିତି ହେବ ବୋଲି ମୁଁ ଜାଣି ନଥିଲି । କିନ୍ତୁ ଏହା ଆତ୍ମହତ୍ୟା ନୁହେଁ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବ୍ୟକ୍ତି ଜଣକ ନିଜର ବୟାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *