ମିଳିଲା ପାଣ୍ଡିଆନ୍‌ଙ୍କ ନୂଆ ଠିକଣା, ରାତାରାତି ଭୁବନେଶ୍ୱରରୁ ପଳାଇ ହୋଟେଲରେ ରହିଛନ୍ତି VK Pandian

ରାତିରେ ଦିଲ୍ଲୀ ଯାଇ ଏହି ହୋଟେଲରେ ରହିଛନ୍ତି ପାଣ୍ଡିୟାନ ! ଓଡିଶାରେ ସାଧାରଣ ନିର୍ବାଚନୀ ଫଳାଫଳ ବାହାରିବା ପରେ ବିଜେଡି ନେତା ଭିକେ ପାଣ୍ଡିୟାନଙ୍କର ଆଉ ଦେଖା ମିଳୁ ନାହିଁ । ବିଜୁ ଜନତା ଦଳର ଏଭଳି ଶୋଚନୀୟ ହାରିବା ପରେ ପାଣ୍ଡିୟାନ ଆଉ ବିଲକୁଲ ମଧ୍ୟ ସାମ୍ନାକୁ ଆସିନାହାନ୍ତି । ଯେଉଁ ପାଣ୍ଡିୟାନ ବାବୁଙ୍କୁ ନିର୍ବାଚନ ପ୍ରଚାର ସମୟରେ ଦିନ ରାତି 24 ଘଣ୍ଟା ଧରି ଦେଖିବାକୁ ମିଳୁଥିଲା । ବିଜେଡିର ପ୍ରତ୍ଯେକଟି କାର୍ଯ୍ୟକ୍ରମରେ ଯିଏ ମୁଖ୍ୟ ଲୋକ ଭାବେ ଯୋଗ ଦେଉଥିଲେ ।

ସେହି ଭିକେ ପାଣ୍ଡିୟାନଙ୍କୁ କିନ୍ତୁ 2024 ନିର୍ବାଚନର ଫଳାଫଳ ପରେ ଦେଖିବାକୁ ମିଳୁନାହିଁ । କି ତାଙ୍କୁ ସୋସିଆଲ ମିଡିଆରେ କିଛି କହିବାର ମଧ୍ୟ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସୁନାହିଁ । ତେବେ ସୂଚନା ମୁତାବିକ ଏଭଳି କିଛି ପାଣ୍ଡିୟାନଙ୍କୁ ନେଇ ଖବର ଆସିଛି । ଯେ ପାଣ୍ଡିୟାନ ନିର୍ବାଚନ ଫଳାଫଳ ବାହାରିବା ପରେ ନବୀନ ନିବାସରେ କିଛି ସମୟ ଧରି ରହିଥିଲେ । ହେଲେ ଏବେ ପାଣ୍ଡିୟାନ ଦିଲ୍ଲୀରେ ଅଛନ୍ତି । ଗତ ବୁଧବାର ରାତିରେ ସେ ଭୁବନେଶ୍ବରରୁ ଦିଲ୍ଲୀ ଚାଲିଯାଇଛନ୍ତି ।

ଦିଲ୍ଲୀରେ ଥିବା ଏକ ପଞ୍ଚ ତରକା ହୋଟେଲରେ ପାଣ୍ଡିୟାନ ରହୁଛନ୍ତି ବୋଲି ଏଭଳି କିଛି ସୂଚନା ମିଳିଛି । କାରଣ ସୋସିଆଲ ମିଡିଆ ରେ ଏବେ ପାଣ୍ଡିୟାନଙ୍କର କିଛି ଫୋଟ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଲୋକ ବିମାନରେ ବସିଛନ୍ତି । ଜିଏକି ଭିକେ ପାଣ୍ଡିୟାନ ବୋଲି କୁହାଯାଉଛି । ଏଥିସହ ପାଣ୍ଡିୟାନଙ୍କର ବିମାନ ବନ୍ଦରକୁ ପ୍ରବେଶ କରୁଥିବା ବେଳର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ତେବେ ଏହି ସବୁ ଫୋଟ ଓ ଭିଡିଓ ଦେଖିବା ପରେ ପାଣ୍ଡିୟାନ ଓଡିଶାରୁ ଦିଲ୍ଲୀ ଚାଲି ଆସିଛନ୍ତି ବୋଲି ପୁରା ସ୍ପଷ୍ଠ ହୋଇଯାଇଛି । ତେବେ ଗତ ବୁଧବାର ରାତିରେ ହିଁ ଭିକେ ପାଣ୍ଡିୟାନ ଭୁବନେଶ୍ବରରୁ ଦିଲ୍ଲୀ ପଳାଇଛନ୍ତି । ଦିଲ୍ଲୀ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟସ୍ଥ ତାଜ ପ୍ୟାଲେସ ହୋଟେଲରେ ବିଜେଡି ନେତା ଭିକେ ପାଣ୍ଡିୟାନ ଏବେ ରହିଛନ୍ତି ବୋଲି ଏଭଳି କିଛି ସୂଚନା ସାମ୍ନାକୁ ଆସିଛି । ତେବେ ପାଣ୍ଡିୟାନ ଓଡିଶାରୁ ଦିଲ୍ଲୀ ହଟାତ କାହିଁକି ଚାଲି ଯାଇଛନ୍ତି ? ତାହାର କାରଣ ବର୍ତ୍ତମାନ ସମୟରେ ସ୍ପଷ୍ଠ ଭାବେ ଜଣା ପଡିନାହିଁ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *